Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଓବାଦୀଙ୍କ ଲଙ୍କାକାଣ୍ଡ ; ୭ଟି ଟ୍ରକ ସହ ୨ଟି ବସ ଜାଳିଦେଲେ ନକ୍ସଲ

19/08/2018 at 6:43 AM

ମାଲକାନଗିରି ୧୯/୮ : ମାଓବାଦୀଙ୍କ ଲଙ୍କାକାଣ୍ଡ | ଦାନ୍ତେୱାଡା ଜିଲ୍ଲାରେ ରାସ୍ତା ନିର୍ମାଣକୁ ବିରୋଧ କରି ଲଙ୍କାକାଣ୍ଡ ଘଟାଇଛନ୍ତି ଲାଲ ବାହିନୀ | ଠିକା ସଂସ୍ଥାର ୭ଟି ଟ୍ରକ ଓ ୨ଟି ଯାତ୍ରୀବାହୀ ବସକୁ ନିଆଁ ଲଗାଇଦେଇଛନ୍ତି ନକ୍ସଲ | ବ୍ୟାପକ ପୋଡାଜଳା କରିବା ସହିତ ଘଟଣାସ୍ଥଳରେ କିଛି ପୋଷ୍ଟର ମଧ୍ୟ ଛାଡିଯାଇଥିବା ଜଣାପଡିଛି | ଘଟଣା ସମ୍ପର୍କରେ ଜଣା ପଡିବା ପରେ ସୁରକ୍ଷାକର୍ମୀ ଘଟଣାସ୍ଥଳକୁ ଯାଇ ଛାନଭିନ କରୁଛନ୍ତି | ତେବେ କିଛି ଦିନ ପୂର୍ବରୁ ସୁକମା ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ପାଖାପାଖି ୧୫ ଜଣା ମାଓବାଦୀ ନିହତ ହୋଇଥିଲେ | ଏହାକୁ ବିରୋଧ କରି ମାଓବାଦୀ ବାରମ୍ବାର ଏଭଳି ଲଙ୍କାକାଣ୍ଡ ଘଟାଉଛନ୍ତି ଓ ନିଜର ଉପସ୍ଥିତି ଜାହିର କରୁଛନ୍ତି | ୧୫ ମାଓବାଦୀଙ୍କ ମୃତ୍ୟୁ ପରେ ସେମାନେ ହିଂସ୍ର ହୋଇପଡିଛନ୍ତି ପ୍ରତିଦିନ ଏଭଳି କାଣ୍ଡ ଘଟାଉଛନ୍ତି |

   Related Posts