ମାଲକାନଗିରିରେ ମାଓ ହିଂସା ; ୫ଟି ଟ୍ରକ ଜାଳିଦେଲେ ଲାଲ କ୍ୟାଡର
10/08/2018 at 4:57 AM

ମାଲକାନଗିରି ୧୦/୮ : ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ମାଓ ହିଂସା ଦେଖିବାକୁ ମିଳିଛି | ଆଜି ଲଗାତାର ତୃତୀୟ ଦିନରେ ୫ଟି ଟ୍ରକ ଜାଳିଦେଇଛନ୍ତି ମାଓବାଦୀ | ବଛେଲି ଥାନା ଅନ୍ତର୍ଗତ ବୋଇଲାଡିଲା ଟ୍ରକ ଅଫିସ ସମ୍ମୁଖରେ ନିଆଁ ଲଗାଇ ୫ଟି ଟ୍ରକ ଜାଳିଦେଇଛନ୍ତି ନକ୍ସଲ କ୍ୟାଡର | ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ମାଓବାଦୀ ଆସି ଏଭଳି କାଣ୍ଡ କରିଛନ୍ତି | ଏହା ସହ ଘଟଣାସ୍ଥଳରେ ମାଓ ପୋଷ୍ଟର ମଧ୍ୟ ଛାଡ଼ିଯାଇଛନ୍ତି | ପୋଷ୍ଟରରେ ସୁକମା ଏନ୍କାଉଣ୍ଟରକୁ ବିରୋଧ କରି ନିଆଁ ଲଗାଇଥିବା ଉଲ୍ଲେଖ ରହିଛି | ଗତକାଲି କ୍ରାନ୍ତି ଦିବସ ଅବସରରେ ମାଓବାଦୀ ଘଟାଇଥିଲେ ବର୍ବର କାଣ୍ଡ | କାମାଲୁର ଦାନ୍ତେୱାଡା ମଧ୍ୟରେ ଥିବା ଟ୍ରେନ ଟ୍ରାକକୁ ମାଓବାଦୀମାନେ ଖୋଲିଦେଇଥିଲେ | ଯାହାଫଳରେ ପାସେଞ୍ଜର ଟ୍ରେନ ଲାଇନ ଚ୍ୟୁତ ହୋଇଯାଇଥିଲା | ତେବେ ଟ୍ରେନର ଗତି କମ ଥିବାରୁ ସମସ୍ତ ଯାତ୍ରୀ ବର୍ତ୍ତୀ ଯାଇଥିଲେ | ସେହିପରି ଗତ ବୁଧବାର ରାତିରେ ଜାମପଡ଼ା ଜଙ୍ଗଲ ରାସ୍ତାରେ ୨ଟି ଯାତ୍ରୀବାହୀ ବସ ସହ ୩ଟି ଗାଡି ପୋଡିଦେଇଥିଲେ ମାଓବାଦୀ |