Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଦେବେନ୍ଦ୍ର ଫଡନବିସଙ୍କୁ ୫କୋଟି ଟଙ୍କାର ମାନହାନି ନୋଟିସ୍‌ ପଠାଇଲେ ନୱାବ ମଲିକଙ୍କ ଝିଅ, କହିଲେ- ଏହା ଆରମ୍ଭ ମାତ୍ର

11/11/2021 at 5:33 PM

ମୁମ୍ବାଇ ୧୧/୧୧: ଡ୍ରଗ୍ସ କାରବାର, ଦୁର୍ନୀତି ଆଦି ପ୍ରସଙ୍ଗରେ ମହାରାଷ୍ଟ୍ର ରାଜନୀତି ଉଠୁଛି ପଡ଼ୁଛି। ରାଜ୍ୟର ମନ୍ତ୍ରୀ ତଥା ଏନସିପିର ବରିଷ୍ଠ ନେତା ନୱାବ ମଲିକ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡ଼ନବିସ୍‌ଙ୍କ ମଧ୍ୟରେ କିଛି ଦିନ ହେଲା ଆରୋପ-ପ୍ରତ୍ୟାରୋପ ତୀବ୍ର ହୋଇଛି। ଏବେ ଦୁହେଁ ଦୁହିଁଙ୍କ ବିରୋଧରେ ଆଇନଗତ ନୋଟିସ୍‌ ମଧ୍ୟ ପଠାଇଛନ୍ତି। ପିଟିଆଇରେ ପ୍ରକାଶିତ ଖବର ମୁତାବିକ, ନୱାବ ମଲିକଙ୍କ ଜ୍ବାଇଁ ସମୀର ଖାନଙ୍କ ପକ୍ଷରୁ ଝିଅ ନିଲୋଫର ମଲିକ ଖାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ଙ୍କୁ ୫ କୋଟି ଟଙ୍କାର ମାନହାନି ନୋଟିସ୍‌ ପଠାଇଛନ୍ତି।

ଏହା ପୂର୍ବରୁ ଫଡନବିସ୍‌ଙ୍କୁ ଲିଗାଲ୍‌ ନୋଟିସ୍‌ ପଠାଇ କ୍ଷମା ମାଗିବାକୁ ଦାବି କରିଥିଲେ ନିଲୋଫର। ନୱାବ ମଲିକଙ୍କ ଝିଅ ନିଲୋଫର ଗୁରୁବାର ଲିଗାଲ୍‌ ନୋଟିସ୍‌ର ଏକ ସ୍କ୍ରିନ୍‌ସଟ୍‌ ସେୟାର କରିଥିଲେ। ଏହା ପରେ ଦେବେନ୍ଦ୍ର ଫଡନବିସଙ୍କ ପତ୍ନୀ ଅମୃତା ‘ତାଙ୍କ ପରିବାରର ଛବି ଖରାପ’ କରିଥିବା ଅଭିଯୋଗରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କୁ ଲିଗାଲ ନୋଟିସ୍‌ ପଠାଇଛନ୍ତି।

ନିଲୋଫର ଟ୍ବିଟ୍‌ କରି ଲେଖିଛନ୍ତି, ‘ମିଥ୍ୟା ଅଭିଯୋଗ ଜୀବନ ବରବାଦ କରିଦିଏ। ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି ତାପୂର୍ବରୁ ତାଙ୍କ ସମ୍ପର୍କରେ ଜାଣିବା ଉଚିତ। ଏହି ମାନହାନି ନୋଟିସ୍‌ ଦେବେନ୍ଦ୍ର ଫଡନବିସଙ୍କ ପରିବାରର ଅଭିଯୋଗ ବିରୋଧରେ ଦେଇଛି । ଆମେ ନଇଁବୁ ନାହିଁ।’ ଏହାତ ଆରମ୍ଭ ମାତ୍ର । ଆଗକୁ ଆହୁରି ନୋଟିସ୍‌ ପଠାଯିବ ବୋଲି ନିଲୋଫର କହିଛନ୍ତି ।

   Related Posts