ଦାମ୍ପତ୍ୟ ଜୀବନରୁ ଆରମ୍ଭ କରି ବିବାହ ପୂର୍ବର ଯୌନଜୀବନ ପର୍ଯ୍ୟନ୍ତ ସମସ୍ତ କଥା ଏହି ବହିରେ ଲେଖିଛନ୍ତି ନୱାଜଉଦ୍ଦୀନ ସିଦ୍ଦିକୀ: ହୋଟେଲ ପରିଚାରିକାଙ୍କ ସହ ମଧ୍ୟ କଟାଇଥିଲେ ରଂଗୀନ ରାତି

Published By : Prameya-News7 Bureau | April 25, 2019 IST

wp:heading {"level":5}
ମୁମ୍ୱାଇ୨୫|୪: ବଲିଉଡ ବହୁ ସାଧାରଣ ଲୋକଙ୍କୁ ଜିରୋରୁ ହିରୋ କରିଛି। ଅଧିକାଂଶ କଳାକାର ନିଜ ପ୍ରତିଭାକୁ ପରଦାରେ ଦେଖାଇ ରାତାରାତି ଷ୍ଟାର ହୋଇଛନ୍ତି। ଏହି କ୍ରମରେ ହିନ୍ଦି ସିନେମା ଦୁନିଆରେ ନୱାଜଉଦ୍ଦୀନ ସିଦ୍ଦିକୀ ସଫଳତାର ଆଉ ଏକ ନାଁ ନିଶ୍ଚୟ। ସମୟ ଥିଲା ସେ ଦିଲ୍ଲୀରେ ଚୌକଦାରୀ କରୁଥିଲେ। ଏହା ସହ ମଞ୍ଚରେ ଅଭିନୟ ମଧ୍ୟ କରୁଥିଲେ। ହେଲେ ଆଜି ସେ ବଲିଉଡର ଜଣେ ଦାମୀ ଅଭିନେତା। ପିପିଲି ଲାଇଭ ଫିଲ୍ମର ଏକ ଛୋଟ ଭୂମିକା ତାଙ୍କ ଜୀବନ ବଦଳାଇଦେଇଥିଲା। ନିଜ ଦମଦାର ଅଭିନୟ ଯୋଗୁଁ ସେ ବେଶ ସଫଳତା ହାସଲ କରିଛନ୍ତି । ତେବେ ବଲିଉଡରେ ନୱାଜଉଦ୍ଦୀନ ଶାନ୍ତ ସ୍ୱଭାବର ବ୍ୟକ୍ତି ଭାବେ ପରିଚିତ କିନ୍ତୁ ଅସଲ ଜୀବନରେ ସେ ସେମିତି ନୁହଁ।
/wp:heading {"id":107291}

ଅଂଜଳି ସିଦ୍ଦିକୀଙ୍କୁ ବିବାହ କରିଛନ୍ତି ନୱାଜଉଦ୍ଦୀନ । ଉଭୟଙ୍କର ୨ଟି ସନ୍ତାନ ଅଛନ୍ତି। ଝିଅ ସୋରା ବଡ ଓ ପୁଅ ଛୋଟ। ବ୍ୟକ୍ତିଗତ ଜୀବନରେ ନୱାଜଉଦ୍ଦୀନ ବହୁତ ରୋମାଣ୍ଟିକ୍‌। ତାଙ୍କ ବାୟୋଗ୍ରାଫି ଏନ ଅର୍ଡିନାରି ଲାଇଫରେ ସେ ତାଙ୍କ ପୂରା ଜୀବନର କାହାଣୀ ପ୍ରକାଶ କରିଛନ୍ତି। ଏହି ବହିରେ ସେ ଅନେକ ଅଜଣା ତଥ୍ୟ ଉନ୍ମୋଚନ କରିଛନ୍ତି।

