ଆଇପିଏସରୁ ଏଡିଜି ହେଲେ ନବନୀତ ସିକେରା: ସାଲ୍ୟୁଟ୍ ମାରି ମା' କହିଲେ 'ଜୟ ହିନ୍ଦ ସାହେବ୍'

Published By : Prameya-News7 Bureau | January 06, 2021 IST

ଲକ୍ଷ୍ନୌ ୦୬/୦୧ : ଉତ୍ତର ପ୍ରଦେଶ ସରକାରଙ୍କ ଦ୍ଵାରା ଗତ ସପ୍ତାହରେ ପ୍ରମୋସନ୍ ପାଇଥିବା ଆଇପିଏସ ଅଧିକାରୀଙ୍କୁ ଡିଜିପି ଏଚସି ଅୱସ୍ଥି ନୂଆ ଦାୟିତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ନୂଆ ଦାୟିତ୍ୱ ସହ ବର୍ତ୍ତମାନ ସେ ଅଧିକ ସମ୍ବେଦନଶୀଳ ହୁଅନ୍ତୁ ଏବଂ ଜନତାଙ୍କ ପ୍ରତି ମଧୁର ବ୍ୟବହାର ପ୍ରଦର୍ଶନ କରନ୍ତୁ।

{"id":388044,"sizeSlug":"large","linkDestination":"none"}

ଆଇପିଏସ ନବନୀତ ସିକେରା ନିଜ ଫେସବୁକ୍ ଆକାଉଣ୍ଟରେ ଏହି ଅନୁଭୂତିକୁ ସେୟାର କରି ଲେଖିଛନ୍ତି, ବାପାଙ୍କୁ ବହୁତ ମିସ କରୁଛି। କିନ୍ତୁ ମା'ଙ୍କ ଆଖିରେ ଖୁସି ଦେଖି ମନ ଖୁସି ହୋଇଗଲା। ନୂଆ ବ୍ୟାଚ୍ ଲାଗିବା ପରେ ପ୍ରଥମେ ମୁଁ ମା'ଙ୍କୁ ଭିଡିଓ କଲ କରିଥିଲି ଏବଂ ବର୍ତ୍ତମାନ ଏଡିଜି ହୋଇଯାଇଛି ବୋଲି ଖୁସିଖବର ଦେଇଥିଲି। ମୋ କଥା ଶୁଣି ମା' ତୁରନ୍ତ ସାଲ୍ୟୁଟ୍ ମାରି ଜୟ ହିନ୍ଦ ସାହେବ କହିଥିଲେ। ଏହା ଦେଖି ସମସ୍ତେ ହସି ହସି ଗଡିଗଲେ। ମା' ଠାରୁ ଅଧିକ ନିଜ ପୁଅଝିଅଙ୍କୁ ଆଉ କେହି ଜାଣନ୍ତିନି। ମା' କିଛି ମୁହୂର୍ତ୍ତ କଥା ହୋଇ ବହୁତ ଖୁସି କରିଦେଲେ।'

{"id":388041,"sizeSlug":"large","linkDestination":"none"}

ରାଜ୍ୟ ସରକାର ଗତ ସପ୍ତାହରେ ୧୦ଜଣ ଆଇପିଏସ ଅଧିକାରୀଙ୍କ ପଦୋନ୍ନତି କରିଥିଲେ। ୧୦ ଅଧିକାରୀଙ୍କୁ ସିଲେକସନ ଗ୍ରେଡ଼ ଦିଆଯାଇଛି। ଏଥିରେ ୧୯୯୬ ବ୍ୟାଚରେ ୪ଜଣ, ୨୦୦୩ ବ୍ୟାଚର ୭ ଜଣ, ୨୦୦୭ ବ୍ୟାଚର ୧୦ ଆଇପିଏସ ଅଧିକାରୀଙ୍କ ପଦୋନ୍ନତି କରାଯାଇଛି। ୨୦୦୮ ବ୍ୟାଚର ୧୦ ଅଧିକାରୀଙ୍କୁ ସିଲେକସନ ଗ୍ରେଡ୍ ଦିଆଯାଇଛି।

{"id":388042,"sizeSlug":"large","linkDestination":"none"}

୧୯୯୬ ବ୍ୟାଚରେ ଆଇପିଏସ ସତୀଶ ଗଣେଶ, ନବନୀତ ସିକେରା, ବିଜୟ ପ୍ରକାଶ, ଜ୍ୟୋତି ନାରାୟଣଙ୍କୁ ଆଇଜିରୁ ଏଡିଜି ପଦବୀକୁ ପଦୋନ୍ନତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.