Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

କଙ୍ଗନାଙ୍କ ‘ସ୍ୱାଧୀନତା’ ବୟାନକୁ ନେଇ ଜୋର ଧରିଲା ରାଜନୀତି: ଅଭିନେତ୍ରୀଙ୍କ ଗିରଫ ସହ ପଦ୍ମଶ୍ରୀ ପ୍ରତ୍ୟାହାର ଦାବି କଲେ ମଲିକ

12/11/2021 at 2:39 PM

ମୁମ୍ବାଇ ୧୨/୧୧ : ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ‘ଆଜାଦୀ’ ବୟାନକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଆପତ୍ତି ଦର୍ଶାଇଛନ୍ତି। ସେ କେନ୍ଦ୍ର ସରକାରଙ୍କୁ କଙ୍ଗନାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ନିକଟରେ କଙ୍ଗନା ଏକ କାର୍ଯ୍ୟକ୍ରମ ସମୟରେ କହିଥିଲେ ଯେ ଭାରତକୁ ଅସଲ ସ୍ୱାଧୀନତା ୨୦୧୪ ରେ ମିଳିଥିଲା। ଏହାସହ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ। ଅଭିନେତ୍ରୀଙ୍କ ଏହି ବୟାନକୁ ନେଇ ଅନେକ ହସ୍ତୀ ବିରୋଧ କରିଥିଲେ।

ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ମଲିକ କହିଛନ୍ତି ଯେ, ‘ଏମିତି ଲାଗୁଛି ଯେ ବୟାନ ଦେବା ଆଗରୁ କଙ୍ଗନା ମଲାଣା କ୍ରିମର ଭାରି ଡୋଜ ନେଇଯାଇଥିଲେ।’ ମଲାଣା କ୍ରିମ ଏକ ଖାସ ପ୍ରକାର ହଶିଷ ବା ଚରସ ଯାହା ବିଶେଷତଃ ହିମାଚଳ ପ୍ରଦେଶରେ ହୁଏ। ମଲିକ କଙ୍ଗନାଙ୍କ ବୟାନକୁ କଡା ନିନ୍ଦା କରିଛନ୍ତି। ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି। କେନ୍ଦ୍ର ସରକାର କଙ୍ଗନା ଠାରୁ ପଦ୍ମଶ୍ରୀ ପ୍ରତ୍ୟାହାର କରିନେବା ଉଚିତ ଏବଂ ତାଙ୍କୁ ଗିରଫ କରିବା ଉଚିତ ବୋଲି ମଲିକ କହିଛନ୍ତି।

ନିକଟରେ କଙ୍ଗନା ସ୍ୱାଧୀନତା ଆନ୍ଦୋଳନକୁ ନେଇ କହିଥିଲେ ଯେ ଭାରତକୁ ଅସଲରେ ୨୦୧୪ରେ ସ୍ୱାଧୀନତା ମିଳିଛି। ବୀର ସାୱାରକରଙ୍କୁ ପଚରାଯାଇଥିବା ପ୍ରଶ୍ନରେ ସେ କଂଗ୍ରେସକୁ ବ୍ରିଟିଶ ସରକାରର ଅଂଶ ବୋଲି କହିଥିଲେ। ସେ କହିଥିଲେ ଯେ ଦେଶକୁ ୧୯୪୭ ରେ ଭିକ ମିଳିଥିଲା, ଅସଲ ସ୍ୱାଧୀନତା ୨୦୧୪ରେ ମିଳିଛି। ତାଙ୍କର ଏହି ବୟାନ ପରେ ବିବାଦ ଛିଡା ହୋଇଛି। ରାଜନେତାଙ୍କ ଛଡା ବଲିଉଡ ହସ୍ତୀ ମଧ୍ୟ ତାଙ୍କର ବୟାନକୁ ବିରୋଧ କରିଛନ୍ତି।

ଆମ ଆଦମୀ ପାର୍ଟି ନେତା ପ୍ରୀତି ମେନନ କଙ୍ଗନାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି ବୋଲି ଜଣାପଡିଛି। ଦିଲ୍ଲୀରେ ଆପ କଙ୍ଗନାଙ୍କ ଏହି ବୟାନକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରିବାକୁ ଦାବି କରିଛି।

   Related Posts