{"id":107296}
wp:heading {"level":5}
ବିବାହ ପୂର୍ବରୁ ରିଲେସନଶିପରୁ ଆରମ୍ଭ କରି ନାଇଟ୍‌ ଷ୍ଟାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ମଧ୍ୟ ଲେଖିଛନ୍ତି।ନିହାରୀକା ନାମକ ଜଣେ ଯୁବତୀଙ୍କୁ ଦେଖି ନୱାଜଙ୍କର ହୋସ ଉଡିଯାଇଥିଲା। ମିସ ଲଭଲି ସିଂ ଶୁଟିଂ ସମୟରେ ନୱାଜଉଦ୍ଦୀନ ନିହାରୀକା ସିଂଙ୍କୁ ନିଜ ଘରକୁ ଡାକିଥିଲେ। ସେଦିନ ନୱାଜ ନିହାରୀକାଙ୍କ ପାଇଁ ମଟନ ତରକାରି ତିଆରି କରିଥିଲେ। ମଟନ ତରକାରି ଖରାପ ହୋଇଥିଲା କିନ୍ତୁ ନିହାରୀକା ଖାଇବା ବିଷୟରେ କିଛି ଟିପ୍ପଣୀ କରିନଥିଲେ।
/wp:heading {"id":107297}
wp:heading {"level":5}
ତେବେ ମଟନ ତରକାରି କେମିତି ହୁଏ ତାହା ଜଣାଇବାକୁ  ନୱାଜଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ ନିହାରୀକା। ନିହାରୀକାଙ୍କ ଘରେ ଉଭୟଙ୍କ ଭିତରେ ଅନେକ କିଛି ହୋଇଥିଲା। ନିହାରୀକା ସେଦିନ ବହୁତ ସୁନ୍ଦର ଦେଖାଯାଉଥିଲେ। ଘରେ ପହଞ୍ଚିବା କ୍ଷଣି ନୱାଜ ଓ ନିହାରୀକା ତାଙ୍କ ବେଡରୁମକୁ ଯାଇଥିଲେ। ବହୁ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଥିଲେ ଦୁହେଁ ।  ଏହିଭଳି ନିହାରୀକାଙ୍କ ସହ ନୱାଜଙ୍କର ସଂପର୍କ ଗଢିଉଠିଥିଲା । ଦେଢ ବର୍ଷ ରିଲେସନଶିପରେ ରହିଲା ପରେ ଉଭୟ ପରସ୍ପରଠୁ ଅଲଗା ହୋଇଥିଲେ।
/wp:heading {"id":107303,"width":571,"height":428}
wp:heading {"level":5}
ଥରେ ନ୍ୟୁୟର୍କରେ ନୱାଜ ଜଣେ ମହିଳା ୱେଟରଙ୍କ ସହ ୱାନ ନାଇଟ ଷ୍ଟାଣ୍ଡ କରିଥିଲେ।  ସେ ମହିଳା ୱେଟରଙ୍କ ନଜର ନୱାଜଙ୍କଠାରୁ ଉଠୁନଥିଲା। ବହୁତ ସମୟ ପରେ ସେ ନୱାଜଙ୍କୁ ପଚାରିଥିଲେ ଯେ, ଆପଣ ବଲିଉଡର ଅଭିନେତା କି? ଏହି ଭଳି ଉଭୟଙ୍କ ମଧ୍ୟରେ ବର୍ତ୍ତାଳାପ ଆରମ୍ଭ ହୋଇଥିଲା। ସେହି ରାତିର କାହାଣୀ ମଧ୍ୟ ନୱାଜ ତାଙ୍କ ବହିରେ ସ୍ପଷ୍ଟ କରିଛନ୍ତି। ଫିଲ୍ମି ଦୁନିଆ ସଫଳତାର ସ୍ବାଦ ନୂଆ ନୂଆ ଚାଖିଲା ବେଳେ ଏହି ସବୁ କାରନାମା କରିଥିଲେ ନୱାଜ। କିଛି ଦିନ ଧରି କେବଳ ନୂଆ ନୂଆ ଝିଅଙ୍କ ସହ ବୁଲିବା, ଫ୍ଲର୍ଟ କରିବା ତାଙ୍କ ଅଭ୍ୟାସ ହୋଇଯାଇଥିଲା।
/wp:heading {"id":107304}
wp:heading {"level":5}
ନୱାଜଙ୍କ ପ୍ରଥମ ପ୍ରେମ କାହାଣୀ ମଧ୍ୟ ଅତ୍ୟନ୍ତ ନିଆରା। ତାଙ୍କ ପ୍ରଥମ ପ୍ରେମିକା ସୁନୀତାଙ୍କ ସହ ବ୍ରେକ୍‌ଅପ୍‌ ହେଲା ପରେ ନୱାଜ ଆତ୍ମହତ୍ୟା କରିବେ ବୋଲି ସ୍ଥିର କରିଥିଲେ। ବହିରେ ସେ ଲେଖିଥିଲେ ଯେ, ସୁନୀତା ତାଙ୍କୁ ଫୋନ୍‌ କରି ଯେତେବେଳେ ବ୍ରେକ୍‌ଅପ୍‌ ପାଇଁ କହିଥିଲେ ସେତେବେଳେ ସେ ଷ୍ଟେସନରେ ଥିଲେ ଓ ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ହଠାତ୍‌ ସେ ଭାବିଥିଲେ ଯେ, ଗୋଟେ ଝିଅ ଓ ରିଲେସନଶିପ ପାଇଁ ଆତ୍ମହତ୍ୟା କରିବା ଭୁଲ। ସେହିଦିନ ସେ ନିଷ୍ପତ୍ତି ନେଇଥିଲେ ଯେ, ଜୀବନର କୌଣସି କ୍ଷେତ୍ରରେ ସେ ଭାବୁକ ହେବେ ନାହିଁ।
/wp:heading {"id":107298}
wp:heading {"level":5}
ନୱାଜ ତାଙ୍କ ବାୟୋଗ୍ରାଫିରେ ଜଣେ ଇହୁଦି ଝିଅ ବିଷୟରେ ମଧ୍ୟ ଲେଖିଛନ୍ତି। ତାଙ୍କ ନାଁ ସୁଜେନ ଥିଲା। ନୱାଜ ତାଙ୍କୁ ନିଜ ଜୀବନଠୁ ଅଧିକ ଭଲ ପାଉଥିଲେ। ସୁଜେନ କିଛି କାମ ପାଇଁ ମୁମ୍ୱାଇ ଆସିଥିଲେ ଓ ନୱାଜଙ୍କ ସହ ରହୁଥିଲେ। ନୱାଜ ତାଙ୍କୁ ବିବାହ କରିବେ ବୋଲି ଭାବିଥିଲେ। କିନ୍ତୁ ସୁଜେନ ବିବାହ କରିବା ପାଇଁ ବହୁତ ଡରନ୍ତି କାରଣ ତାଙ୍କ ଭାଇଙ୍କ ବିବାହିତ ଜୀବନ ବହୁତ ଖରାପ ଥିଲା। ତାଙ୍କ ଭାଇଙ୍କ ଛାଡପତ୍ର ହେଲା ପରେ ସୁଜେନ କେବେ ବିବାହ କରିବେନି ବୋଲି କହିଥିଲେ।
/wp:heading {"id":107299}
wp:heading {"level":5}
ବିବାହର ପ୍ରସ୍ତାବ ନଦେଇ ନୱାଜ ତାଙ୍କର ଏହି ଡର ପାଇଁ ପଛଘୁଞ୍ଚା ଦେଇଥିଲେ। ଏହା ପରେ ପରେ ମିସ ଲଭଲିର ଶୁଟିଂ ଆରମ୍ଭ ହୋଇଥିଲା। ଅନେକ ଦିନ ସୁଜେନ ନୱାଜଙ୍କ ସହ ରହିଲା ପରେ ନ୍ୟୁୟର୍କ ଫେରିଥିଲେ। ସୁଜେନ ନ୍ୟୁୟର୍କ ଗଲା ପରେ ମଧ୍ୟ ନୱାଜ ତାଙ୍କ ସହ ମେଲରେ ଯୋଗାଯୋଗ  କରୁଥିଲେ। ଶୁଟିଂ ଆରମ୍ଭ ହେଲା ପରେ ନୱାଜ ନିହାରୀକାକୁ ଡେଟ କରୁଥିଲେ।
/wp:heading {"id":107300}

