ୟୁଟ୍ୟୁବ୍ ଦେଖାଇଲା ରୋଜଗାର ବାଟ: କଲମ ତିଆରି କରି ବିକି ପରିବାର ପୋଷୁଛନ୍ତି ଆଦିବାସୀ ଯୁବକ

Published By : Prameya-News7 Bureau | November 04, 2020 IST

ନବରଙ୍ଗପୁର ୦୪/୧୧ : ଲୋକଡାଉନ ଦେଖେଇଲା ରୋଜଗାରର ବାଟ। ୟୁଟ୍ୟୁବରେ କଲମ ତିଆରି କରିବାର କୌଶଳ ଶିଖି ଆଜି ସେ ଆତ୍ମ ନିର୍ଭରଶୀଳ ହୋଇ ନିଜ ପରିବାରର ଭୋରଣ ପୋଷଣ କରୁଛନ୍ତି। ନିପଟ ମଫସଲି ଗାଁର ଆଦିବାସୀ ଯୁବକ ଭଗବାନ ଭତରାଙ୍କ ଦୃଢ଼ ମନବଳ ଓ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସମସ୍ୟା। ଯଦି ଦୃଢ଼ ଇଛାଶକ୍ତି ରହିଛି ତାହେଲେ ଯେକୌଣସି ପରିସ୍ଥିତି ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ନିଜ ଅନୁକୂଳ ପରିସ୍ଥିତି ଆଡକୁ ଟାଣିହେବ ଏହା ପ୍ରମାଣିତ କରି ଦେଖାଇଛନ୍ତି ଭଗବାନ ଭତରା।

{"id":356206,"sizeSlug":"large"}

କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଜୀବିକା ହରାଇ ମାନସିକ ଚିନ୍ତାରେ ଥିବାବେଳେ ନବରଙ୍ଗପୁର ଜିଲ୍ଲା କଷାଗୁମୁଡ଼ା ବ୍ଲକର ଏକ ନିପଟ ମଫସଲି ଝାଡ଼ସେମେଳା ଗାଁରେ ରହୁଥିବା ଭଗବାନ ଭତରା ନାମକ ଯୁବକ ୟୁଟ୍ୟୁବରେ କଲମ ତିଆରି କରିବା ପଦ୍ଧତି ଦେଖିବାପରେ ସେ ଘରେ କଲମ ତିଆରି କରି ତାଙ୍କ ଅଞ୍ଚଳରେ କଲମ ବିକ୍ରି କରିବା ପାଇଁ ଉଚ୍ଚାଇତ ହୋଇଥିଲେ।

{"id":356210,"sizeSlug":"large"}

ଏହାପରେ କଲମ ତିଆରି କରିବାପାଇଁ ଆବଶ୍ୟକୀୟ ସରଞ୍ଜାମ କେଉଁଠାରୁ ପାଇବେ ଏହାକୁ ନେଇ ସେ ୟୁଟ୍ୟୁବରେ ସର୍ଚ୍ଚ କରିବା ପରେ ଆନ୍ଧ୍ରପ୍ରଦେଶର ବିଜୟବାଡା ଠାରେ କଲମ ତିଆରି କରୁଥିବା ସରଞ୍ଜାମ ମିଳୁଥିବା ଜାଣିବା ପରେ ବିଜୟବାଡ଼ା ଯାଇ କଲମ ତିଆରି ପାଇଁ ଆବଶ୍ୟକୀୟ ସରଞ୍ଜାମ କିଣିକି ଆଣିବା ପରେ ତାଙ୍କ ୪/୭ ଓସାର ର ଏକ ଛୋଟିଆ ବଖରାରେ କଲମ ତିଆରି କରି ଆଖପାଖ ଅଞ୍ଚଳରେ ଥିବା ଦୋକାନ ଗୁଡିକରେ କଲମ ବିକ୍ରି କରୁଛନ୍ତି।

{"id":356211,"sizeSlug":"large"}

ଏହି କଲମ ତିଆରି କରିବାରେ ଭତରାଙ୍କ ସ୍ତ୍ରୀ କନକ ମଧ୍ୟ ସ୍ୱାମୀଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରି ଆସୁଛନ୍ତି। ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ ଫେଲ ହୋଇଥିଲେ ମଧ୍ୟ ଆଦିବାସୀ ଯୁବକ ଭତରାଙ୍କ ଦୃଢ଼ ମନବଳ ଓ କିଛି ଭିନ୍ନ କରିବାର ଇଚ୍ଛା କୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି।

{"id":356208,"sizeSlug":"large"}

କଲମ ତିଆରି କରିବାର ଯନ୍ତ୍ରପାତି କିଣିବା ପାଇଁ ୨୦ ହଜାର ଟଙ୍କା ସହ ବିଜୟବାଡ଼ା ଯିବା ଆସିବା ଖର୍ଚ୍ଚ ଏସବୁ ମିଶି ୨୫ ହଜାର ଟଙ୍କାର ଅର୍ଥ ଆବଶ୍ୟକତା ରହିଥିଲା ଏହି ଅର୍ଥ ଯୋଗାଡ଼ କରିବା ଭଗବାନ ଭତରାଙ୍କ ପାଇଁ ଏକ ବଡ ସମସ୍ୟା ଥିଲା, ଆର୍ଥିକ ପରିସ୍ଥିତି କିଛି ଭଲ ନଥିବାରୁ ସେ ବାଧ୍ୟ ହୋଇ ନିଜ ଦୁଇ ଏକର ପୌତୃକ ଚାଷ ଜମିକୁ ୨୦ ହଜାର ଟଙ୍କା ପାଇଁ ବନ୍ଧକ ରଖି ସେହି ଟଙ୍କାରେ କଲମ ତିଆରି କରିବା ଯନ୍ତ୍ରପାତି କିଣିକି ଆଣିଛନ୍ତି।

{"id":356209,"sizeSlug":"large"}

ଏବେ ନିଜ ପତ୍ନୀଙ୍କ ସହ ମିଶି ଘରେ ୟୁଜ ଆଣ୍ଡ ଥ୍ର କଲମ ତିଆରି କରୁଛନ୍ତି। ନିଜ ଆଖ ପାଖ ଅଞ୍ଚଳରେ ଏହି କଲମ ଗୁଡିକୁ ବଜାର ଦରରେ ବିକ୍ରି କରି ଦିନକୁ ପାଞ୍ଚ ଶହ ଟଙ୍କାରୁ ଛ ସହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି। କିନ୍ତୁ ୨୦ ହଜାର ପାଇଁ ବନ୍ଧକ ରଖିଥିବା ପୌତୃକ ଜମିକୁ ମୁକୁଳାଇବା ପାଇଁ ଏବେବି ସାମର୍ଥ୍ୟ ଜୁଟାଇ ପାରିନାହାନ୍ତି ଭଗବାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.