ପାକିସ୍ତାନ: କରୋନା ସଂକ୍ରମଣ ଲାଗି ଇମ୍ରାନ ଖାନ ଓ NABଙ୍କୁ ଦାୟି କଲେ ପିଏମଏଲ-ଏନ ନେତା ଶାହାବାଜ ସରିଫ

Published By : Prameya-News7 Bureau | June 11, 2020 IST

ଇସ୍ଲାମାବାଦ ୧୧।୬: ପାକିସ୍ତାନ ବିରୋଧୀ ଦଳ ନେତା ଶାହାବାଜ୍ ସରିଫ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ଏକ ମନିଲଣ୍ଡ୍ରିଂ ମାମଲା ଲାଗି ସେ ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନଏବି)ରେ ହାଜର ହୋଇଥିବା ବେଳେ ସଂକ୍ରମିତ ହୋଇଥିବା ନେଇ ପିଏମଏଲ-ଏନର ଅନ୍ୟତମ ନେତା ଅତାଉଲ୍ଲାହ ତରାର ଗୁରୁବାର ଆନୁଷ୍ଠାନିକ ଘୋଷଣା କରିଛନ୍ତି।  ୬୮ ବର୍ଷ ବୟସ୍କ ସରିଫ  ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ। ଏଣୁ ତାଙ୍କର ଯଦି କିଛି ଅସୁବିଧା ହୁଏ ଏଥିଲାଗି ପ୍ରଧାମନ୍ତ୍ରୀ ଇମ୍ରାନ ଖାନ୍ ଓ ଏନଏବି ଦାୟି ରହିବେ ବୋଲି କହିଛନ୍ତି।

{"id":284687,"width":579,"height":401,"sizeSlug":"large"}

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ୧ଲକ୍ଷ ୧୯ ହଜାର ୫୭୬ରେ ପହଞ୍ଚିଛି।  ଏଥିରେ ସାବାଜ ସରିଫ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇ ବାରମ୍ବାର ଏନଏବିଙ୍କୁ ସୂଚିତ କରିବା ସତ୍ତ୍ୱେ ତାଙ୍କୁ ବ୍ୟକ୍ତିଗତ ହାଜର ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ତରାର ଅଭିଯୋଗ କରିଛନ୍ତି।

{"id":284691,"sizeSlug":"large"}

କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ରୋଗ ପ୍ରତିଷେଧକ ଶକ୍ତି କମ୍ ଏଣୁ ସେ ସତର୍କତାର ସହ ସମୟ ବିତାଉଥିବା ବେଳେ ଏନଏବିଙ୍କ କୋର୍ଟରେ ହାଜର ହୋଇ କରୋନା ସଂକ୍ରମିତ ହୋଇଛନ୍ତି। ତେବେ କେବଳ ଶାହାବାଜ ସରିଫ ନୁହଁନ୍ତି ପାକିସ୍ତାନରେ ଅନେକ ନେତା କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ପ୍ରାଦେଶିକ ମନ୍ତ୍ରୀ ଓ ୪ ଜଣ ସାଂସଦ ଏପର୍ଯ୍ୟନ୍ତ ପ୍ରାଣ ହରାଇଥିବା ଜଣାପଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.