NCB ଓ ବିଜେପିର ଜବାବ ରଖିଲେ ନବାବ , କହିଲେ ସେମାନଙ୍କର ଅଛନ୍ତି ଆଉ, ଆମର....

Published By : Prameya-News7 Bureau | November 02, 2021 IST

ମୁମ୍ବାଇ ୨।୧୧: ଏନସିପି ନେତା ନବାବ ମଲ୍ଲିକ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି।ଏଥିରେ ବିଜେପି ଉପରେ ଅଙ୍ଗୁଳି ଉଠାଇଛନ୍ତି। ବିଜେପିର ବୟାନ ଉପରେ ସେ ତାଙ୍କର ଆପତ୍ତି ବ୍ୟକ୍ତ କରିଛନ୍ତି। ସେ ୱାଙ୍ଖଡେଙ୍କ ପରିବାରର ମହିଳାଙ୍କ ପ୍ରତି ଅସଭ୍ୟ ବୟାନବାଜୀ କରିନଥିବା କହିଛନ୍ତି। ତେବେ ମାମଲା ସମ୍ପର୍କିତ ଦୁଇ ମହିଳାଙ୍କ ନାମ ସାମ୍ନାକୁ ଆସିଥିଲା, ବାସ ମୁଁ କେବଳ ସେମାନଙ୍କ ଉଲ୍ଲେଖ କରିଛି ବୋଲି ସେ କହିଛନ୍ତି। ଅପରପକ୍ଷେ କିରିଟ ସୋମୈୟା ଅନେକ ବାର ମହାବିକାଶ ଅଘାଡି ସରକାରଙ୍କ ନେତାଙ୍କ ଘରର ମହିଳାଙ୍କ ପ୍ରତି ଅସଭ୍ୟ ଟିପ୍ପଣୀ କରିଥିବାର ସେ ଅଭିଯୋଗ କରିଛନ୍ତି।

ସେ ଅଜିତ ପାୱାରଙ୍କ ମା,ଭଉଣୀଙ୍କ ନାମ ବି ନେଲେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପତ୍ନୀଙ୍କ ବରୋଧରେ ଆରୋପ ମଧ୍ୟ ଲଗାଇଲେ, ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଇଡି ସମନ ପଠାଇଲେ, ଏକନାଥ ଖଡସେଙ୍କ ପତ୍ନୀଙ୍କୁ ମଧ୍ୟ ସମନ ପଠାଗଲା, କଣ ଆମ ଘରର ମହିଳା ମହିଳା ନୁହନ୍ତି ସେମାନଙ୍କର କେବଳ ମହିଳା? ଏଥିରେ ମଲ୍ଲିକ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନବୀଶ ତାଙ୍କ ଜ୍ୱାଇଁଙ୍କ ଘରୁ ଗଞ୍ଜେଇ ଜବତ ସମ୍ପର୍କିତ ଅଭିଯୋଗ କରିଥିଲେ, ମଲ୍ଲିକ ଏହାର ଜବାବ ମଧ୍ୟ ରଖିଛନ୍ତି। ସେ ମାମଲାରେ ଏନସିବିଙ୍କ ପଞ୍ଚନାମା ଉପସ୍ଥାପନ କରି କେଉଁଠାରେ ବି ତାଙ୍କ ଘରୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବାର ଉଲ୍ଲେଖ ନଥିବା କହିଛନ୍ତି।

ଏଣୁ  ପ୍ରସଙ୍ଗରେ ଫଡନବୀଶ ତାଙ୍କୁ କ୍ଷମାଯାଚନା କରିବା ଆବଶ୍ୟକ ବୋଲି କହିଛନ୍ତି। ଫଡନବୀଶ ଦୀପାବଳି ପରେ ବୋମା ଫୁଟେଇବେ ବୋଲି ଧମକ ଦେଇଛନ୍ତି। ତେବେ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ମଲ୍ଲିକ କହିଛନ୍ତି। ମୋର ଅଣ୍ଡରୱାର୍ଲଡ ସମ୍ପର୍କ ଉଜାଗର କରିବେ ବୋଲି କହିଛନ୍ତି। ମୁଁ ମୁମ୍ବାଇରେ ଗତ ୬୨ ବର୍ଷ ହେଲା ରହି ଆସୁଛି। ହେଲେ କାହାର ସତସାହସ ନାହିଁ ମୋର ଅଣ୍ଡରୱାର୍ଲଡ ସମ୍ପର୍କ ଅଛି କହିପାରିବେ ବୋଲି ମଲ୍ଲିକ କହିଛନ୍ତି।

wp:embed {"url":"https://twitter.com/nawabmalikncp/status/1455376217578741765","type":"rich","providerNameSlug":"twitter","responsive":true}
https://twitter.com/nawabmalikncp/status/1455376217578741765
/wp:embed

