ଜାଣନ୍ତୁ କେବେଠୁ ଆରମ୍ଭ ହେବ ଶାରଦୀୟ ନବରାତ୍ରି : କେଉଁ ତିଥିରେ କେଉଁ ପୂଜା

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ ୧୪/୯: ଆସନ୍ତା ସେପ୍ଟେମ୍ବର ୨୯ତାରିଖରୁ ନବରାତ୍ରି ଆରମ୍ଭ ହେଉଛି। ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ବିଶେଷ ମହତ୍ତ୍ବ ରହିଥାଏ। ନବରାତ୍ରିର ୯ଦିନ ଯାଏଁ ଚାଲୁଥିବା ଏହି ପର୍ବରେ ଦେବୀଙ୍କ ୯ଟି ଅଲଗା ଅଲଗା ରୂପର ପୂଜା କରାଯାଇଥାଏ। ମାଆଙ୍କର ଶୈଳପୁତ୍ରୀ,ବ୍ରହ୍ମଚାରିଣୀ,ଚନ୍ଦ୍ରଘଣ୍ଟା,କୁଷ୍ମଣ୍ଡା,ସ୍କନ୍ଦମାତା,କାତ୍ୟାୟନୀ,କାଳରାତ୍ରି,ମହାଗୌରୀ ଏବଂ ସିଦ୍ଧିଦାତ୍ରୀ ଭଳି ୯ଟି ଅଲଗା ଅଲଗା ରୂପ ରହିଛି। ନବରାତ୍ରିର ପ୍ରଥମ ଦିନ ଘଟ ସ୍ଥାପନ କରାଯାଇଥାଏ। ଏହି ନବରାତ୍ରିରେ ଲୋକେ ୯ଦିନ ଯାଏଁ ବ୍ରତ ରଖିଥାଆନ୍ତି। ଅଷ୍ଟମୀ ଏବଂ ନବମୀ ଦିନ କନ୍ୟାଙ୍କୁ ପୂଜା କରାଯାଇଥାଏ। ଆସନ୍ତୁ ଜାଣିବା ଶାରଦୀୟ ନବରାତ୍ରିର ସମସ୍ତ ତିଥି ବିଷୟରେ

ନବରାତ୍ରିର ମହତ୍ତ୍ବ : ହିନ୍ଦୁ ଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ବ ରହିଛି। ବର୍ଷରେ ୪ଥର ନବରାତ୍ରି ପଡ଼ିଥାଏ। ଚୈତ୍ର ଏବଂ ଆଶ୍ବିନ ମାସର ଶୁକ୍ଳ ପକ୍ଷ ପ୍ରତିପଦାଠୁ ନବମୀ ଯାଏଁ ପଡ଼ୁଥିବା ନବରାତ୍ରି ଅତ୍ୟନ୍ତ ଲୋକପ୍ରିୟ ହୋଇଥାଏ। ଏହା ବ୍ୟତୀତ ଆଷାଢ଼ ଏବଂ ମାଘ ମାସରେ ଗୁପ୍ତ ନବରାତ୍ରି ପଡ଼ିଥାଏ। ତନ୍ତ୍ର ସାଧନା ପାଇଁ ଗୁପ୍ତ ନବରାତ୍ରିର ବିଶେଷ ମହତ୍ତ୍ବ ରହିଥାଏ। ଦେବୀ ମାଆଙ୍କୁ ପ୍ରସନ୍ନ କରିବା ପାଇଁ ତାନ୍ତ୍ରିକ ତନ୍ତ୍ର ସାଧନା କରିଥାଆନ୍ତି। କିନ୍ତୁ ସିଦ୍ଧି ସାଧନା ପାଇଁ ଶାରଦୀୟ ନବରାତ୍ରିର ବିଶେଷ ମହତ୍ତ୍ବ ରହିଥାଏ। ନବରାତ୍ରିର ଦଶମ ଦିନ ଦଶହରା ପାଳନ କରାଯାଇଥାଏ।

ନବରାତ୍ରିରେ ଶୁଭ କାର୍ଯ୍ୟ : ଶାରଦୀୟ ନବରାତ୍ରିରେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟ କରାଯାଇ ପାରିବ। ନବରାତ୍ରିର ନବମ ଦିନ ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ କୌଣସି ବିଶେଷ କାର୍ଯ୍ୟ ପାଇଁ ଶୁଭ ମୁହୂର୍ତ୍ତ ଦେଖିବାର ଆବଶ୍ୟକତା ନାହିଁ। ଏହି ଖାସ୍ ଦିନରେ ଲୋକେ ଗୃହ ପ୍ରବେଶ ଏବଂ ନୂଆ ଗାଡ଼ି କିଣିଥାଆନ୍ତି।

ନବରାତ୍ରି କ୍ୟାଲେଣ୍ଡର :

ସେପ୍ଟେମ୍ବର ୨୯ : ପ୍ରଥମ ଦିନ – ଘଟ ସ୍ଥାପନ – ଶୈଳପୁତ୍ରୀ

ସେପ୍ଟେମ୍ବର ୩୦- ଦ୍ବିତୀୟ ଦିନ- ବ୍ରହ୍ମଚାରିଣୀ ପୂଜା

ଅକ୍ଟୋବର ୧- ତୃତୀୟ ଦିନ – ଚନ୍ଦ୍ରଘଣ୍ଟା ପୂଜା

ଅକ୍ଟୋବର ୨- ଚତୁର୍ଥ ଦିନ – କୁଷ୍ମଣ୍ଡା ପୂଜା

ଅକ୍ଟୋବର ୩- ପଞ୍ଚମ ଦିନ- ସ୍କନ୍ଦମାତା ପୂଜା

ଅକ୍ଟୋବର ୪- ଷଷ୍ଠ ଦିନ – କାତ୍ୟାୟନୀ ପୂଜା

ଅକ୍ଟୋବର ୫- ସପ୍ତମ ଦିନ – କାଳରାତ୍ରି ପୂଜା

ଅକ୍ଟୋବର ୬- ଅଷ୍ଟମ ଦିନ- ମହାଗୌରୀ ,ମହା ଅଷ୍ଟମୀ

ଅକ୍ଟୋବର ୭- ନବମୀ ଦିନ- ନବରାତ୍ରି ପାରଣ

ଅକ୍ଟୋବର ୮- ଦଶମୀ ଦିନ – ଦୁର୍ଗା ବିସର୍ଜନ- ବିଜୟା ଦଶମୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.