କେବଳ ସୁନ୍ଦରୀ ନୁହନ୍ତି ଅମିତାଭଙ୍କ ନାତୁଣୀ ହଟ୍ ବି, ଆପଣ ବି ଦେଖନ୍ତୁ ତାଙ୍କ ଫଟୋ

Published By : Prameya-News7 Bureau | May 10, 2019 IST

ପ୍ରସିଦ୍ଧି ପାଇଁ  ଆଜିର ସମୟରେ ସୋସାଲ ମିଡିଆକୁ ବିଶ୍ବର ସର୍ବ ବୃହତ୍ତ ମଞ୍ଚ ବୋଲି କୁହାଯାଇପାରେ। ଯାହା ପାଇଁ ଲୋକେ ରାତାରତ ଆକାଶ ଛୁଉଁଛନ୍ତି । କଳାକାର ଜଗତରେ ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସେମାନଙ୍କର ସୌନ୍ଧର୍ଯ୍ୟ ଓ କଳାନୈପୂଣ୍ୟତା ପାଇଁ ବେଶ ଆଦୃତି ଲାଭ କରିଛନ୍ତି । ତେବେ ଆଜି ଏଠାରେ ଆମେ ବଲିଉଡର ବିଗ-ବି ଅର୍ଥାତ ଅମିତାଭ ବଚ୍ଚନଙ୍କ ନାତୁଣୀଙ୍କୁ ଉଲ୍ଲେଖ କରୁଛୁ। ଯଦିଓ ଚଳଚିତ୍ର ଉଦ୍ୟୋଗ ସହ ତାଙ୍କର କୌଣସି ସମ୍ପର୍କ ନାହିଁ   ତେବେ ତାଙ୍କର ରୂପ ରଙ୍ଗ କୌଣସି ଟପ୍ ଅଭିନେତ୍ରୀଙ୍କ ଠାରୁ ମଧ୍ୟ କମ ନୁହେଁ ।

{"id":110606,"width":579,"height":682}

ଏ ହେଉଛନ୍ତି ଅମିତାଭଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା । ଜୟା ଓ ଅମିତାଭ ବଚ୍ଚନଙ୍କ ନାତୁଣୀ ଭାବେ ନବ୍ୟା ବେଶ ଜଣାସୁଣା । ତାଙ୍କର ସ୍କୁଲ ଶିକ୍ଷା ଲଣ୍ଡନରେ ହୋଇଛି । ଏବେ ତାଙ୍କର ସ୍ନାତକ ପଢା ଶେଷ ପର୍ଯାୟରେ ପହଞ୍ଚିଛି। ବଲିଉଡରେ କିଙ୍ଗଖାନ ଅର୍ଥାତ ଶାହରୁଖ ଖାନଙ୍କ ପୁତ୍ର ଆର୍ୟନ ଖାନଙ୍କ ବ୍ୟଚ୍ ମେଟ୍ ହେଉଛନ୍ତି ନବ୍ୟା। ଉଭୟ ପରସ୍ପରର ଭଲ ବନ୍ଧୁ ମଧ୍ୟ। ନବ୍ୟା ଅମିତାଭଙ୍କ ଝିଅ ଶ୍ବେତା ବଚ୍ଚନ ଓ ନିଖିଲ ନନ୍ଦାଙ୍କର ଏକମାତ୍ର କନ୍ୟା। ଲଣ୍ଡନର ସେଭେନ ଓକ ସ୍କୁଲରୁ ପାଠ ପଢା ସରିବା ପରେ ତାଙ୍କର ସ୍ନାତକ ଶିକ୍ଷା ଏବେ ଶେଷ ହେବାକୁ ଯାଉଛି।

{"id":110603}

ମା ଶ୍ବେତା ଓ ପିତା ନିଖିଲ ଉଭୟ କଳାକାର ପରିବାର। ଶ୍ବେତା ଅମିତାଭ ଓ ଜୟଙ୍କ ଝିଅ ହୋଇଥିବା ବେଳେ ନିଖିଲ ହେଉଛନ୍ତି ସୋ ମ୍ୟାନ ରାଜ କପୁରଙ୍କ ନାତି। ତେବେ ଶ୍ବେତା କି ନିଖିଳ ସିନେମା ଅଥବା ଅଭିନୟ ପ୍ରତି ଆଗ୍ରହୀ ନଥିଲେ। ସେମାନଙ୍କ ଭଳି ନବ୍ୟା ମଧ୍ୟ ଫିଲ୍ମ ଅଭିନୟ ପ୍ରତି ଏତେଟା ଋଚି ରଖନ୍ତିନି । ତେବେ ଜନ୍ମଜାତ ପ୍ରବୃତ୍ତି ତାଙ୍କଠାରେ ଭରି ରହିଛି । ସେ ବେଶଭଲ ପିଆନୋ ବଜାଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.