ମଲ୍ଲିକ ଫଡନବୀଶଙ୍କ ଉପରେ ପୁଣି ଆରୋପ ମଧ୍ୟ ଲଗାଇଛନ୍ତି। ରାଜ୍ୟରେ ତାଙ୍କର ବିଜେପି ସରକାର ଶାସନରେ ଥିବା ବେଳେ ଫଡନବୀଶ ୫ ବର୍ଷ ଗୃହମନ୍ତ୍ରୀ ଥିଲେ।  ଫୋରସିଜିନ ହେଟେଲରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହାଇପ୍ରୋଫାଇଲ ପାର୍ଟି ସବୁ ଅନୁଷ୍ଠିତ ହେଉଥିଲା। ଗୋଟିଏ ଗୋଟିଏ ଟେବୁଲ ୧୫ ଲକ୍ଷ ଟଙ୍କାରେ ବୁକ୍ ହେଉଥିଲା। ଫଡନବୀଶ କହିପାରିବେ କି ଏହି ସବୁ ପାର୍ଟିରେ କ’ଣ ହେଉଥିଲା।  ସେତେବେଳେ ମୁମ୍ବାଇ ପୋଲିସକୁ କ’ଣ ଏହାର ସୂଚନା ନଥିଲା?

ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ୱାଙ୍ଖଡେଙ୍କ ଦ୍ୱାରା ହଜାର କୋଟି ଟଙ୍କା ଆଦାୟ ହୋଇଛି।  ଆର୍ୟନ ଖାନ ମାମଲାରେ ପଞ୍ଚ ପ୍ରଭାକର ସେଲ କହିଥିଲା ଯେ ୱାଙ୍ଖଡେକୁ ୮ କୋଟି ଟଙ୍କା ଦେବାକୁ ହେବ। ଏବେ ସାମ ଡିସୁଜା ଆଗକୁ ଆସି ଏହି କଥାକୁ ପୁଷ୍ଟି କରିଛନ୍ତି। ଟଙ୍କା ନେଣଦେଣ ହୋଇଥିବା ସେ କହିଛନ୍ତି। ଶ୍ରଦ୍ଧା କପୁର, ଦୀପିକା ପାଦ୍ୟୁକୋଣ ଓ ସାରା ଖାନଙ୍କୁ ଏନସିବି ମାମଲାର ଯାଞ୍ଚ ଲାଗି ଏକ ସଙ୍ଗରେ ଡକାଯାଇଥିଲା। ଏହି ମାମଲାରେ ଚାର୍ଜସିଟ୍ ନାହିଁ, କୌଣସି ଗିରଫ ନାହିଁ ତଥାପି ୧୪ ଦିନ ପର୍ଯ୍ୟନ୍ତ କେସ୍‌ର କ୍ଲୋଜର ନାହିଁ ?ଏହି ମାମଲାରେ ୱାଙ୍ଖଡେ କୋଟି କୋଟି ଟଙ୍କା ଅସୁଲ କରିଛି।

wp:embed {"url":"https://twitter.com/nilofermk/status/1455477622205341697","type":"rich","providerNameSlug":"twitter","responsive":true}
https://twitter.com/nilofermk/status/1455477622205341697
/wp:embed

