Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ୱାଙ୍ଖଡେଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ନବାବ ମଲ୍ଲିକ, କହିଲେ-ଏକ୍ସଟୋରସନ ଲାଗି କରିଥିଲେ ଆର୍ୟନଙ୍କ ଅପହରଣ

6/11/2021 at 3:18 PM

ମୁମ୍ବାଇ ୬।୧୧: ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ତଥା ଏନସିପି ବିଧାୟକ ନବାବ ମଲ୍ଲିକ ଶନିବାର ପୁଣି ଏକ ନୂଆ ଟ୍ୱିଟ୍‌ କରିଛନ୍ତି। ଏଥିରେ ମଲ୍ଲିକ ଆର୍ୟନଙ୍କୁ ସମୀର ଦାଉଦ ୱାଙ୍ଖଡେ ଆପହରଣ କରିଥିଲେ ଓ ଏଥିଲାଗି ମୁକ୍ତି ରାଶି ମଧ୍ୟ ଫିକ୍ସ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଏବେ ଏହି ମାମଲାର ଯାଞ୍ଚ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ( ଏସଆଇଟି) କରିବେ।

ମଲ୍ଲିକ କହିଛନ୍ତି ଯେ ମାମଲାର ମୁଁ ଏସଆଇଟି ଗଠନ ଦାବି କରିଥିଲି। ତେବେ ମାମଲାରେ ଦୁଇଟି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠିତ ହୋଇଛି। ଏଥିରୁ ଗୋଟିଏ କେନ୍ଦ୍ର ସରକାର ଗଠନ କରିଥିବା ବେଳେ ଅନ୍ୟଟି ରାଜ୍ୟ ସରକାର ଗଠନ କରିଛନ୍ତି। ତେବେ ଏଥିରୁ ଦେଖିବାର କଥା ହେଲା କେଉଁ ଟିମ୍‌ ମାମଲାର ଗଭୀରତାରେ ପଶି ସତ୍ୟତା ସାମ୍ନାକୁ ଆଣୁଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ତେବେ ଏହା ପୂର୍ବରୁ ଗତ ଏକମାସ ହେଲା ବିବାଦର କେନ୍ଦ୍ରବିନ୍ଦୁ ଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଆର୍ୟନ ଖାନ ସମେତ ୬ଟି ମାମଲାର ତଦନ୍ତରୁ ବାହାର କରି ଦିଆଯାଇଛି। ଏବେ ଏହି ମାମଲାର ତଦନ୍ତ ଦିଲ୍ଲୀର ଆଇପିଏସ୍‌ ଅଫିସର ସଞ୍ଜୟ କୁମାର ସିଂହ କରିବେ। ସମୀର ୱାଙ୍ଖଡେଙ୍କ ବିରୋଧରେ ନବାବ ମଲ୍ଲିକ ଅନେକ ଗୁରୁତର ଅଭିଯୋଗ କରିଛନ୍ତି। ଏଥିରେ କୌଣସି ସମୟରେ ଗିରଫ ହେବା ଭୟରେ ୱାଙ୍ଖଡେ ଆଗୁଆ ବମ୍ବେ ହାଇକୋର୍ଟଙ୍କ ଶରଣ ନେଇଥିଲେ। ତେବେ ଗିରଫଦାରୀର ୭୨ ଘଣ୍ଟା ପୂର୍ବରୁ ତାଙ୍କୁ ସୂଚିତ କରିଦିଆଯିବ ବୋଲି ହାଇକୋର୍ଟ ୱାଙ୍ଖଡେଙ୍କୁ ଆଶ୍ୱସ୍ତ କରିଛନ୍ତି।

ସେହିପରି ମଲ୍ଲିକ ତାଙ୍କ ବିରୋଧରେ ନକଲି ଜାତି ସାର୍ଟିଫିକେଟ୍ ଅଭିଯୋଗ ଆଣିଥିଲେ। ସେ ମୁସଲମାନ ହୋଇ ଦଳିତ କୋଟାରେ ସିଭିଲ ସର୍ଭିସ କରୁଥିବା ଅଭିଯୋଗ କରିଥିଲେ। ହେଲେ ତାଙ୍କ ପିତା ଆମେ ହିନ୍ଦୁ ଓ ଦଳିତ ବୋଲି କହିଥିଲେ। ତେବେ ସେମାନେ ଇସ୍ଲାମ ହୋଇଥିବା ନେଇ ୱାଙ୍ଖଡେଙ୍କ ପ୍ରଥମ ନିକାହର ସାର୍ଟିଫିକେଟ୍‌ ପେସ୍‌ କରିଛନ୍ତି। ମାମଲା ଏବେ ତଦନ୍ତାଧିନ ରହିଛି। ସେହିପରି ୱାଙ୍ଖଡେ ବଲିଉଡ କଳାକାରଙ୍କୁ ମିଥ୍ୟା ମାମଲାରେ ଫଶାଇ ସେମାନଙ୍କଠାରୁ ହଜାର ହଜାର କୋଟି ଟଙ୍କା ଅସୁଲ କରିଥିବାର ମଧ୍ୟ ଅଭିଯୋଗ କରିଥିଲେ।

   Related Posts