ପୁଣି ଲାଲ ବାହିନୀର ବର୍ବରତା ; ଛତିଶଗଡ ବିଜାପୁରରେ ଆଇଇଡି ବିସ୍ଫୋରଣ କଲେ ମାଓବାଦୀ

Published By : Prameya-News7 Bureau | November 14, 2018 IST

ବିଜାପୁର ୧୪|୧୧:  ପୁଣି ଲାଲ ବାହିନୀର ବର୍ବରତା । ଛତିଶଗଡ ବିଜାପୁର ଅଞ୍ଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କଲେ ମାଓବାଦୀ । ବିସ୍ଫୋରଣ କରି ବିଏସଏଫର ଆଣ୍ଟି ଲ୍ୟାଣ୍ଡମାଇନ ଗାଡି ଉଡାଇଦେଲେ ମାଓବାଦୀ । ବିଏସଏଫର ୬ଜଣ ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଗୁରୁତର ଯବାନମାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେହି ଅଞ୍ଚଳରେ ଉଭୟ ପକ୍ଷରୁ ଏବେବି ଗୁଳିବିନିମୟ ଜାରି ରହିଛି । ସୂଚନା ଅନୁସାରେ ଆଜି ସକାଳ ୪ଟା ବେଳେ ୪୧୪ର ଆଡହକ ବାଟାଲିଅନର ବିଏସଏଫ ଟ୍ରୁପ ଙ୍କୁ ନେଇ ବିଜାପୁରରୁ ୭କିମି ଦୂର ଭୋପାଳପଟନମ୍ ଆଡକୁ ଯାଉଥିଲା ଏକ ଟ୍ରକ୍ । ବିଜାପୁଟ ଘାଟିରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ । ଫଳରେ ଗାଡିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି । ଗାଡିରେ ଥିବା ଯବାନମାନଙ୍କ ମଧ୍ୟରୁ ୬ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.