Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

୧୪ ଦିନିଆ ହୋମ୍ କ୍ଵାରାଣ୍ଟାଇନ୍‌ରେ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି ଓ ତାଙ୍କ ପରିବାର

18/05/2020 at 10:25 AM

ମୁମ୍ବାଇ ୧୮/୦୫ : ବିଶ୍ୱ ମହାମାରୀର ରୂପ ନେଇଥିବା କରୋନା ବର୍ତ୍ତମାନ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଛି | ସଂକ୍ରମଣ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି | ସଂକ୍ରମଣ ଏଡ଼ାଇବା ପାଇଁ ସାରା ଦେଶକୁ ଲକ ଡାଉନ ରଖାଯାଇଛି | ଆଜିଠାରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଆରମ୍ଭ ହୋଇଛି ଯାହା ମେ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ | ନିଜ ଘର ଛାଡି ଅନ୍ୟ ରାଜ୍ୟ କିମ୍ବା ଜିଲ୍ଲାରେ ରହୁଥିବା ଲୋକେ ନାନା ଅସୁବିଧାର ସମ୍ମୁଖୀନ ବର୍ତ୍ତମାନ ଘରମୁହାଁ ହୋଇଛନ୍ତି | ଯେକୌଣସି ପ୍ରକାରେ ସମସ୍ତେ ନିଜ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି | ମିଳିଥିବା ଖବର ଅନୁଯାୟୀ, ଜଣାଶୁଣା ବଲିଉଡ ଅଭିନେତା ନବାଜୁଦ୍ଦିନ ସିଦ୍ଦିକି ନିଜର ପୁରା ପରିବାର ସହ ମୁମ୍ବାଇରୁ ମୁଜାଫରନଗରରେ ପହଞ୍ଚିଛନ୍ତି | ମୁଜାଫରନଗରରେ ପହଞ୍ଚିବା ପରେ ସେ ପୁରା ପରିବାର ସହ କ୍ଵାରେଣ୍ଟିନରେ ଅଛନ୍ତି | ତେବେ ନବାଜୁଦ୍ଦିନ ସିଦ୍ଦିକିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ |

ନିକଟରେ ମିଳିଥିବା ମିଡ଼ିଆ ରିପୋର୍ଟ ଅନୁଯାୟୀ, ଲକ ଡାଉନ ସମୟରେ ନବାଜୁଦ୍ଦିନ ସିଦ୍ଦିକି ମୁମ୍ବାଇରୁ ନିଜର ପୈତୃକ ଘର ମୁଜାଫରନଗରରେ ପହଂଚିଥିଲେ | ସୂଚନାଯୋଗ୍ୟ ଯେ, ମେ ୧୧ ତାରିଖରେ ସେ ନିଜ ମା, ଭାଇ ଓ ଭାଉଜଙ୍କ ସହିତ ମୁଜାଫରନଗର ଯାଇଥିଲେ | ତେବେ ସେ ମହାରାଷ୍ଟ୍ର ସରକାରଙ୍କ ଠାରୁ ଅନୁମତି ପତ୍ର ନେଇ ନିଜ କାରରେ ମୁଜାଫରନଗର ଯାଇଥିଲେ | ରାସ୍ତାରେ ଅନେକ ଜାଗାରେ ତାଙ୍କୁ ଅଟକାଇ ଥର୍ମାଲ ସ୍କ୍ରିନିଙ୍ଗ କରାଯାଇଥିଲା | ତେବେ ଘରେ ପହଞ୍ଚିବା ପରେ ସେ ଆଖପାଖ ଲୋକଙ୍କ ସୁରକ୍ଷା ପାଇଁ ସାବଧାନତା ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି |

ନବାଜୁଦ୍ଦିନ ସିଦ୍ଦିକି ମୁଜାଫରନଗର ପହଞ୍ଚିବା ପରେ ପ୍ରଶାସନ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ୧୪ ଦିନ ପାଇଁ କ୍ଵାରେଣ୍ଟିନରେ ରଖିଛନ୍ତି | ଦୈନିକ ଜାଗରଣର ଏକ ରିପୋର୍ଟରୁ ଜଣାପଡିଛି ଯେ, ସେ ମୁମ୍ବାଇରେ ହିଁ ପରିବାରର ସମସ୍ତ ସଦସ୍ୟଙ୍କ କରୋନା ପରୀକ୍ଷା କରାଇଥିଲେ | ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ ମୁଜାଫରନଗର ପାଇଁ ବାହାରିଥିଲେ | ରାସ୍ତାରେ ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ପୋଲିସକୁ ମେଡିକାଲ ରିପୋର୍ଟ ଦେଖାଇବାକୁ ପଡିଥିଲା | ତେବେ ମୁଜାଫରନଗରରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ସମସ୍ତଙ୍କ ଯାଞ୍ଚ କରି ତାଙ୍କୁ ୧୪ ଦିନ କ୍ଵାରେଣ୍ଟିନରେ ରଖିଛନ୍ତି |

ନବାଜୁଦ୍ଦିନ ସିଦ୍ଦିକି ତାଙ୍କର ଆଗାମୀ ଫିଲ୍ମ ‘ଘୁମକେତୁ’ର ଟିଜର ରିଲିଜ ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ | ଏପଟେ ପୁଣି ସେ ଘରେ ପହଞ୍ଚିବା ପରେ ତାଙ୍କୁ ନେଇ ନାନା ଚର୍ଚ୍ଚା ହେଉଛି |

   Related Posts