ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଆଜି ନବ ନିର୍ମାଣ କୃଷକ ସଂଗଠନର ମହାସମାବେଶ

Published By : Prameya-News7 Bureau | November 05, 2018 IST

ଭୁବନେଶ୍ବର  ୫|୧୧:  ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ । ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଅଲଟିମେଟମ ଦେଇଛି ସଂଘ । ଚାଷୀଙ୍କ ଦାବି ସମ୍ପର୍କରେ ରାଜ୍ୟ ସରକାର ବିଧିବଦ୍ଧ ପଦକ୍ଷେପ ନନେଲେ ଆନ୍ଦୋଳନକୁ ତୀବ୍ରତର କରାଯାବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।  ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନ ପଦଯାତ୍ରା କରୁଥିବା ବେଳେ ଆଜି ଭୁବନେଶ୍ବରରେ ମହାସମାବେଶ କରିବ । ଏହା ପୂର୍ବରୁ ରାଜଧାନୀର ପ୍ରବେଶ ପଥରେ ସେମାନଙ୍କୁ ଅଟକାଇଛି ପୋଲିସ । ଭୁବନେଶ୍ବର ସୀମା ତମାଣ୍ଡୋ ଓ ହଂସପାଳରେ ଚାଷୀମାନଙ୍କୁ ଅଟକାଇଛି ପୋଲିସ । ଗତକାଲି ନବନିର୍ମାଣ କୃଷକ ସଂଗଠନ ସହ ଆଲୋଚନା କରିଥିଲେ ଅର୍ଥମନ୍ତ୍ରୀ । ଚାଷୀ ସୁରକ୍ଷା ଭତ୍ତା ଅର୍ଡିନାନ୍ସକୁ ୩ ମାସ ମଧ୍ୟରେ କାର୍ଯ୍ୟକାରୀ ଦାବି ଉପରେ ଆଲୋଚନା ହୋଇଛି । ମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା କରିବାକୁ ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.