Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ମୋ ପେଟରେ ପିଲା ଥିଲା, ନଚେତ୍ କରି ଦେଇଥାନ୍ତି ଆତ୍ମହତ୍ୟା: ଏଭଳି ବେଦନା ଦାୟକ କଥାଟି କାହିଁକି କହିଲେ ଗୋବିନ୍ଦାଙ୍କ ଭାଣିଜି

16/06/2020 at 8:26 PM

ମୁମ୍ବାଇ ୧୫/୬: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଫିଲ୍ମ ଏବଂ ଟିଭି ଜଗତକୁ ସ୍ତବ୍ଧ କରି ଦେଇଛି। ସୁଶାନ୍ତଙ୍କ ମୃତ୍ୟୁର କାରଣ ଡିପ୍ରେସନ ବୋଲି ଧିରେ ଧିରେ ସ୍ପଷ୍ଟ  ହେଉଥିବା ବେଳେ ସିନେ ଇଣ୍ଡଷ୍ଟ୍ରୀରେ ଅନେକ ଭୟଙ୍କର ଡିପ୍ରେସନ ବା ହତୋତ୍ସାହଜନିତ ମାନସିକ ସ୍ଥିତିର ଶୀକାର। ଏହା ଧିରେ ଧିରେ ପଦାକୁ ଆସୁଛି। ରୋଜଗାର ହେଉ କିମ୍ବା ଅସଫଳତା ଏହା ହିଁ ମୁଖ୍ୟତଃ ବଲିଉଡରେ ସମସ୍ୟା। ଧାରାବାହିକ ନବ୍ୟା ଫେମ୍ ଅଭିନେତ୍ରୀ ସୌମ୍ୟା ସେଠ୍ ଏବେ ମୁହଁ ଖୋଲିବା ପରେ ଆଉ ଏକ ସାଙ୍ଘାତିକ କଥା ସାମ୍ନାକୁ ଆସିଛି। ଅଭିନେତା ତଥା ରାଜନେତା ଗୋବିନ୍ଦାଙ୍କ ଭାଣିଜି ହେଉଛନ୍ତି ସୌମ୍ୟା ସେଠ୍।  ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ନିଜ ଜୀବନର ସତ କଥାଟିଏ କହି ପକାଇଛନ୍ତି ସୌମ୍ୟା। ସେ କହିଛନ୍ତି, ତାଙ୍କ ମନରେ ମଧ୍ୟ ଦିନେ ଆତ୍ମହତ୍ୟାର ଭାବନା ଆସିଥିଲା। ସେ ମଧ୍ୟ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି  ନେଇ ଯାଇଥିଲେ କିନ୍ତୁ ଶେଷ ମୁହୂର୍ତ୍ତରେ ଅଟକି ଯାଇଥିଲେ।

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ନିଜ କଥା ଇନଷ୍ଟାରେ ସେୟାର କରିଛନ୍ତି ସୌମ୍ୟା। ନିଜ ବିଷୟରେ ଲମ୍ବା ପୋଷ୍ଟ ସେୟାର କରି ସୌମ୍ୟା କ୍ୟାପସନରେ କହିଛନ୍ତି ଯେ ସେ କେବେ ବି ଭାବିନଥିଲେ ଯେ ସେ ଦିନେ ଏକଥା ସମସ୍ତଙ୍କ ଆଗରେ ରଖିବେ। ତାଙ୍କର ଆଶା ରହିଛି ଯେ ତାଙ୍କ ଅନୁଭବ ଆଉ କାହା ଜୀବନକୁ ବଞ୍ଚାଇ ପାରିବ,ଅନ୍ୟର ସାହାଯ୍ୟ କରିବ।

ସୌମ୍ୟା ନିଜ ପୋଷ୍ଟରେ ଲେଖିଛନ୍ତି- ଅତୀତରେ କିଛି ମାସ ପର୍ଯ୍ୟନ୍ତ ତାଙ୍କ ମନରେ ଆତ୍ମହତ୍ୟା କରିବାର ଭାବନା ଆସିଥିଲା। ବିତୃଷ୍ଣା, ମାନସିକ ଚାପ କିମ୍ବା ଡିପ୍ରେସନ ବା ଅବସାଦରୁ ତାଙ୍କର ଏପରି ଅବସ୍ଥା ହେଉଥିଲା। ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ସୌମ୍ୟା ଲେଖିଛନ୍ତି  ଉପରେ  ହସି ସେ ଦୁଃଖକୁ ଚାପୁଥିଲେ।  ଆତ୍ମହତ୍ୟା କରିବାର ଚିନ୍ତାକୁ ଲୁଚାଉଥିଲେ।  ସେ ଇଭେଣ୍ଟସ୍ ଆଟେଣ୍ଡ କରୁଥିଲେ। ସମସ୍ତଙ୍କ ସହ ହସି ହସି କଥା କହୁଥିଲେ ଏବଂ ହସୁଥିଲେ।

ସେ କହିଛନ୍ତି ଲୋକେ ଘରକୁ ଚାଲିଯିବା ମାତ୍ରେ  ଆତ୍ମହତ୍ୟା କରିବାକୁ ଉପାୟ ଖୋଜୁଥିଲେ। ମୁଁ ନିଜ ଜୀବନକୁ ନେଇ ନିରାଶ ହୋଇ ପଡିଥିଲି। ମନରେ ଖାଲୁ ଆତ୍ମହତ୍ୟା କରିବାର ଭାବନା ଆସୁଥିଲା। ଦର୍ପଣରେ ନିଜକୁ ଦେଖିଲେ ବିଶ୍ଵାସ ହେଉନଥିଲା ଯେ, ଏହା ମୁଁ ବୋଲି। ମୋ ହାତ ଏବଂ ମୁହଁରେ କ୍ଷତର ଦାଗ ଥିଲା। ମୁଣ୍ଡ ଯନ୍ତ୍ରଣା ହେଉଥିଲା। ମୋ ଭିତରେ ଜୀବନ ଶେଷ ହୋଇ ଯାଇଥିଲା। ମୁଁ ନିଃଶ୍ଵାସ ନେଉଥିଲି କିନ୍ତୁ ବଞ୍ଚିବାକୁ ଇଚ୍ଛା ନଥିଲା।

ସୌମ୍ୟା କହିଛନ୍ତି ଯେ, ମୋତେ ଲାଗୁଥିଲା, ମୋତେ କେହି ଭଲ ପାଉ ନାହାନ୍ତି। ଏସବୁ ମାନସିକ ଦୁଶ୍ଚିତା, ବିଷାଦ ଏବଂ ନିରାଶପଣ ମଧ୍ୟରେ ଥିଲେ ବି ମୁଁ ଆତ୍ମହତ୍ୟା କରିନଥିଲି। କାରଣ ମୁଁ ଗର୍ଭବତୀ। ଯଦି ମୁଁ ଗର୍ଭବତୀ ନଥାନ୍ତି ତେବେ କେବେଠୁ ଆତ୍ମହତ୍ୟା କରିସାରିଥାନ୍ତି।

   Related Posts