ରିୟା ଚକ୍ରବର୍ତ୍ତୀଙ୍କ ପରେ ଜେଲ୍ ଯିବେ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକୀ : ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ପତ୍ନୀ ଆଲିୟା

Published By : Prameya-News7 Bureau | September 13, 2020 IST

ମୁମ୍ବାଇ ୧୩/୯: ବଲିଉଡ ଫିଲ୍ମ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକୀ ଏବଂ ତାଙ୍କ ଭାଇଙ୍କ ସମସ୍ୟା ବଢ଼ିପାରେ। ଶନିବାର ନଓ୍ବାଜୁଦ୍ଦିନଙ୍କ ପତ୍ନୀ ଆଲିୟା ସିଦ୍ଦିକୀ ବୁଢ଼ାନା ଥାନା ପହଞ୍ଚି ନିଜ ବୟାନ ରୁଜୁ କରାଇଛନ୍ତି। ଆଲିୟା ସିଦ୍ଦିକୀ ମୁମ୍ବାଇର ଭରସୋଭା ଥାନାରେ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକୀ,ତାଙ୍କ ୩ଭାଇ ଏବଂ ଶାଶୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ମୁମ୍ବାଇ ପୋଲିସ୍ ଘଟଣାସ୍ଥଳ ବୁଢ଼ାନାରେ ଥିବା କାରଣରୁ ମାମଲାର ବିବେଚନା ମୁଜାଫରନଗରର ଏସଏସପିଙ୍କୁ ପଠାଇଥିଲେ। ଏହି ମାମଲାରେ ବୟାନ ଦେବାକୁ ଆଲିୟା ବୁଢ଼ାନା ପହଞ୍ଚିଥିଲେ।

{"id":329044,"sizeSlug":"large"}

ଫିଲ୍ମ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକୀଙ୍କ ପତ୍ନୀ ଆଲିୟା ସିଦ୍ଦିକୀ ଗତ ଜୁଲାଇ ୨୭ତାରିଖରେ ମୁମ୍ବାଇର ଭରସୋଭା ଥାନାରେ ନିଜ ସ୍ବାମୀ ନଓ୍ବାଜୁଦ୍ଦିନ ସିଦ୍ଦିକୀ,ତାଙ୍କ ଭାଇ ମିନାଜୁଦ୍ଦିନ,ଫୈଜୁଦ୍ଦିନ,ଅୟାଜୁଦ୍ଦିନ ଏବଂ ନିଜ ଶାଶୁ ମେହରୁନିଶା ଆଦିଙ୍କ ବିରୋଧରେ ସଙ୍ଗୀନ ମାମଲା ରୁଜୁ କରିଥିଲେ। ମାମଲାରେ ଘଟଣାସ୍ଥଳ ବୁଢ଼ାନା ସ୍ଥିତ ନଓ୍ବାଜୁଦ୍ଦିନ ସିଦ୍ଦିକୀଙ୍କ ପୈତୃକ ଘର ବୋଲି କୁହାଯାଇଛି। ମାମଲାର ଯାଞ୍ଚରେ ଏସଏସପି ମୁଜାଫରନଗରରୁ ସହଯୋଗ ମାଗିଥିଲେ। ଏସଏସପିଙ୍କ ଆଦେଶରେ ବୁଢ଼ାନା ପୋଲିସ୍ ମାମଲାର ତଦନ୍ତ କରୁଛି।

{"id":329043,"sizeSlug":"large"}

ମାମଲା ସମ୍ବନ୍ଧରେ ଆଲିୟା ସିଦ୍ଦିକୀ ନିଜ ବୟାନ ରୁଜୁ କରିବାକୁ ଶନିବାର ବୁଢ଼ାନା ଥାନା ପହଞ୍ଚିଥିଲେ। ମହିଳା ପୋଲିସଙ୍କ ଉପସ୍ଥିତିରେ ତାଙ୍କ ବୟାନ୍ ରୁଜୁ କରାଯାଇଛି।

{"id":329041,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.