ବୁଧବାରରୁ ନବରାତ୍ରି : କିଣି ରଖନ୍ତୁ ଏହି ସବୁ ଜିନିଷ

Published By : Prameya-News7 Bureau | March 21, 2020 IST

ନୂଆଦିଲ୍ଲୀ ୨୧/୩: ଚୈତ୍ର ମାସରେ ଆସୁଥିବା ନବରାତ୍ରିକୁ ଚୈତ୍ର ନବରାତ୍ରି କୁହାଯାଇଥାଏ। ଏହି ସମୟରେ ମାଆ ଦୁର୍ଗାଙ୍କ ୯ଟି ରୂପର ଉପାସନା କରାଯାଇଥାଏ। ଏଥିରେ ଶୈଳପୁତ୍ରୀ,ବ୍ରହ୍ମଚାରିଣୀ,ଚନ୍ଦ୍ରଘଣ୍ଟା,କୁଷ୍ମାଣ୍ଡା,ସ୍କନ୍ଦମାତା,କାତ୍ୟାୟନୀ,କାଳରାତ୍ରି,ମହାଗୌରୀ ଏବଂ ସିଦ୍ଧିଦାତ୍ରୀଙ୍କ ପୂଜା ଭିନ୍ନ ଭିନ୍ନ ଦିନ ହୋଇଥାଏ। ଏବର୍ଷ ଚୈତ୍ର ନବରାତ୍ରି ମାର୍ଚ୍ଚ ୨୫ଠୁ ଆରମ୍ଭ ହୋଇ ଅପ୍ରେଲ୍ ୨ତାରିଖ ଯାଏଁ ଚାଲିବ। ଆସନ୍ତୁ ଜାଣିବା ଏହି ନବରାତ୍ରିରେ ଆପଣଙ୍କୁ କେଉଁ ସାମଗ୍ରୀ ଆବଶ୍ୟକ ହେବ।

- ମା ଦୁର୍ଗାଙ୍କ ଫଟୋ କିମ୍ବା ମୂର୍ତ୍ତି / ମାଆଙ୍କ ସ୍ଥାପନା ପାଇଁ କାଠର ଆସ୍ଥାନ

- ଲାଲ କିମ୍ବା ହଳଦିଆ କନା/ଲାଲ ଓଢ଼ଣୀ କିମ୍ବା ଶାଢ଼ୀ/କଳସ/ଆମ୍ବ ପତ୍ର/ଫୁଲ ମାଳି ଏବଂ ଲାଲ ଫୁଲ/ନଡ଼ିଆ/ପାନପତ୍ର/ସୁପାରୀ/ଅଳେଇଚ/ଲବଙ୍ଗ/କର୍ପୁର/ସିନ୍ଦୂର/ଚାଉଳ/ଦୁର୍ଗାଙ୍କ ସପ୍ତସତୀ ପୁସ୍ତକ

- ନବରାତ୍ରିରେ ମାଆଙ୍କୁ ଦୁବଘାସ ଅର୍ପଣ କରନ୍ତୁ।

- ଘରେ ଅଖଣ୍ଡ ଦୀପ ଜଳାଇବା ପରେ ଘର ଖାଲି ଛାଡ଼ନ୍ତୁ ନାହିଁ।

- ଲାଲ କିମ୍ବା ହଳଦିଆ ଆସନରେ ବସି ପୂଜା କରନ୍ତୁ।

ଅର୍ପଣ କରିବାର ସାମଗ୍ରୀ –

ଲାଲ ଓଢ଼ଣୀ,ଚୁଡ଼ି,ସିନ୍ଦୂର,ଲାଲ ଟିକିଲି,ଶୁଦ୍ଧ ମେହେନ୍ଦୀ,କାଜଲ୍,ମଙ୍ଗଳସୂତ୍ର କିମ୍ବା ମାଳ,ପାଉଁଜି,କାନ ଫୁଲ ଆଦି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.