ଏହି ଅର୍ଥ ଦୁବାଇ, ମାଲଦ୍ୱୀପରେ ଦିଆନିଆ ହୋଇଛି। ଏଥିରେ ୱାଙ୍ଖଡେର ପରିବାର ଲୋକେ ଓ ପ୍ରାଇଭେଟ ଆର୍ମୀ ମଧ୍ୟ ସାମିଲ ଥିଲେ। ମୋ ଜ୍ୱାଇଁଙ୍କୁ ଏନସିବି ଅଧିକାରୀ ଭି.ଭି.ସିଂଘ ଲ୍ୟାଣ୍ଡକ୍ରୁଜର ଗାଡି ମାଗିଥିଲେ। ଯଦି ମୋ ଜ୍ୱାଇଁଙ୍କୁ ଗାଡି ମଗାଯାଇପାରୁଛି ତେବେ ସେମାନଙ୍କଠୁ ୱାଙ୍ଖଡେ କଣ କଣ ନେଇ ନଥିବ ଭାବିଲେ ବୋଲି ମଲ୍ଲିକ ଗଣମାଧ୍ୟମକୁ  କହିଛନ୍ତି। ୱାଙ୍ଖଡେ ଲକ୍ଷ ଲକ୍ଷ ଟଙ୍କାର ପୋଷାକ ପିନ୍ଧୁଛନ୍ତି ସେ ପିନ୍ଧୁଥିବା ବରବରି ସାର୍ଟର ମୂଲ୍ୟ ୫୦ ହଜାର, ୨ଲକ୍ଷ ଟଙ୍କା ମୂଲ୍ୟର ଲୁଇ ଭିଟୋନ ଜୋତା, ସେ ପିନ୍ଧୁଥିବା ଗୋଟେ ଗୋଟେ ଟି-ସାର୍ଟର ମୂଲ୍ୟ ୩୦ ହଜାର ଟଙ୍କାରୁ କମ ନୁହେଁ, ଡେଲି ଲକ୍ଷଲକ୍ଷ ଟଙ୍କା ମୂଲ୍ୟର ଘଡି ବଦଳାଇ ବଦାଇ ପିନ୍ଧୁଛନ୍ତି। ପୋଷାକରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଅଧିକାରୀ କିପରି ସଚ୍ଚୋଟ?

ସେ କହିଛନ୍ତି ଯେ ଅନିଲ ଦେଶମୁଖ ସୋମବାର ଇଡିରେ ହାଜର ହୋଇଥିଲେ। ତାଙ୍କୁ ମଧ୍ୟ ଫଶାଯାଇଛି। ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଅଫିସର ପମରବୀର ସିଂହ ଏବେ ଫେରାର । ଯିଏ ବି ବୟାନ ରେକର୍ଡ କରିବାକୁ ଗଲା ତାକୁ ଗିରଫ କରୁଥିଲା, କଣ ନା ଆଇନ ତା କାମ କରିବ। ପରମବୀର ସିଂହ ଚଣ୍ଡିଗଡ ଯାଇଥିଲା। ଏବେ ଶୁଣା ଯାଉଛି ବିଦେଶ ପଳାଇଛି। ଲୁକଆଉଟ୍ ନୋଟିସ୍ ଥିଲା କେମିତି ଫେରାର ହେଲା? ରୋଡରେ, ବିମାନରେ ନା ପଡୋଶୀ ଦେଶଙ୍କୁ ଯାଇ ପଳାଇଲା। ଯଦି ପଳାଇଲେ ୟୁପି, ବିହାର ଓ ଉତ୍ତରାଖଣ୍ଡ ରାସ୍ତାରେ ଫେରାର ହୋଇଥିବେ। ଏହି ୩ ରାଜ୍ୟର ସୀମା ବିଦେଶ ସହ ସଲଗ୍ନ ଓ ଏହି ସବୁ ରାଜ୍ୟରେ ବିଜେପି ସରକାର ଅଛି। କଣ ଅନ୍ୟମାନଙ୍କ ଭଳି ପରମବୀର ସିଂହଙ୍କୁ ବି ଫେରାର କରାଇ ଦେଲେ ବୋଲି ମଲ୍ଲିକ ପ୍ରଶ୍ନ କରିଛନ୍ତି।

ଯେଉଁ ଖେଳ ବେଙ୍ଗଲରେ ଆରମ୍ଭ ହୋଇଥିଲା ତାହା ମହାରାଷ୍ଟ୍ରରେ ବି ହେଲାଣି ବୋଲି କହିଛନ୍ତି ମଲ୍ଲିକ। କେନ୍ଦ୍ର ସରକାର କ୍ଷମତାର ଦୂରୁପୋଯୋଗ କରି ସରକାରୀ ଲୋକଙ୍କୁ ଡରାଇ ଧମକାଇ କାମ ହାସଲ କରିବାର ଏହା ଏକ ଚାଲ। ହେଲେ ମହାରାଷ୍ଟ୍ର ଏଥିରେ ଡରିବ ନାହିଁ, ଆମେ କଡା ଜବାବ ଦେବୁ ବୋଲି ମଲ୍ଲିକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.