ଥରେ ସୁଜେନଙ୍କ ମେଲ ଉପରେ ନିହାରୀକାଙ୍କ ନଜର ପଡିଗଲା ଓ ନିହାରୀକା ନୱାଜଙ୍କ ତରଫରୁ ମେଲର ଜବାବ ଦେବାକୁ ଲାଗିଲେ। ସେ ଲେଖିଥିଲେ ଯେ, “ମୁଁ ଏହି ସଂପର୍କକୁ ଆଉ ଆଗକୁ ବଢାଇବାକୁ ଚାହୁଁନି”। ଏହି ମେଲ ପଢି ସୁଜେନ ବହୁତ ଦୁଃଖିତ ହୋଇଥିଲେ ଓ ନିଜ ଦୁଃଖ ମଧ୍ୟ ପ୍ରକାଶ କରିଥିଲେ। କିନ୍ତୁ ପରେ ସେ ଜାଣିପାରିଥିଲେ ଯେ, ଏହି ମେଲ ତାଙ୍କୁ ନୱାଜ ପଠାଇନଥିଲେ। ନୱାଜ ଏହି ବିଷୟରେ ପରେ ଜାଣିବାକୁ ପାଇଲେ ଓ ତାଙ୍କୁ ବହୁତ ଖରାପ ଲାଗିଥିଲା।

{"id":107302}
wp:heading {"level":5}
ନିହାରୀକା ସେମାନଙ୍କ ସମ୍ପର୍କର ଅସଲ କଥା କିଛି ଦିନ ପରେ ଜାଣିବାକୁ ପାଇଲେ।  ନୱାଜ ନିହାରୀକାଙ୍କୁ ପ୍ରକୃତରେ ଭଲ ପାଉନଥିଲେ । ବରଂ କେବଳ ଶାରୀରିକ ସଂପର୍କ ଚାହୁଁଥିଲେ। ଏହି ବିଷୟ ଜାଣିଲା ପରେ ନିହାରୀକା ତାଙ୍କ ସହ ବ୍ରେକ୍‌ଅପ୍‌ କରିଥିଲେ। ଏଭଳି ଅନେକ
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.