Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଜାମିନ ପାଇଁ ପୁଣି ହାଇକୋର୍ଟରେ ନଓ୍ବାଜ ସରିଫ

20/05/2019 at 6:25 PM

ଇସ୍ଲାମାବାଦ ୨୦।୫:  ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ମିଆଁ ନଓ୍ବାଜ ସରିଫ ସ୍ବାସ୍ଥ୍ୟଗତ କାରଣ ପାଇଁ ହାଇକୋର୍ଟରେ ପୁଣି ଜାମିନ ନିବେଦନ କରିଛନ୍ତି । ନିକଟରେ ସରିଫ ୬ ସପ୍ତାହ ଜାମିନରେ ମୁକୁଳିଥିଲେ। ତେବେ ଜାମିନ ଅବଧି ଶେଷ ହେବା ପରେ ପୁଣି କୋଟଲଖପତ ଜେଲକୁ ଫେରିବା ପରେ ଚିକିତ୍ସା ନିମନ୍ତେ ସ୍ଥାୟୀ ଜାମିନ ପ୍ରଦାନ ନିମନ୍ତେ କୋର୍ଟଙ୍କୁ ସରିଫ ନିବେଦନ କରିଛନ୍ତି। ତେବେ ପୂର୍ବରୁ ସରିଫଙ୍କ ଏଭଳି ନିବେଦନ କୋର୍ଟ ଅଗ୍ରାହ୍ୟ କରିଦେଇଥିବା ବେଳେ ସାନି ନିବେଦନକୁ ନେଇ ସରିଫ ବେଶ ଆଶାୟୀ ଥିବା ଜଣାପଡିଛି।

ଅଲ ଜଜିଆ ଭ୍ରଷ୍ଟାଚାର ମାମଲାରେ ସରିଫ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ କୋର୍ଟ ତାଙ୍କୁ ୭ବର୍ଷ ଦଣ୍ଡାଦେଶ କରିଛନ୍ତି। ହେଲେ ସ୍ବସ୍ଥ୍ୟଗତ କାରଣ ପାଇଁ ତାଙ୍କୁ ଦେଶବାହାରକୁ ଯାଇ ଏବେ ଚିକିତ୍ସା କରାଇବା ଜରୁରି ହୋଇପଡିଛି । ହେଲେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ସରିଫଙ୍କୁ କୋର୍ଟ ଦେଶ ବାହାରକୁ ଯିବାକୁ ଅନୁମତି ଦେଉନାହାନ୍ତି। ନିକଟରେ ୬ ସପ୍ତାହ ଜାମିନରେ ମୁକୁଳିଥିବା ବେଳେ ତାଙ୍କର ଚିକିତ୍ସା କରାଯାଇଥିଲା। ଏ ନେଇ ମିଳିଥିବା ମେଡିକାଲ ରିପୋର୍ଟ ତାଙ୍କ ଓକିଲ ଖ୍ବାଜା ହୈରିସ ସ୍ଥାୟୀ ଜାମିନ ନିବେଦନରେ ସଂଯୁକ୍ତ କରିଛନ୍ତି।

ମେଡିକାଲ ରିପୋର୍ଟରେ  ସରିଫ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଉଲ୍ଲେଖ ରହିଛି। ଯେଉଁଥିରେ ତାଙ୍କର ରକ୍ତଚାପ ଓ ରକ୍ତ ସର୍କରା ସମ୍ବଦ୍ଧିତ ବେମାରୀକୁ ଡାକ୍ତରମାନେ ବିଶେଷ ଗୁରୁତ୍ବ ଦେଇଛନ୍ତି। ୩ଥର ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ୬୯ ବର୍ଷ ବୟସ୍କ ମିଆଁ ନଓ୍ବାଜ ସରିଫ ଚଳିତମାସ ପ୍ରଥମ ସପ୍ତାହରେ ସ୍ଥାୟୀ ଜାମିନ ପାଇଁ ନିବେଦନ କରିଥିଲେ। ହେଲେ କୋର୍ଟ ନିବେଦନ ଅଗ୍ରାହ୍ୟ କରିଦେଇଥିଲେ।

   Related Posts