କୋଭିଡ୍ କଟକଣା ଭିତରେ ଆରମ୍ଭ ହୋଇଛି ନବରାତ୍ର ପୂଜା

Published By : Prameya-News7 Bureau | October 18, 2020 IST

ଭୁବନେଶ୍ୱର ୧୮/୧୦ : ଆରମ୍ଭ ହୋଇଛି ନବରାତ୍ର ପୂଜା । କରୋନା ସଂକ୍ରମଣର ମୁକାବିଳା ପାଇଁ ପୀଠଗୁଡିକରେ କଟକଣା ଭିତରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଗଞ୍ଜାମର ମା ତାରାତାରିଣୀ, ଭୁବନେଶ୍ବରର ମା ଝାଡେଶ୍ବରୀ, ବଲାଙ୍ଗିରର ମା ସମଲେଶ୍ବରୀ, ଖୋର୍ଦ୍ଧାର ବରୁଣେଇ, ଆଦି ଶକ୍ତି ପୀଠଓ ପୂଜା ମଣ୍ଡପଗୁଡିକରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

{"id":346737,"sizeSlug":"large"}

ଆସୁଛନ୍ତି ମା ଜଗତ ଜନନୀ ଦୁର୍ଗା। ଆରମ୍ଭ ହେଲାଣି ମାଙ୍କ ନବରାତ୍ର ପୂଜା । ଶକ୍ତିପୀଠ ଓ ପୂଜାମଣ୍ଡପଗୁଡିକରେ କୋଭିଡ୍‌ କଟକଣା ଭିତରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା । ବଲାଙ୍ଗିରର ମା ସମଲେଶ୍ବରୀଙ୍କ ଶକ୍ତିପୀଠରେ ରୀତିନୀତି ଅନୁସାରେ ଏଠାରେ ସମଲେଶ୍ବରୀଙ୍କ ନବରାତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ନଅ ଦିନ ଧରି ମାଁ ସମଲେଶ୍ବରୀ ଭକ୍ତଙ୍କୁ ୯ଟି ବେଶରେ ଦର୍ଶନ ଦଇଥାନ୍ତି। ଆଜି ନବରାତ୍ର ପୂଜାର ଦ୍ବିତୀୟ ଦିନରେ ଭକ୍ତଙ୍କୁ ଅନଲାଇନ ମାଧ୍ୟରେ ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି ମା ସମଲେଶ୍ବରୀ। ସେପଟେ ସହରର ବିଭିନ୍ନ ମଣ୍ଡପ ଗୁଡିକରେ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ମହାଷ୍ଟମୀ ଠାରୁ ମା ଦର୍ଶନ ଦେବେ। ହେଲେ କୋଭିଡ୍‌ ପାଇଁ ପୂର୍ବବର୍ଷ ଭଳି ମାଙ୍କ ପୀଠରେ ଭକ୍ତଙ୍କ ସମାଗମ ନାହିଁ । ପୀଠ ଗୁଡିକ ଖାଁଖାଁ ଲାଗୁଛି।

{"id":346735,"sizeSlug":"large"}

ଗଞ୍ଜାମର ପ୍ରସିଦ୍ଧ ମାଆ ତାରାତାରିଣୀଙ୍କ ଶକ୍ତି ପୀଠରେ ବି ରୀତିନୀତି ଅନୁସାରେ ଚାଲିଛି ମାଙ୍କ ନବରାତ୍ର ପୂଜାର୍ଚ୍ଚନା । ତେବେ କୋଭିଡ୍ କଟକଣା ପାଇଁ ଭକ୍ତଙ୍କୁ ମନ୍ଦିରକୁ ଆସିବାକୁ ଅନୁମତି ମିଳିନି । ମନ୍ଦିରଙ୍କୁ ଭକ୍ତମାନେ ଯେପରି ପ୍ରବେଶ କରିବେ ନାହିଁ  ତା ଉପରେ କଡ଼ା ଦୃଷ୍ଟି ରଖିଛି ପ୍ରଶାସନ । କୋରନା କବଳରୁ କିଭଳି ବିଶ୍ବବାସୀ ମୁକ୍ତି ପାଇବେ ସେ ନେଇ ମାଆଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମନ୍ଦିରର ପୂଜକ ।  

{"id":346736,"sizeSlug":"large"}

ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା ଚର୍ଚ୍ଚିକାଙ୍କ ପୀଠରେ ବି ନବଦିନାତ୍ମକ ଷୋଡଶ ଉପଚାର ପୂଜା ଚାଲିଛି। ସକାଳେ ପହଡ ଖୋଲାଯାଇ ମହାନଦୀର ପବିତ୍ର ଶହସ୍ର କୁମ୍ଭ ଜଳରେ ମାଙ୍କୁ ସ୍ନାନ କରାଯାଇଛି । ସକାଳେ ମାଙ୍କ ନିକଟରେ ମଙ୍ଗଳ ଆଳତୀ କରଯାଇଛି ।

{"id":346739,"sizeSlug":"large"}

ଚଳିତବର୍ଷ କୋଭିଡ-୧୯ କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ମାଙ୍କର ଦର୍ଶନ କରିପାରି ନାହାନ୍ତି । ସେହିଭଳି ଖୋର୍ଦ୍ଧା ଗଡର ଅଧିଷ୍ଠାତ୍ରୀ ଦେବୀ ମା ବରୁଣେଇ, କରୁଣେଇଙ୍କ ପୀଠରେ ନବରାତ୍ର ପୂଜା ବିଧି ବିଧାନ ଓ ରିତି ନୀତି ଅନୁଯାୟୀ ଅନୁଷ୍ଠିତ ହେଉଛି। ମା ଙ୍କର ଆସନ୍ତା ଶୁଦ୍ଧି, ଗୋ ପୂଜା, ସୂର୍ଯ୍ୟ ପୂଜା, ପାର୍ଶ୍ବ ଦେବା ଦେବି ପୂଜା ଦ୍ବାର ପାଳ ପୂଜା କରାଯାଇ ପୀଠରେ ଷୋଢଶ ଉପଚାର ପୂଜା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.