ଜାଭେଦ ଜାଫରିଙ୍କ ପୁଅ ମିଜାନଙ୍କୁ ମନ ଦେଇ ବସିଲେ ଅମିତାଭଙ୍କ ନାତୁଣୀ : ଭାଇରାଲ୍ ଭିଡିଓରେ ଦେଲେ ଏପରି କମେଣ୍ଟ୍

Published By : Prameya-News7 Bureau | May 24, 2020 IST

ମୁମ୍ବାଇ ୨୪/୫: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ଭଳି ତାଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ମଧ୍ୟ ଖୁବ୍ ପ୍ରସିଦ୍ଧ। ନବ୍ୟାଙ୍କ ଫ୍ୟାନ୍ ଫଲୋଇଂଙ୍କ ସଂଖ୍ୟା ବହୁତ ଅଧିକ। ନବ୍ୟା ନିକଟରେ ଗ୍ରାଜୁଏଟ୍ ହୋଇଛନ୍ତି। ଲକଡାଉନରେ ତାଙ୍କ ଗ୍ରାଜୁଏଟ୍ ହେବାର ଫଟୋ ଜୋରସୋର​‌ରେ ଭାଇରାଲ୍ ହୋଇଥିଲା। ଏହା ପରେ ନବ୍ୟା ନିଜ ବ୍ୟବସାୟ ଆରମ୍ଭ କରିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏବେ ସେ ନିଜ ବନ୍ଧୁଙ୍କୁ ନେଇ ଚର୍ଚ୍ଚାରେ ଆସିଛନ୍ତି। ନବ୍ୟା ନିଜର ଏହି ଖାସ୍ ବନ୍ଧୁଙ୍କୁ ଲକଡାଉନ୍ ଏବଂ ତାଙ୍କ ସହ ହସ ଖୁସିର ସମୟକୁ ବେଶ୍ ମନେ ପକାଉଛନ୍ତି।

wp:core-embed/instagram {"url":"https://www.instagram.com/p/CAepyA_pnkY/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAepyA_pnkY/?utm_source=ig_embed
/wp:core-embed/instagram

ନବ୍ୟା ନବେଲି ନନ୍ଦାଙ୍କ ଏହି ଖାସ୍ ବନ୍ଧୁ ଆଉ କେହି ନୁହଁନ୍ତି ବରଂ ଅଭିନେତା ଜାଭେଦ ଜାଫରିଙ୍କ ପୁଅ ମିଜାନ୍ ଜାଫରି। ନିକଟରେ ମିଜାନ୍ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ଯେଉଁଥିରେ ସେ ଗୀତ ଗାଉଛନ୍ତି। ଏହି ଭିଡିଓକୁ ଦେଖି ନବ୍ୟା ନିକୁ ରୋକି ପାରିନଥିଲେ ଏବଂ ସେ କମେଣ୍ଟ କରିଥିଲେ। ନବ୍ୟା ,ମିଜାନଙ୍କ ଏହି ଭିଡିଓରେ ‘ହାର୍ଟ’ର ଇମୋଜୀ କରି କମେଣ୍ଟ୍ କରିଛନ୍ତି।

{"id":275160,"sizeSlug":"large"}

ମିଜାନ୍ ଜାଫରି ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏହି ଭିଡିଓରେ ମିଜାନ୍ ଗାୟକ ଆଦନାନ ସାମିଙ୍କ ପ୍ରସିଦ୍ଧ ଗୀତ ‘ଭିଗି ଭିଗି ରାତୋଁ ମେଁ’ ଗୀତ ଗାଉଥିବା ଦେଖା ଯାଉଛନ୍ତି। ଏହି ଗୀତକୁ ସେ ଗିଟାର ସହ ଗାଉଛନ୍ତି। ଏହି ଭିଡିଓକୁ ସେୟାର କରିବାବେଳେ ମିଜାନ୍ କ୍ୟାପସନରେ ଲେଖିଛନ୍ତି,‘ଏହା ତାଙ୍କର ଲେଟ୍ ନାଇଟ୍ କ୍ବାରେଣ୍ଟାଇନ୍ ରୁଟିନ୍ ହୋଇଗଲାଣି। ପ୍ରତି ଶୁକ୍ରବାର ସେ ସମସ୍ତଙ୍କ ସହ ଏପରି ଏକ ଭିଡିଓ ସେୟାର କରିବେ। ଯଦି ଆପଣ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଛନ୍ତି ତେବେ କମେଣ୍ଟ ସେକ୍ସନରେ କହି ପାରିବେ। ଏହା ତାଙ୍କର ପ୍ରିୟ ଗୀତ।’

{"id":275161,"sizeSlug":"large"}

ନବ୍ୟା ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ଆକ୍ଟିଭ ରୁହନ୍ତି। ସେ ପ୍ରାୟତଃ ନିଜ ଫଟୋ ଏବଂ ଭିଡିଓ ସେୟାର କରନ୍ତି। ନବ୍ୟାଙ୍କୁ ଅଧିକାଂଶ ସମୟରେ ତାଙ୍କ ଫ୍ୟାମିଲି ଫଟୋରେ ଦେଖାଯାଇଥାଏ।

{"id":275162,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.