Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଲକଡାଉନ ସମୟରେ ମୁଣ୍ଡରେ ଗାମୁଛା ବାନ୍ଧି ଚାଷୀଙ୍କ ଭଳି ଗାଁ କ୍ଷେତରେ କାମ କରୁଛନ୍ତି ନବାଜୁଦ୍ଦିନ ସିଦ୍ଦିକି, ଚିହ୍ନିବା ମୁସ୍କିଲ

24/06/2020 at 5:16 PM

ମେରଠ ୨୪/୦୬ : ଲକଡାଉନ ଯୋଗୁଁ ସମସ୍ତ ଫିଲ୍ମ ସୁଟିଙ୍ଗ ସ୍ଥଗିତ ରଖାଯାଇଛି | ବଲିଉଡ ଅଭିନେତା ନବାଜୁଉଦ୍ଦିନ ସିଦ୍ଦିକି ଲକଡାଉନ ମଧ୍ୟରେ ନିଜ ପୈତୃକ ଘରକୁ ଯାଇଛନ୍ତି | ସେଠାରେ ସେ ଚାଷ କାମ କରୁଛନ୍ତି | ଚାଷୀଙ୍କ ଭଳି ମୁଣ୍ଡରେ ଗାମୁଛା ବାନ୍ଧି କ୍ଷେତରେ କାମ କରୁଛନ୍ତି | କ୍ଷେତରେ ଚାଷ କାମ କରୁଥିବା ଏକ ଭିଡିଓ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି | ନବାଜୁଦ୍ଦିନଙ୍କ ଏହି ଭିଡିଓକୁ ତାଙ୍କ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି |

ପ୍ରଶଂସକ ତାଙ୍କ ଭିଡିଓରେ ସକାରାତ୍ମକ ପ୍ରତିକ୍ରିୟା ରଖିଛନ୍ତି | ଚାଷ କାମ କରି ସାରିବା ପରେ କ୍ଷେତରେ ହାତ ଧୋଉଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି | ମେ ୧୯ ତାରିଖରେ ନିଜ ଜନ୍ମଦିନ ପାଳନ କରିବାକୁ ସେ ପ୍ରତିବର୍ଷ ନିଜ ପୈତୃକ ଗାଁ ବୁଢାନା ଆସନ୍ତି | ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଲକଡାଉନ ଲାଗୁ ହୋଇଥିବାରୁ ବିଶେଷ ଅନୁମତି ନେଇ ବୁଢାନା ପହଞ୍ଚିଥିଲେ ଏବଂ ହୋମ କ୍ଵାରେଣ୍ଟାଇନରେ ଥିଲେ | ସେହିଦିନରୁ ସେ ବୁଢାନାରେ ଅଛନ୍ତି |

ତାଙ୍କ ଭାଇ ଫୈଜୁଦ୍ଦିନ ସିଦ୍ଦିକି କହିଛନ୍ତି ଯେ, ଡିସେମ୍ବର ୭ ତାରିଖରେ ତାଙ୍କ ସାନ ଭଉଣୀ ସାୟମା ସିଦ୍ଦିକିଙ୍କ ନିଧନ ହୋଇଥିଲା | ସେଥିପାଇଁ ଚଳିତବର୍ଷ ସେ ନିଜ ଜନ୍ମଦିନ ଓ ଇଦ ପର୍ବ ପାଳନ କରିନାହାନ୍ତି | ନବାଜୁଉଦ୍ଦିନ ଏଥର ନିଜ ପତ୍ନୀ ଓ ପିଲାଙ୍କୁ ବୁଢାନାକୁ ଆଣି ନାହାନ୍ତି | ସେ ନିଜ ଭାଇ ଓ ମାଙ୍କ ସହିତ ଆସିଛନ୍ତି | ପ୍ରଶଂସକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ସେ ଦୁରେଇ ରହିଛନ୍ତି | କ୍ଷେତରେ କାମ କରିବା ପାଇଁ ନବାଜୁଉଦ୍ଦିନ ଏମିତି ସମୟ ବାହାର କରନ୍ତି ଯେପରିକି କାହାକୁ ଜଣା ନ ପଡୁ | ତେବେ ସେ କେଉଁ ସମୟରେ କ୍ଷେତକୁ ଯାଆନ୍ତି ଏବଂ କେଉଁ ସମୟରେ ଆସନ୍ତି ତାହା କେହି ଜାଣି ନାହାନ୍ତି |

   Related Posts