ଡ୍ରଗ୍ସ ଆରୋପକୁ ନେଇ ଦେବେନ୍ଦ୍ର ଫଡଣବିସଙ୍କୁ ଲିଗାଲ ନୋଟିସ ପଠାଇଲେ ମଲିକଙ୍କ ଝିଅ: କହିଲେ କ୍ଷମା ମାଗନ୍ତୁ ନଚେତ...

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଲୀ ୧୧/୧୧ : ମହାରାଷ୍ଟ୍ରରେ ଡ୍ରଗ୍ସ ମାମଲାର ଯାଞ୍ଚ ବର୍ତ୍ତମାନ ଆଇନଗତ ଯୁଦ୍ଧର ରୂପ ନେଇଛି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ଏନସିପିର ବରିଷ୍ଠ ନେତା ନବାବ ମଲିକଙ୍କ ଝିଅ ନିଲୋଫର ମଲିକ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସଙ୍କୁ ଆଇନଗତ ନୋଟିସ ପଠାଇ କ୍ଷମା ମାଗିବାକୁ ଦାବି କରିଛନ୍ତି। ନବାବ ମଲିକ କହିଛନ୍ତି, 'ମୋ ଝିଅ ଦେବେନ୍ଦ୍ର ଫଡଣବିସଙ୍କ ଦ୍ୱାରା ଲଗାଯାଇଥିବା ଆରୋପ ଯୋଗୁଁ ନୋଟିସ ପଠେଇଛି ଯେଉଁଥିରେ ସେ କହିଥିଲେ ଯେ ମୋ ଜ୍ୱାଇଁ ଘରୁ ଡ୍ରଗ୍ସ ଜବତ ହୋଇଥିଲା। ଯଦି ସେ କ୍ଷମା ନ ମାଗନ୍ତି ତାହେଲେ ଆମେ ଫଡଣବିସଙ୍କ ବିରୋଧରେ ମାନହାନି କେସ କରିବୁ।'

ଏହାସହ ନବାବ ମଲିକ କହିଛନ୍ତି ଯେ ଆଜି ଦ୍ଵାରକାରୁ ମଧ୍ୟ ଡ୍ରଗ୍ସ ଧାରା ହୋଇଛି। ଏଠି ପ୍ରଶ୍ନ ଉଠୁଛି ଡ୍ରଗ୍ସର ଏହି ଖେଳ ଗୁଜୁରାଟରୁ ଚାଲୁନି ତ ? ଦ୍ଵାରକାରୁ ଡ୍ରଗ୍ସ ଧରାପଡ଼ିବା ସଂଯୋଗ କି ? ସେ କହିଛନ୍ତି ଯେ ଗୁଜୁରାଟରୁ ଡ୍ରଗ୍ସ ବିସ୍ତାର କରାଯାଉଛି। ଏହାକୁ ଏନସିବି ଡିଜି ଗମ୍ଭୀରତାର ସହ ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଏହାର ତଦନ୍ତ ହେବା ଉଚିତ। ଆମର ଲଢେଇ କୌଣସି ବ୍ୟକ୍ତି ସହ ନାହିଁ। ଅଧିକାରୀ ଭାବେ ଯିଏ ଭୁଲ କାମ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମହାରାଷ୍ଟ୍ରରେ ୨,୪ ଗ୍ରାମ ଡ୍ରଗ୍ସ ଜବତ କରି ପବ୍ଲିସିଟି କରାଯାଉଛି କିନ୍ତୁ ଗୁଜୁରାଟରେ ବଡ ବ୍ୟବସାୟ ଚାଲିଥିବା ଲୋକେ ସନ୍ଦେହ କରୁଛନ୍ତି। ଗୁଜୁରାଟ ଦ୍ଵାରକାରେ ୩୫୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି। ଏହା ନୂଆ ମାମଲା ଯାହା ସାମ୍ନାକୁ ଆସିଛି। ଗୁଜୁରାଟରୁ ଡ୍ରଗ୍ସ ଡିଷ୍ଟ୍ରିବ୍ୟୁସନ ରାକେଟ ଚାଲୁଥିବା ଭଳି ଜଣାପଡୁଛି ବୋଲି ମଲିକ କହିଛନ୍ତି। ଗୁଜୁରାଟ ଧୀରେ ଧୀରେ ଡ୍ରଗ୍ସର ହବ ପାଲଟି ଯାଉଥିବା ପ୍ରମାଣିତ ହୋଇଛି। ଏହାତ ତଦନ୍ତ କରାଯାଉ ବୋଲି ସେ ଏନସିବି ଡିଜି ଓ ଏନଆଇଏକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.