Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନବାବ ମଲିକଙ୍କ ବଢିବ ଅଡୁଆ: ପୋଲିସ ନିକଟରେ ଫେରାଦ ହେଲେ ୱାଖେଡେଙ୍କ ବୋହୂ, ରାଜ୍ୟପାଳଙ୍କୁ ଭେଟିଲେ ପରିବାର

10/11/2021 at 11:29 AM

ମହାରାଷ୍ଟ୍ର ୧୦/୧୧: ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ବଢିପାରେ ସମସ୍ୟା ବଢିପାରେ । ତୃତୀୟ ଅଭିଯୋଗ ଅନୁଯାୟୀ ବର୍ତ୍ତମାନ ଏନସିବି ଅଧିକାରୀ ସମୀର ୱାଖେଡେଙ୍କ ପରିବାର ପକ୍ଷରୁ ନବାବ ମଲିକଙ୍କ ବିରୋଧରେ ଆସିଛି । ସମୀର ୱାଖେଡେଙ୍କ ବୋହୂ ହର୍ଷଦା ଦିନାଥ ରେଡକରଙ୍କ ନବାବ ମଲିକ ମଙ୍ଗଳବାର ଦିନ ଡ୍ରଗ୍ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

ଏଥିସହ ସମୀର ୱାନକେଡେଙ୍କ ପତ୍ନୀ କ୍ରାନ୍ତି ରେଡକର ଏବଂ ତାଙ୍କ ପିତା ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କଶୋରିଙ୍କୁ ଭେଟି ନବାବ ମଲିକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସୂଚନା ଥାଉକି, ଅକ୍ଟୋବର ୨ରେ, ଏନସିବି କ୍ରୁଜ୍ ଉପରେ ଚଢାଉ କରିଥିଲା । ସେବେଠାରୁ ନବାବ ମଲିକ ଏବଂ ୱାଖେଡେ ପରିବାର ମଧ୍ୟରେ ପ୍ରତିବାଦ ଚାଲିଛି।

ସମୀର ୱାଖେଡେଙ୍କ ବୋହୂ ହର୍ଷଦା ମୁମ୍ବାଇର ଗୋରେଗାଓଁ ପୋଲିସ ଷ୍ଟେସନରେ ନବାବ ମଲିକଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ଏହି ଅଭିଯୋଗ ଆଇପିସିର ଧାରା ୩୫୪, ୩୫୪ ଡି, ୫୦୩ ଏବଂ ୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି । ଏହା ବ୍ୟତୀତ ମଲିକଙ୍କ ବିରୋଧରେ ମହିଳାଙ୍କ ଅଶ୍ଳୀଳ ପ୍ରତିନିଧିତ୍ୱ (ନିଷେଧାଦେଶ) ଅଧିନିୟମ, ୧୯୮୬ ର ଧାରା ୪ ଅନୁଯାୟୀ ଏକ ମକଦ୍ଦମା ଦାୟର କରାଯାଇଛି । ଅନ୍ୟପକ୍ଷରେ ୱାନକେଡେ ପରିବାର ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂଙ୍କୁ ଭେଟି ନବାବ ମଲିକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

କ୍ରାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ମୋର ଶ୍ୱଶୁର ଏବଂ ବୋହୂ ୟାସିମିନ ସହ ରାଜ୍ୟପାଳଙ୍କୁ ଭେଟିଛୁ । ମନ୍ତ୍ରୀ ନବାବ ମଲିକଙ୍କ ଉପରେ ଜାରି ଆକ୍ରମଣ ଉପରେ ଆମେ ଅଭିଯୋଗ କରିଛୁ । ଏହି ଆକ୍ରମଣ ଯୋଗୁଁ ପରିବାରର ପ୍ରତିଷ୍ଠା ବିପଦରେ ପଡ଼ିଛି । ରାଜ୍ୟପାଳଙ୍କ ପ୍ରତିକ୍ରିୟା ବିଷୟରେ ପଚରାଯାଇଥିବା ବେଳେ କ୍ରାନ୍ତି କହିଛନ୍ତି ଯେ, ଏହି ସତ୍ୟକୁ ପ୍ରାଧାନ୍ୟ ଦିଆଯିବ, ଆମକୁ ସଂଯମତା ଏବଂ ଧୈର୍ଯ୍ୟ ଧରିବାକୁ ପଡ଼ିବ । ତାଙ୍କୁ ଭେଟିବା ପରେ ଆମେ ବହୁତ ପଜିଟିଭ ଅନୁଭବ କରୁଛୁ। ”

   Related Posts