Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ପତ୍ନୀଙ୍କୁ ଓକିଲ ନୋଟିସ୍ ପଠାଇଲେ ନଓ୍ୱାଜୁଦ୍ଦିନ ସିଦ୍ଦିକି, ଜାଲିଆତି ଓ ମାନହାନୀ ନେଇ ତଲବ କଲେ ଜବାବ, ଅଞ୍ଜନାଙ୍କ ଉତ୍ତର ‘ଡେରିରେ ହେଲେ ବି ନୀରବତା ଭାଙ୍ଗିଲ’

27/06/2020 at 8:00 PM

ମୁମ୍ବାଇ, ୨୭|୦୬:  ଅଭିନେତା ନଓ୍ୱାଜୁଦ୍ଦିନ ସିଦ୍ଦିକି  ଓ ତାଙ୍କ ପତ୍ନୀ ଅଞ୍ଜନା ଆନନ୍ଦ ଓରଫ ଆଲିୟାଙ୍କ ମଧ୍ୟରେ ଥିବା ବିବାଦ ଏବେ ଚରମ ସୀମାରେ ପହଁଚିଛି । ନିକଟରେ ଅଞ୍ଜନା ନଓ୍ୱାଜୁଦିନଙ୍କୁ ଛାଡପତ୍ର ନୋଟିସ୍ ପଠାଇଥିଲେ । ଏପରିକି ନଓ୍ୱାଜୁଦ୍ଦିନ ମଧ୍ୟ ଅଞ୍ଜନାଙ୍କୁ ଓକିଲ ନୋଟିସ୍ ପଠାଇଛନ୍ତି । ଏହାର ଜବାବ ଟ୍ୱିଟରରେ ରଖିଛନ୍ତି ଅଞ୍ଜନା । ଅଞ୍ଜନା ବିବାହ ପରେ ନାମ ପରିବର୍ତ୍ତନ କରି ଆଲିୟା ସିଦ୍ଦିକି ରଖିଥିଲେ । ଯାହାକୁ ସେ ଏବେ ପୁଣି ଅଞ୍ଜନା ଆନନ୍ଦ କରିଦେଇଛନ୍ତି ।

ନଓ୍ୱାଜୁଦ୍ଦିନ ଲିଗାଲ ନୋଟିସ୍ ଜାରି କରିବା ସହ ଅଞ୍ଜନାଙ୍କ ବିରୋଧରେ ଠକେଇ ଓ ମାନହାନୀ ଅଭିଯୋଗ ଆଣିଛନ୍ତି .। ଏପରିକି ଅଞ୍ଜନାଙ୍କ ଚରିତ୍ରକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।

ଅଞ୍ଜନା ଏହାର ଜବାବ ରଖି କହିଛନ୍ତି ଯେ, ଭଲ ହେଲା । ସେ ଶେଷରେ ନୀରବତା ଭଙ୍ଗ କଲେ । ଏହାସହ ଓକିଲ ନୋଟିସର ଜବାବକୁ ଅପେକ୍ଷା କରିବାକୁ ଅଞ୍ଜନା ନଓ୍ୱାଜୁଦିନଙ୍କୁ କହିଛନ୍ତି । ଟ୍ୱିଟର ପୋଷ୍ଟରେ ଅଞ୍ଜନା କହିଛନ୍ତି ଯେ, ନୀରବତା ଭଙ୍ଗ କରିଥିବାରୁ ଭଲ ଲାଗୁଛି । ଉତ୍ତରକୁ ଅପେକ୍ଷା କର । ସେ ନେଇଥିବା ପଦକ୍ଷେପରୁ ପଛକୁ ହଟିବେ ନାହିଁ । ସେ ଏହାକୁ ଶୁକ୍ରବାର ପୋଷ୍ଟ କରିଛନ୍ତି ।

ଅନେକ ସାକ୍ଷାତକାରରେ ନଓ୍ୱାଜୁଦ୍ଦିନ କହିଥିଲେ ଯେ, ସେ ଅଞ୍ଜନାଙ୍କ ନୋଟିସର ଜବାବ ଦେଇନାହାଁନ୍ତି । ସେ ମଧ୍ୟ ଅଞ୍ଜନାଙ୍କୁ ମାସିକ ଭତ୍ତା ପ୍ରଦାନ ବନ୍ଦ କରିଦେଇଛନ୍ତି ।

ନଓ୍ୱାଜୁଦ୍ଦିନଙ୍କୁ ଶେଷ ଥର ପାଇଁ ଘୁମକେତୁ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ଏହା ମେ ୨୨ରେ ଜୀ୫ରେ ରିଲିଜ୍ ହୋଇଥିଲା । ଏଥିରେ ତାଙ୍କ ସହ ରାଗିଣୀ ଖାନ୍ନା, ଅନୁରାଗ କାଶ୍ୟପ, ଅଲା ଅରୁଣ, ରଘୁବୀର ଯାଦବ ଆଦି ଅଭିନୟ କରିଥିଲେ ।

   Related Posts