ଗୁରୁବାରରୁ ଆରମ୍ଭ ଗୁରୁବାରରେ ଶେଷ: ନବରାତ୍ରିରୁ ଶରତ ପୂର୍ଣ୍ଣିମା ଯାଏଁ ଅନେକ ଶୁଭ ଯୋଗ, ଭୂମି ପୂଜନ ଓ ବାହାନ କିଣିବା ପାଇଁ ଶୁଭ ସମୟ

Published By : Prameya-News7 Bureau | October 11, 2021 IST

ଭୁବନେଶ୍ୱର ୧୧/୧୦ : ଅକ୍ଟୋବର ୭ ତାରିଖ ଗୁରୁବାର ଦିନରୁ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଛି। ନବରାତ୍ରି ୧୪ ତାରିଖ ଯାଏଁ ପାଳନ କରାଯିବ। ୧୯ ତାରିଖରେ ଶରତ ପୂର୍ଣ୍ଣିମା। ଏହି ସମୟରେ ଦେବୀ ପୂଜା ସହ ଭୂମି ପୂଜନ, ବାହନ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଶୁଭ ଯୋଗ ରହିଛି। ଜ୍ୟୋତିଷଙ୍କ ଅନୁଯାୟୀ, ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ନବରାତ୍ରି ଆରମ୍ଭ ହୋଇଛି। ୧୩ ତାରିଖରେ ମହା ଅଷ୍ଟମୀ, ୧୪ରେ ମହାନବମୀ ପୂଜା ହେବ। ଏଥର ନବରାତ୍ରି ୮ ଦିନ ପଡୁଛି।

ନବରାତ୍ରିରେ ବୁଧ କନ୍ୟା ରାଶିରେ ଉଚ୍ଚରେ ରହିବେ ଓ ଶନି ମକର ରାଶିରେ ରହିବେ। ନବରାତ୍ରି ଗୁରୁବାର ଦିନ ଆରମ୍ଭ ହୋଇ ଗୁରୁବାର ଦିନ ହିଁ ଶେଷ ହେଉଛି। ଶୁଭ ଯୋଗ ପାଇଁ ନବରାତ୍ରି ବ୍ୟବସାୟୀଙ୍କ ପାଇଁ ଲାଭଦାୟକ ହୋଇପାରେ। ଏହି ସମୟରେ ଭୂମି ପୂଜନ ଓ ଯାନବାହାନ କିଣାକିଣି ମଧ୍ୟ କରିପାରିବେ।

ଗୁରୁବାରର କାରକ ଗ୍ରହ ବୃହସ୍ପତି। ବୃହସ୍ପତି ଜ୍ଞାନ ଓ ବୁଦ୍ଧିର ଦେବତା। ଏଥର ନବରାତ୍ରି ଗୁରୁବାର ଦିନ ଆରମ୍ଭ ହୋଇ ଗୁରୁବାର ଦିନ ହିଁ ଶେଷ ହେବା ଶୁଭ ବୋଲି କୁହାଯାଇଛି। ଏହିଭଳି ସଂଯୋଗ ଅନେକ ବର୍ଷରେ ଥରେ ଆସେ। ୭ ତାରିଖରୁ ୧୯ ତାରିଖ ଯାଏଁ ଅନେକ ଶୁଭ ମୁହୂର୍ତ୍ତ ରହିଛି। ଏହି ଶୁଭ ମୁହୂର୍ତ୍ତରେ କିଣାଯାଇଥିବା ଜିନିଷ ସୁଖ ଦାୟକ ହୋଇଥାଏ।

{"id":525727,"width":740,"height":555,"sizeSlug":"full","linkDestination":"none"}

୧୧ ତାରିଖ, ସୋମବାର - ପଦ୍ମ ଓ ସୌଭାଗ୍ୟ ଯୋଗ

୧୨ ତାରିଖ, ମଙ୍ଗଳବାର - ସକାଳ ୧୧ଟା ୨୫ ଯାଏଁ ରବି ଯୋଗ

୧୩, ବୁଧବାର - ଶ୍ରୀବତ୍ସ ଓ ସୁକର୍ମା ଯୋଗ

୧୪, ଗୁରୁବାର - ସକାଳ ୯ଟା ୩୪ ରୁ ଦିନ ସାରା ରବି ଯୋଗ, ସୌମ୍ୟ ଓ ଦୃଶ୍ୟ ଯୋଗ

୧୫, ଶୁକ୍ରବାର - ଦିନ ସାରା ରବି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଧୂମ୍ର ଯୋଗ

୧୬, ଶନିବାର - ଏକାଦଶୀ ବ୍ରତ, ଗଣ୍ଡ ଯୋଗ

୧୭, ରବିବାର - ବୁଦ୍ଧି ଯୋଗ, ସକାଳ ୯ଟା ୫୭ ରୁ ସନ୍ଧ୍ୟା ୫ଟା ୩୯ ଯାଏଁ ତ୍ରିପୁଷ୍କର ଯୋଗ

୧୮, ସୋମବାର - ସୋମପ୍ରଦୋଷ, ରବି ଯୋଗ, ଧ୍ରୁବ ଯୋଗ

୧୯, ମଙ୍ଗଳବାର - ଶରତ ପୂର୍ଣ୍ଣିମା, ରବି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ସିଦ୍ଧ ଓ ବ୍ୟାଘାତ ଯୋଗ

ପାଞ୍ଜି ଅନୁଯାୟୀ କିଛି ସ୍ଥାନରେ ଶରତ ପୂର୍ଣ୍ଣିମା ୨୦ ତାରିଖରେ ମଧ୍ୟ ପାଳନ କରାଯିବ। ନବରାତ୍ରିରୁ ଶରତ ପୂର୍ଣ୍ଣିମା ଯାଏଁ ଅନେକ ଶୁଭ ଯୋଗ ରହିଛି। ଏହିଭଳି ଶୁଭ ଯୋଗରେ ସୁନା, ରୁପା, ଯାନବାହାନ, ବିଦ୍ୟୁତ ଉପକରଣ, ଘରୋଇ ସାମଗ୍ରୀ ଆଦି କିଣିବା ଶୁଭ ହୋଇଥାଏ, ଘରର ସୌଭାଗ୍ୟ ବଢିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.