ଦେଶବାସୀଙ୍କୁ ନବରାତ୍ରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | October 17, 2020 IST

ନୂଆଦିଲ୍ଲୀ ୧୭/୧୦: ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର। ଏହି ଅବସର​ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମା’ ଶୈଳପୁତ୍ରୀଙ୍କ ପୂଜାରୁ ପ୍ରାରମ୍ଭ ହୋଇଥିବା ଏ ଉତ୍ସବ ଆସନ୍ତା ନଅ ଦିନ ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୨୬ରେ ଦଶହରା ସହ ଶେଷ ହେବ। ମୋଦି ଟ୍ବିଟ୍ କରି ଦେଶବାସୀଙ୍କୁ ନବରାତ୍ରର ଶୁଭେଚ୍ଛା ଜଣାଇଛନ୍ତି।  ସେ କହିଛନ୍ତି ‘ନବରାତ୍ରିରେ ସମସ୍ତଙ୍କୁ ଶୁଭେଚ୍ଛା। ଜଗତ ଜନନୀ ମା ଜଗଦମ୍ବା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣନ୍ତୁ। ଜୟ ମାତା ଦି।’

wp:core-embed/twitter {"url":"https://twitter.com/narendramodi/status/1317278105078177793","type":"rich","providerNameSlug":"twitter","className":""}
https://twitter.com/narendramodi/status/1317278105078177793
/wp:core-embed/twitter

ଏହା ସହ ମୋଦି ଅନ୍ୟ ଏକ ଟ୍ବିଟ କରିଛନ୍ତି। ଯେଉଁଥିରେ ନବରାତ୍ରର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ସମଗ୍ର ସଂସାର ସୁରକ୍ଷିତ, ସୁସ୍ଥ ଓ ସମୃଦ୍ଧ ରହୁ ବୋଲି କାମନା କରିଛନ୍ତି । ଏହା ସହ ମା’ଙ୍କ ଆଶୀର୍ବାଦ ଗରିବ ଓ ଶ୍ରମିକ ଦୁନିଆରେ ସକାରାତ୍ମକ ପରିବର୍ତନ ଆଣିବାରେ ଶକ୍ତି ପ୍ରଦାନ କରୁ ବୋଲି କହିଛନ୍ତି।

wp:core-embed/twitter {"url":"https://twitter.com/narendramodi/status/1317278811919020032","type":"rich","providerNameSlug":"twitter","className":""}
https://twitter.com/narendramodi/status/1317278811919020032
/wp:core-embed/twitter

ତେବେ କରୋନା ମହାମାରୀ ମଧ୍ୟରେ ଆରମ୍ଭ ହୋଇଥିବା ନବରାତ୍ର ପାଇଁ ଗୃହ ମନ୍ତ୍ରାଳୟ ତରଫରୁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.