ଆତ୍ମନିର୍ଭର ଭାରତ: ସମୁଦ୍ରରେ ବଢିବ ନୌସେନାର ଶକ୍ତି, ଶୀଘ୍ର ମିଳିବ ଆଉ ତିନି ପରମାଣୁସଂପନ୍ନ ବୁଡାଜାହାଜ

Published By : Prameya-News7 Bureau | June 13, 2021 IST

ନୂଆଦିଲ୍ଲୀ ୧୩।୦୬: ସମୁଦ୍ରରେ ନିଜର ଶକ୍ତି ବଢାଇବା ପାଇଁ ଭାରତକୁ ଖୁବ୍ ଶୀଘ୍ର ତିନୋଟି ଆଣବିକ ସଂପନ୍ନ ବୁଡାଜାହଜ ମିଳିବାକୁ ଯାଉଛି। ଏହି ତିନି ଜାହାଜ ୯୫ ପ୍ରତିଶତ ସ୍ଵଦେଶୀ ହେବ। ଏହା ପରେ ଏହି ପରି ଆଉ ତିନୋଟି ବୁଡାଜାହାଜ ନିର୍ମାଣ କରାଯିବ। ସୁରକ୍ଷା ଉପରେ ଗଠିତ ମନ୍ତ୍ରିମଣ୍ଡଳ କମିଟି ୫୦ ହଜାର କୋଟି ଟଙ୍କା ମୂଲ୍ୟରେ ବୁଡାଜାହାଜ ନିର୍ମାଣ କରିବାକୁ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି।

ସୂତ୍ର ଅନୁଯାୟୀ, ଏହି ତିନୋଟି ବୁଡାଜାହାଜ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ବିଶାଖାପାଟଣାରେ ନିର୍ମାଣ କରାଯିବ। ଏହି ପ୍ରକଳ୍ପ ଅରିହନ୍ତ ଶ୍ରେଣୀର ପ୍ରକଳ୍ପଠୁ ଭିନ୍ନ ରହିବ। ଏହା ଆଧାରରେ ଛଅ ଆଣବିକ ସଂପନ୍ନ ବୁଡାଜାହାଜ ନିର୍ମାଣ କରାଯିବ। ଅରିହନ୍ତ ଶ୍ରେଣୀର ବୁଡାଜାହାଜ ବାଲାଷ୍ଟିକ ମିସାଇଲ କ୍ଷମତା ସଂପନ୍ନ ଅଟେ।

ଏହି ସବୁ  ଜାହାଜ ନିର୍ମାଣ ମେଡ୍ ଇନ ଇଣ୍ଡିଆ ଅନ୍ତର୍ଗତରେ ହେବ। ଏଥିରେ ଘରୋଇ ଓ ସାର୍ବଜନୀନ କ୍ଷେତ୍ର ସମେତ ଘରୋଇ ପ୍ରତିରକ୍ଷା କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ଯଦି ଆବଶ୍ୟକ ପଡେ ଭାରତ ଏଥିପାଇଁ ନିଜର ରଣନୀତିକ ଭାଗିଦାରୀ ଦେଶର ସାହାଯ୍ୟ ନେଇପାରେ।   

କିଛି ବର୍ଷ ପୂର୍ବେ ଅରିହନ୍ତ ଶ୍ରେଣୀର ପ୍ରଥମ ବୁଡାଜାହାଜକୁ ନୌସେନାରେ ସାମିଲ କରାଯାଇଥିଲା। ଦ୍ଵିତୀୟ ଆଇଏନଏସ ଅରିଘାତର ସମୁଦ୍ରରେ ପରୀକ୍ଷଣ ଚାଲିଛି ଏବଂ ଏହାକୁ ଶୀଘ୍ର ନୌସେନାରେ ସାମିଲ କରାଯିବ। ଭାରତ ଛଅ ଆଣବିକସଂପନ୍ନ ବୁଡାଜାହାଜ ସମେତ ୨୪  ବୁଡାଜାହାଜ ନୌସେନାରେ ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.