Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ

24/01/2021 at 10:15 PM

ଭୁବନେଶ୍ବର ୨୪/୦୧: ପୁଣି ନବୀନ ହେଲେ ନମ୍ବର ଓ୍ବାନ। ଲୋକପ୍ରିୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀ ମାନ୍ୟତା ଦେଇଛି ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ସର୍ଭେ । ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଇଛି । ନିଜ ରାଜ୍ୟରେ ଲୋକପ୍ରିୟତାରେ କେଉଁ ମୁଖ୍ୟମନ୍ତ୍ରୀ କେତେ ଲୋକପ୍ରିୟ ଏହାର ସର୍ଭେ କରିଥିଲା। ଯେଉଁଥିରେ ନିଜ ନିଜ ରାଜ୍ୟର ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ଯରେ ସବୁଠାରୁ ଆଗରେ ରହିଛନ୍ତି ନବୀନ।

ସର୍ଭେ ହୋଇଥିବା ଜନସାଧାରଣଙ୍କ ମଧ୍ଯରେ ୫୧ ପ୍ରତିଶତ ନବୀନଙ୍କୁ ନିଜର ରାଜ୍ୟର ସବୁଠାରୁ ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ଭାବେ ବାଛିଛନ୍ତି । ସର୍ଭେରେ ନବୀନଙ୍କୁ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସଂପନ୍ନ ରାଜନେତା ଭାବେ ଦର୍ଶାଯାଇଛି। ନବୀନ ସରକାରଙ୍କ ସାମାଜିକ ଯୋଜନା ସବୁ ତାଙ୍କୁ ନିଜ ରାଜ୍ଯରେ ସଫଳ କରାଇଛି ବୋଲି ସର୍ଭେରେ ଦର୍ଶାଯାଇଛି ।

ଇଣ୍ଡିଆ ଟୁଡେ ସର୍ଭେ ପୂର୍ବରୁ ଏବିପି ଓ ସିଭୋଟର କରିଥିବା ସର୍ଭେରେ ନବୀନଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ଭାବେ ଦର୍ଶାଇଥିଲା। ୨୧ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନଙ୍କ ଲୋକାଭିମୁଖୀ ଯୋଜନା ପାଇଁ ସାରାଦେଶରେ ପ୍ରଶଂସା କରାଯାଇଛି। ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳତା ପରେ ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଏକ ନମ୍ବର ଥିବାବେଳେ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦ୍ବିତୀୟ ସ୍ଥାନରେ ଅଛନ୍ତି । କେଜିରଓ୍ବାଲଙ୍କୁ ନିଜ ରାଜ୍ଯର ୪୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ସେହିପରି ଯୋଗୀ ଆଦିତ୍ଯାନାଥଙ୍କୁ ୩୯ ପ୍ରତିଶତ ଏବଂ ଉଦ୍ଧବ ଠାକରେ ଓ କେ ଚନ୍ଦ୍ର ଶେଖର ରାଓଙ୍କୁ ୩୫ ପ୍ରତିଶତ ପସନ୍ଦ କରିଛନ୍ତି।

   Related Posts