ମାଆଙ୍କ ପାଇଁ ଖୁବ୍ କଷ୍ଟରେ ମୁମ୍ବାଇରୁ ଉତ୍ତରପ୍ରଦେଶରେ ନିଜ ଗାଁକୁ ଗଲେ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକୀ : ପଢ଼ନ୍ତୁ ଲକଡାଉନରେ କିଭଳି ଥିଲା ତାଙ୍କର ଏହି ଯାତ୍ରା

Published By : Prameya-News7 Bureau | May 18, 2020 IST

ମୁମ୍ବାଇ ୧୮/୫: ଲକଡାଉନର ମାହୋଲରେ ନଓ୍ବାଜୁଦ୍ଦିନ ସିଦ୍ଦିକି ମୁମ୍ବାଇରୁ ଉତ୍ତରପ୍ରଦେଶର ମୁଜାଫରନଗରର ବୁଢ଼ାନା ଗାଁ ପହଞ୍ଚିଛନ୍ତି। କିନ୍ତୁ ନଓ୍ବାଜୁଦ୍ଦିନ ସିଦ୍ଦିକୀଙ୍କୁ ସ୍ପେଶାଲ୍ ଯାତ୍ରା ପାସ୍ ନେଇ ମୁମ୍ବାଇରୁ ନିଜ ପୈତୃକ ଗାଁ ଯିବାକୁ କାହିଁକି ଯିବାକୁ ପଡ଼ିଲା? ଏହାର କାରଣ ଏବେ ଜଣା ପଡ଼ିଛି।

{"id":271884,"sizeSlug":"large"}

କିନ୍ତୁ ନଓ୍ବାଜୁଦ୍ଦିନ ସିଦ୍ଦିକୀ ମେ ୧୦ତାରିଖରେ ମୁମ୍ବାଇରୁ ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ପଡ଼ୁଥିବା ନିଜ ପୈତୃକ ଗାଁ ବୁଢ଼ାନା ଯିବାକୁ ବାହାରିଥିଲେ ଏବଂ ମେ ୧୨ତାରିଖରେ ପହଞ୍ଚିଥିଲେ। ତାଙ୍କ ସହ ତାଙ୍କ ମାଆ ମେହେରୁନିସା ସିଦ୍ଦିକୀ,ତାଙ୍କ ସାନ ଭାଇ ଫୈଜୁଦ୍ଦିନ ସିଦ୍ଦିକୀ ଏବଂ ତାଙ୍କ ପତ୍ନୀ ସାଥିରେ ଥିଲେ। ସେଠାରେ ପହଞ୍ଚିବା ପରେ ନଓ୍ବାଜୁଦ୍ଦିନଙ୍କ କୋଭିଡ-୧୯ ପରୀକ୍ଷା କରାଯାଇଥିଲା। ମେ ୧୫ତାରିଖରେ ଟେ​‌ଷ୍ଟ ଫଳ ଆସିଥିଲା ଯେଉଁଥିରେ ତାଙ୍କଠାରେ କରୋନା ନେଗେଟିଭ ଥିବାର ଜଣା ପଡ଼ିଥିଲା।

{"id":271886,"sizeSlug":"large"}

ନିୟମ ଅନୁସାରେ ହସ୍ପିଟାଲ୍ ପ୍ରଶାସନ ନଓ୍ବାଜୁଦ୍ଦିନ ସିଦ୍ଦିକୀଙ୍କୁ ୧୪ଦିନ ପାଇଁ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦେଇଛନ୍ତି ଯାହାର ସେ ପାଳନ କରୁଛନ୍ତି ଏବଂ ତାଙ୍କୁ ମେ ୨୫ତାରିଖ ଯାଏଁ ହୋମ୍ କ୍ବାରେଣ୍ଟାଇନରେ ରହିବାକୁ ହେବ।

{"id":271887,"sizeSlug":"large"}

ନଓ୍ବାଜୁଦ୍ଦିନଙ୍କ ମାଆ ନିଜ ଆଖିର ଚିକିତ୍ସା କରିବା ପାଇଁ ବୁଢ଼ାନାରୁ ମୁମ୍ବାଇ ଆସିଥିଲେ। ଚିକିତ୍ସା କରିବା ପରେ ସେ ଗାଁ କୁ ଫେରିବା ପରେ ଲକଡାଉନ୍ ଲାଗୁ ହୋଇଗଲା ଏବଂ ଏପରି ପରିସ୍ଥିତିରେ ସେ ଗାଁକୁ ଫେରି ପାରିଲେ ନାହିଁ।

{"id":271888,"sizeSlug":"large"}

ଏଠାରେ ରହି ତାଙ୍କ ମାଆଙ୍କ ବ୍ଲଡ ପ୍ରେସର ଅତ୍ୟଧିକ ବଢ଼ି ଯାଇଥିଲା। ଲକଡାଉନରେ ମାଆଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ଯୋଗୁଁ ନଓ୍ବାଜୁଦ୍ଦିନ ତାଙ୍କ ଅସୁସ୍ଥ ମାଆଙ୍କୁ ଗାଁକୁ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ନଓ୍ବାଜୁଦ୍ଦିନ ମେଡିକାଲ୍ ମାମଲା କହି ମୁମ୍ବାଇ ପୋଲିସଠୁ ଟ୍ରାଭେଲ୍ ପାସ୍ ନେଇଥିଲେ ଏବଂ ନିଜ ମାଆ ଏବଂ ନିକଟ ସମ୍ପର୍କୀୟଙ୍କ ସହ ଗାଁକୁ ଯିବାକୁ ନିଷ୍ପତ୍ତି ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.