କାଲିଠୁ ଆରମ୍ଭ ହେଉଛି ନବରାତ୍ରି : ପୂର୍ଣ୍ଣ ହେବ ଆପଣଙ୍କର ସମସ୍ତ ମନସ୍କାମନା,ଏହି ଉପାୟରେ କରନ୍ତୁ ମା’ଙ୍କୁ ପୂଜା

Published By : Prameya-News7 Bureau | March 24, 2020 IST

ହିନ୍ଦୁ ଧର୍ମରେ ନବରାତ୍ରିର ପର୍ବ ବିଶେଷ ଭାବେ ପାଳନ କରାଯାଇଥାଏ। ଏହି ପର୍ବ ଦେବୀ ମାଆ ଦୁର୍ଗାଙ୍କ ୯ଟି ସ୍ବରୂପର ଆରାଧନା କରାଯାଏ। ପଞ୍ଚାଙ୍ଗ ମୁତାବକ ଏଥର ଚୈତ୍ର ନବରାତ୍ରି ମାର୍ଚ୍ଚ ୨୫ତାରିଖରୁ ଆରମ୍ଭ ହୋଇ ଅପ୍ରେଲ୍ ୨ଯାଏଁ ରହିବ। ଏଥର ପୂରା ୯ଦିନ ଦେବୀ ମାଆ ଦୁର୍ଗାଙ୍କ ୯ଟି ସ୍ବରୂପର ପୂଜା କରାଯିବ।

ନବରାତ୍ରିର ୯ଦିନ ଲଗାତାର ଦେବୀ ମାଆଙ୍କ ପୂଜା ଚାଲିଥାଏ। ତେବେ ଆସନ୍ତୁ ଜାଣିବା ନବରାତ୍ରିରେ କେଉଁ ତିଥିରେ କେଉଁ ଦେବୀଙ୍କ ଆରାଧନା କରିବା ଉଚିତ୍

ମାର୍ଚ୍ଚ ୨୫(ବୁଧବାର) ପ୍ରତିପଦା – ବୈଠକୀ କିମ୍ବା ନବରାତ୍ରିର ପ୍ରଥମ ଦିନ,ଘଟ ସ୍ଥାପନା,ଶୈଳପୁତ୍ରୀଙ୍କ ପୂଜା

ମାର୍ଚ୍ଚ ୨୬(ଗୁରୁବାର) ଦ୍ବିତୀୟା- ବ୍ରହ୍ମଚାରିଣୀଙ୍କ ପୂଜା

ମାର୍ଚ୍ଚ ୨୭ (ଶୁକ୍ରବାର) ତୃତୀୟା – ଚନ୍ଦ୍ରଘଣ୍ଟାଙ୍କ ପୂଜା

ମାର୍ଚ୍ଚ ୨୮(ଶନିବାର) ଚତୁର୍ଥୀ – କୁଷ୍ମାଣ୍ଡାଙ୍କ ପୂଜା

ମାର୍ଚ୍ଚ ୨୯ (ରବିବାର) ପଞ୍ଚମୀ – ସ୍କନ୍ଦମାତାଙ୍କ ପୂଜା

ମାର୍ଚ୍ଚ ୩୦(ସୋମବାର) ଷଷ୍ଠୀ – କାତ୍ୟାୟନୀଙ୍କ ପୂଜା

ମାର୍ଚ୍ଚ ୩୧ (ମଙ୍ଗଳବାର) ସପ୍ତମୀ – କାଳରାତ୍ରିଙ୍କ ପୂଜା

ଅପ୍ରେଲ୍ ୧ (ବୁଧବାର) ଅଷ୍ଟମୀ – ମହାଗୌରୀଙ୍କ ପୂଜା

ଅପ୍ରେଲ୍ ୨ (ଗୁରୁବାର) ନବମୀ – ନବମୀ ଯଜ୍ଞ

ନବରାତ୍ରିର ପ୍ରଥମ ଦିନ କଳସ ସ୍ଥାପନା କରାଯିବା ପରେ ଦେବୀ ମାଆଙ୍କ ପୂଜା ଆରମ୍ଭ କରାଯାଇଥାଏ।

କଳସ ସ୍ଥାପନାରେ ମାଟିର କଳସକୁ ବିଶେଷ ମହତ୍ତ୍ବ ଦିଆଯାଇଥାଏ। ଆପଣ ତମ୍ବାର ମଧ୍ୟ କଳସ ପ୍ରୟୋଗ କରି ପାରିବେ। କଳସ ସ୍ଥାପନାରେ ଆମ୍ବ ପତ୍ର,ଯଅ,ରୋଲି ଆଦି ଜିନିଷର ପ୍ରୟୋଗ କରାଯାଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.