Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚୋରି ଅଭିଯୋଗରେ ୪୮ଛାତ୍ରୀ ମାରିଥିଲେ ଚାପୁଡା

17/09/2019 at 12:46 PM

ମୈନପୁରୀ ୧୭।୯: ଭୋଗାଓଁ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କ ମୃତଦେହ ହଷ୍ଟେଲ ରୁମ୍ ରୁ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ମିଳିଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି । ମାତ୍ର ପରିବାର ଲୋକ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଘଟଣାରେ ପୋଲିସ ବିଦ୍ୟାଳୟର ଅଧ୍ୟାକ୍ଷାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ୟ ଜଣେ ଛାତ୍ରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ବିଦ୍ୟାଳୟର ସହପାଠୀ କହିଛନ୍ତି ଯେ, ଛାତ୍ରୀ ଜଣଙ୍କ ଦୁଇ ଦିନ ହେବ କୌଣସି କଥାକୁ ନେଇ ଚିନ୍ତିତ ଥିଲେ । ପରିବାରଲୋକଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଭୋଗାଓଁ ଗୋପୀନାଥ ଅଡ୍ଡା ନିବାସୀ ସୁଭାଷ ଚନ୍ଦ୍ର ପାଣ୍ଡେଙ୍କ ୧୬ବର୍ଷ ବୟସ୍କା ଝିଅ ଅନୁଷ୍କା ଜବାହର ନବୋଦୟ ବିଦ୍ୟାଳୟରେ ଦ୍ବାଦଶ ଶ୍ରେଣୀରେ ପଢୁଥିଲେ । ସେ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲରେ ରହୁଥିଲେ ।

ସୋମବାର ସକାଳେ ସବୁ ପିଲା ଯେତେବେଳେ ଉଠିଥିଲେ ଅନୁଷ୍କାର ମୃତଦେହ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଫଳରେ ଛାତ୍ରୀମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦେଇଥିଲେ । ତାଙ୍କରୁ ପଙ୍ଖାରୁ ଓହ୍ଲାଯାଇ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନା ଅନୁସାରେ ହଷ୍ଟେଲରେ ଛାତ୍ରୀ ଜଣଙ୍କ ନମକିନ୍ ଚୋରାଇଥିବାର ଅଭିଯୋଗ ହୋଇଥିଲା । ଏହାପରେ ଓ୍ବାର୍ଡେନଙ୍କ କହିବା ପରେ ପ୍ରାୟ ୪୮ଜଣ ଛାତ୍ର ଗୋଟିଏ ଗୋଟିଏ ଚାପୁଡା ମାରି ଦଣ୍ଡ ଦେଇଥିଲେ । ଏହି ଘଟଣା ପରେ ଅନୁଷ୍କାଙ୍କୁ ପ୍ରତିଦିନ ହଇରାଣ ହରକତ କରାଯାଉଥିଲା । ଯାହା ଫଳରେ ସେ ଚିନ୍ତାଗ୍ରସ୍ତ ରହୁଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ ମଧ୍ୟ କରାଯାଇଥିଲା ।

ଛାତ୍ରୀ ଜଣଙ୍କ ଏ ସଂପର୍କରେ ତାଙ୍କ ସୁଇସାଇଡ୍ ନୋଟ୍ ରେ ମଧ୍ୟ ଉଲ୍ଲେଖ କରିଥିବା ଜଣାପଡିଛି । ସେ ସୁଇସାଇଡ ନୋଟ୍ ରେ ଲେଖିଥିଲେ ଯେ, ତାଙ୍କ ବାପା ମାଆ ଏବଂ ଭାଇ ତାଙ୍କୁ ବହୁତ ଭଲ ପାଉଥିଲେ । ତାଙ୍କର ସମସ୍ତ ସହପାଠୀ ବହୁତ ଭଲ । ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ଦ୍ବାରା ଗୋଟିଏ ଭୁଲ୍ ହୋଇଥିଲା । ଏହାପରଠାରୁ ତାଙ୍କୁ କେହି ବିଶ୍ବାସ କରୁନଥିଲେ । ଯାହାର ଦଣ୍ଡ ସେ ପାଇସାରିଛନ୍ତି । ମାତ୍ର ଯେଉଁ ଭୁଲ୍ ସେ କହିନାହାନ୍ତି ତାର ମଧ୍ୟ ଦଣ୍ଡ ସେ ପାଉଥିଲେ ବୋଲି ଉଲ୍ଲେଖ କରିଛନ୍ତି ।

   Related Posts