ଆଜିଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ :ଜାଣନ୍ତୁ କଣ ରହିଛି ମାଆଙ୍କର ପୂଜା ବିଧି...

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦ : ୭ ଅକ୍ଟୋବରରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀର ପର୍ବ । ଏହି ନବରାତ୍ରୀ ପର୍ବ ୯ଦିନ ଧରି ପାଳନ କରାଯିବ । ତେବେ ନବରାତ୍ରୀର ପ୍ରଥମ ଦିନରେ ମାଁ ଶୋଳପୁତ୍ରୀଙ୍କ ପୂଜା  ଅର୍ଚ୍ଚନା କରାଯାଏ । ମାଆ ଶୋଳପୁତ୍ରୀ ହେଉଛି ସୌଭାଗ୍ୟ ଦେବୀ । ତାଙ୍କର ପୂଜା କଲେ ସମସ୍ତ ବାଧା ବିଘ୍ନ ହଟି ସୁଖ ପ୍ରାପ୍ତ ହୁଏ। ତେବେ ୯ ଦିନ ମାଆ ଦୁର୍ଗାଙ୍କ ନଅଟି ଭିନ୍ନ ରୂପରେ ପୂଜା କରାଯିବ ।

ତେବେ ଏହି ନବରତ୍ରୀର କଳସ ସ୍ଥାପନ ପାଇଁ ଶୁଭ ସମୟ ହେଉଛି ଅଭିଜିତ୍ ମୁହୁର୍ତ । ଯାହା ଦିନ ୧୧.୩୬ ରୁ ୧୨.୨୪ ପର୍ଯ୍ୟନ୍ତ ରହିଛି । ଏଥର ନବରାତ୍ରୀ ୯ଦିନ ପରିବର୍ତ୍ତେ ଆଠ ଦିନ ହେବ। ଏହାର କାରଣ ହେଉଛି ଚୈତନ୍ୟ ଏବଂ ପଞ୍ଚମି ତିଥୀ ଏକାଠି ପଡ଼ୁଛନ୍ତି । ୧୫ ଅକ୍ଟୋବରରେ ଦଶହରା ପାଳନ କରାଯିବ। ସମସ୍ତ ପ୍ରକାରର ଶୁଭ କାର୍ଯ୍ୟ ପାଇଁ ନବରାତ୍ରୀ ବିଶେଷ ଭାବରେ ଶୁଭ ଅଟେ । ନବରାତ୍ରୀ ଚିତ୍ରା ନକ୍ଷତ୍ର ଏବଂ ବୈଧୃତି ଯୋଗରେ ଆରମ୍ଭ ହେବ, ତେଣୁ ଅଭିଜିତ୍ ମୁହୂର୍ତରେ କରିବା ସବୁଠାରୁ ଶ୍ରେଷ୍ଠ ରହିବ। ଏଥିପାଇଁ ନବରତ୍ରୀରେ ଚାରିଥର ରବି ଯୋଗ ରହିବ । ଏହି ଯୋଗ ପ୍ରଗତି ଏବଂ ସମୃଦ୍ଧି ପ୍ରଦାନ କରେ। ନବରାତ୍ରୀ ସମୟରେ ସମସ୍ତ ପ୍ରକାର ଘର, ଜମି, ଯାନ ବାହାନ, ଅଳଙ୍କାର, ପୋଷାକ, ରତ୍ନ କିଣିବା ଶୁଭ ବୋଲି ବିବେଚନା କରାଯାଏ । ତେବେ ଚତୁର୍ଥୀ ଏବଂ ପଞ୍ଚମୀ ଏକାଠି ଥିବାରୁ କୁଶମଣ୍ଡା ମାତା ଏବଂ ସ୍କନ୍ଦମାତାଙ୍କୁ ଏକାଠି ପୂଜା କରାଯିବ।

ତେବେ ମାଆଙ୍କ ଆଗମନ ହେତୁ ମହିଳାଙ୍କ ପ୍ରାଧାନ୍ୟ ବୃଦ୍ଧି କରିବ ଏବଂ ସମ୍ମାନ ବୃଦ୍ଧି ପାଇବ। ଶୁକ୍ରବାର ଦିନ ବ୍ରହ୍ମଚରିଣୀ, ଶନିବାର ଦିନ ମାତା ଚନ୍ଦ୍ରଗାନ୍ତ, ମାତା କୁଶମଣ୍ଡା ଏବଂ ମାତା ସ୍କନ୍ଦମାତା, ସୋମବାର ଦିନ କତାୟାନୀ, ମଙ୍ଗଳବାର ଦିନ ମା କାଳରାତ୍ରୀ, ବୁଧବାର ଦିନ ମା ମହାଗୌରୀ, ଗୁରୁବାର ଦିନ ମା ସିଦ୍ଧିଦାତ୍ରୀ ଙ୍କ ପୂଜା କରାଯାଏ । ଅକ୍ଟୋବର ୧୫ ତାରିଖ ଶୁକ୍ରବାର ଦିନ ନବରାତ୍ରୀ ବ୍ରତର ପାଳନ କରାଯିବ ଏବଂ ଦଶହରା ପାଳନ କରାଯିବ। ଯେଉଁମାନେ ବିଶ୍ବାସ, ଭକ୍ତି ସହିତ ମାତାଙ୍କୁ ଉପାସନା କରନ୍ତି ସେମାନଙ୍କ ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.