ଭୁବନେଶ୍ବରରେ ନବ ନିର୍ମାଣ କୃଷକ ସଂଘର ପଦଯାତ୍ରା ; ୧୪୪ ଧାରା ନମାନି ରାଜଧାନୀକୁ ମାଡି ଆସିଲେ ହଜାର ହଜାର ଚାଷୀ

Published By : Prameya-News7 Bureau | November 05, 2018 IST

ଭୁବନେଶ୍ବର ୫|୧୧: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଆଜି ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ବିଶାଳ ଚାଷୀ ସମାବେଶ । ଅଧ୍ୟାଦେଶ ଜାରି ପାଇଁ ଦିଆଯାଇଥିବା ମଧାହ୍ନ ୧୨ଟାର ଡେଡ ଲାଇନ ଶେଷ ହେବା ପରେ ତାତିଛନ୍ତି ଚାଷୀ  । ସମାବେଶରେ ଯୋଗଦେବା ପାଇଁ ହଜାର ହଜାର ଚାଷୀ ପଦଯାତ୍ରାରେ ଆସିଥିଲେ । ସରକାର ଚାଷୀମାନଙ୍କୁ ଭୁବନେଶ୍ବର ସମାବେଶକୁ ବାରଣ କରିଥିବା କରିଥିଲେ । ୧୬ ନମ୍ବର ଜାତୀୟ ରାଜପଥ ଦେଇ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ପ୍ରଭୃତି ଜିଲ୍ଲାମାନଙ୍କରୁ ଆସୁଥିବା ଚାଷୀମାନଙ୍କୁ ତମାଣ୍ଡୋଠାରେ ଅଟକ ରଖାଯାଇଥିବା ବେଳେ ଭୁବନେଶ୍ବରର ଉପକଣ୍ଠ ହଂସପାଳ ନିକଟରେ ବ୍ୟାପକ ପୁଲିସ ମୁତୟନ କରାଯାଇ ଚାଷୀମାନଙ୍କ ଭୁବନେଶ୍ବର ପ୍ରବେଶକୁ ବାରଣ କରାଯାଇଛି। ୧୪୪ ଧାରା ନମାନି ରାଜଧାନୀକୁ ମାଡି ଆସିଥିଲେ ନବ ନିର୍ମାଣ କୃଷକ ସଂଗଠନ । ପୋଲିସ କର୍ଡନ ଭାଙ୍ଗି ହଜାର ହଜାର ଚାଷୀ ଭୁବନେଶ୍ବର ଭିତରକୁ ପଶିଲେ । ତମାଣ୍ଡୋ ପଟୁ ରାଜଧାନୀକୁ ପଶିଲେ ହଜାର ହଜାର ଚାଷୀ । ଚାଷୀମାନଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । କାଲିଠୁ ତମାଣ୍ଡୋ ଏନଏଚରେ ୧୪୪ ଧାରା ଜାରି କରାଯାଇଥିଲା । ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁଙ୍କ ନେତୃତ୍ବରେ ୧୮ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇ ଶାନ୍ତିରକ୍ଷା ପାଇଁ ଉଦ୍ୟମ ହୋଇଥିଲା। ଅପରପକ୍ଷେ ତମାଣ୍ଡୋଠାରେ ଚାଷୀ-ପୁଲିସ ମୁହାଁମୁହିଁ ହୋଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.