ଅକ୍ସିଜେନ୍ କଳା ବଜାରୀ ମାମଲା : ଅଭିଯୁକ୍ତ ନବନୀତ କାଲରାଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

Published By : Prameya-News7 Bureau | May 17, 2021 IST

ନୂଆଦିଲ୍ଲୀ ୧୭/୫ : ଅକ୍ସିଜେନ୍ ବ୍ଲାକ୍ ମାର୍କେଟିଂ ମାମଲାରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ନବନୀତ୍ କାଲରାଙ୍କୁ ଗିରଫ କରିଛି । ନିକଟରେ ହୋଇଥିବା ଚଢାଉ ସମୟରେ ନବନୀତ ତିନୋଟି ରେଷ୍ଟୁରାଣ୍ଟ 'ଖାନ ଚାଚା', 'ନେଗା ଜୋ' ଏବଂ 'ଟାଉନ ହଲ'ରୁ ୫୨୪ ଅକ୍ସିଜେନ୍ କନସେନଟ୍ରେଟ୍ ଜବତ କରାଯାଇଥିଲା । ତେବେ ନିଜ ପରିବାର ସହ ଦିଲ୍ଲୀ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଥିଲା ।

ମେ ୫ ରେ, କାଲରା ବିରୋଧରେ ଧାରା ୪୨୦ (ଜାଲିଆତି), ୧୮୮ (ସରକାରୀ କର୍ମଚାରୀଙ୍କ ଆଦେଶକୁ ଅବମାନନା), ୧୨୦-ବି (ଅପରାଧିକ ଷଡଯନ୍ତ୍ର) ଏବଂ ଭାରତୀୟ ଦଣ୍ଡବିଧି ଆଇନର ୩୪ (ସମାନ ଉଦ୍ଦେଶ୍ୟରେ କାର୍ଯ୍ୟ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା । ଅକ୍ସିଜେନ୍ କନସେନଟ୍ରେଟ୍ ବ୍ଲାକ ମାର୍କେଟିଂ ପାଇଁ ଜରୁରୀ ଆଇନ ଏବଂ ଏପିଡେମିକ୍ ନିୟମ ଅନୁଯାୟୀ ଏକ FIR ପଞ୍ଜିକୃତ ହୋଇଥିଲା ।

wp:gallery {"ids":[453402],"linkTo":"none"} /wp:gallery

ମେ ୧୪ରେ, ଦିଲ୍ଲୀ ହାଇକୋର୍ଟ ନବନୀତ କାଲରାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଦିଲ୍ଲୀ ପୋଲିସ ନବନୀତଙ୍କ ବିରୋଧରେ ଏକ ଲୁକଆଉଟ୍ ନୋଟିସ ମଧ୍ୟ ଜାରି କରିଥିଲା । ଶେଷରେ ପୋଲିସ ନବନୀତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

ଦିଲ୍ଲୀର ଧନୀ ତଥା ଜଣାଶୁଣା ବ୍ୟକ୍ତିତ୍ୱଙ୍କ ସହ ନବନୀତ କାଲରାଙ୍କ ସମ୍ପର୍କ ରହିଛି । ବଡ ବଡ ପାର୍ଟିରେ ନାମୀଦାମୀ ଲୋକଙ୍କ ସହ ବସାଉଠା କରନ୍ତି ନବନୀତ୍ । ଏପରିକି ସୋସିଆଲ ମିଡିଆରେ ବଡ ବ୍ୟକ୍ତିତ୍ୱ ସହିତ ନବନୀତଙ୍କ ଫଟୋ ସବୁ ରହିଛି । କେବଳ ସେତିକି ନୁହେଁ କାଲରା ଅନେକ ଦାମୀ ରେଷ୍ଟୁରାଣ୍ଟର ମାଲିକ ମଧ୍ୟ ଅଟନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.