ମାଛଧରା ଜାହାଜରୁ ଜବତ ହେଲା ୩୦୦୦ କୋଟି ଟଙ୍କାର ମାଦକ ଦ୍ରବ୍ୟ, ଯାଞ୍ଚ ଜାରି

Published By : Prameya-News7 Bureau | April 19, 2021 IST

ତିରୁଅନନ୍ତପୁରମ ୧୯।୦୪: ଭାରତୀୟ ନୌସେନା ଆରବ ସାଗରରେ ଏକ ମାଛଧରା ଜାହାଜରୁ ୩୦୦୦ କୋଟି ଟଙ୍କାର ମଦ ଜବତ କରିଛି। ଏହି ଜାହାଜ ବିଦେଶର ହୋଇଥିବା କୁହାଯାଉଛି। ଭାରତୀୟ ନୌସେନାର ଜାହାଜ 'ସୁବର୍ଣ୍ଣ' ଆରବ ସାଗରରେ ପାଟ୍ରୋଲିଂ କରୁଥିବା ସନ୍ଦିଗ୍ଧ ଅବସ୍ଥାରେ ଗତି କରୁଥିବା ଦେଖିବାକୁ ପାଇଥିଲା।

ଭାରତୀୟ ନୌସେନାର ମୁଖପାତ୍ର କହିଛନ୍ତି ଯେ, ତୁରନତ ଭାରତୀୟ ନୌସେନା ଜାହାଜର ତଲାସି କରିଥିଲେ। ଏହି ସମୟରେ ୩୦୦ କିଲୋଗ୍ରାମରୁ ଅଧିକ ମାଦକ ଦ୍ରବ୍ୟ ଜବତ କରାଯାଇଛି। ଅଧିକ ଯାଞ୍ଚ ପାଇଁ ଜାହଜା ଏବଂ ଏହାର ଚାଳକ ସଦସ୍ୟଙ୍କୁ ନିକଟସ୍ଥ ବନ୍ଦର କୋଚି ନିଆଯାଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଜବତ ମାଦକ ଦ୍ରବ୍ୟର ମୂଲ୍ୟ ପ୍ରାୟ ୩୦୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ମୁଖପାତ୍ର ଏହା ଜଣାଇବାରେ ଅସମର୍ଥ ଯେ, ଜାହାଜରୁ ଜବତ ଏତେ ପରିମାଣରେ ମାଦକ ଦ୍ରବ୍ୟ କେଉଁ ସ୍ଥାନରୁ ଆସି କେଉଁଠିକୁ ଯାଉଥିଲା। ଅବୈଧ ନିଶାଦ୍ରବ୍ୟ କାରବାର ଦୃଷ୍ଟିରୁ ଏହା ଏକ ବଡ କାର୍ଯ୍ୟାନୁଷ୍ଠାନ ବୋଲି ମୁଖପାତ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.