ଦିଲ୍ଲୀ ଦରବାରରେ ଆଜି କଂଗ୍ରେସର ପଞ୍ଚାୟତ, ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟିବେ ନବଜୋତ ସିଂ ସିଦ୍ଧୁ

Published By : Prameya-News7 Bureau | June 29, 2021 IST

ନୂଆଦିଲ୍ଲା ୨୯/୬ : ପଞ୍ଜାବ କଂଗ୍ରେସରେ ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ନେତା କ୍ରମାଗତ ଭାବରେ ପରସ୍ପର ବିରୋଦ୍ଧରେ ଗସିପ କରୁଛନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ନେଇ ହାଇ କମାଣ୍ଡ ଅନେକ ଥର ଚେତାଇଇଛି । ହେଲେ ବି କୌଣସି ଭଲ ଫଳାଫଳ ଆସିନାହିଁ । ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ପୁଣି ଥରେ ଚେଷ୍ଟା କରିଛନ୍ତି ।

ସୂଚନା ଅନୁଯାୟୀ ରାହୁଲଙ୍କ ଡକରା ପାଇ ନବଜୋତ ସିଂ ସିଦ୍ଧୁ ଦିଲ୍ଲୀରେ ପହଞ୍ଚିଛନ୍ତି । ଆଜି ସେ ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିପାରନ୍ତି । ସୂଚନାଥାଉକି, ଆସନ୍ତା ବର୍ଷ ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । କ୍ୟାପଟେନ ଅମରିନ୍ଦର ରାଜ୍ୟର ସିଏମ୍ ରହିବେ ବୋଲି କମିଟି ସ୍ପଷ୍ଟ ହୋଇସାରିଛି । ଏଭଳି ପରିସ୍ଥିତିରେ ନବଜୋତ ସିଦ୍ଧୁ ହାଇକମାଣ୍ଡଙ୍କୁ ଭେଟିବା ଓ ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.