ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ

Published By : Prameya-News7 Bureau | July 18, 2021 IST

ନୂଆଦିଲ୍ଲୀ ୧୮/୭: ଶେଷରେ ପଞ୍ଜାବ ପିସିସି ସଭାପତି ନିଯୁକ୍ତ ହୋଇଛନ୍ତି କଂଗ୍ରେସ ବିଧାୟକ ନବଜୋତ ସିଂହ ସିଦ୍ଧୁ। ଦୀର୍ଘ ଦିନ ହେଲା ଚାଲିଥିବା ବାଦ ବିବାଦରେ ବିରାମ ଟାଣି ସିଦ୍ଧୁଙ୍କୁ ରାଜ୍ୟ ମୁଖିଆ ଭାବେ ଦୟିତ୍ବ ଦେଇଛି ଏଆଇସିସି। ସିଦ୍ଧୁଙ୍କ ସମେତ ୪ ଜଣ କାର୍ଯ୍ୟକାରୀ ସଭାପତି ମଧ୍ୟ ନିଯୁକ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ସଙ୍ଗତ ସିଂହ ଗିଲଜିଆନ, ସୁଖିନ୍ଦର ସିଂହ ଡାନି, ପବନ ଗୋୟଲ ଏବଂ କୁଲଜିତ୍‌ ସିଂହ ନଗରା ସାମିଲ ଅଛନ୍ତି।

wp:embed {"url":"https://twitter.com/ANI/status/1416790878832644102","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1416790878832644102
/wp:embed

ତେବେ କଂଗ୍ରେସ ଦଳ ଦ୍ବାରା ଜାରି ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ନବଜୋତ ସିଂହ ସିଦ୍ଧୁଙ୍କୁ ତତ୍କାଳ ପ୍ରଭାବରେ ପଞ୍ଜାବ କଂଗ୍ରେସ ସଭାପତି ନିଯୁକ୍ତ କରିଛନ୍ତି। ଏହା ସହ ୪ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ନିଯୁକ୍ତ ହୋଇଛନ୍ତି । ସିଦ୍ଧୁଙ୍କୁ ପିସିସି ସଭାପତି କରାଯିବା ପରେ ଏବେ ବଡ଼ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହାକୁ ସହଜରେ ଗ୍ରହଣ କରିପାରିବେ ତ ?

ଯଦିଓ ସେ ଏଆଇସିସିର ନିଷ୍ପତ୍ତିକୁ ମାନିବେ ବୋଲି କହିଥିଲେ କିନ୍ତୁ ପିସିସି ସଭାପତି ଭାବେ ସେ ସିଦ୍ଧୁଙ୍କୁ କଦାପି ଦେଖିବାକୁ ଚାହୁଁନଥିଲେ। ଏହାକୁ ନେଇ ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ଉଗ୍ର ରୂପ ମଧ୍ୟ ନେଇଥିଲା। କିନ୍ତୁ ଶେଷରେ ଶନିବାର ଦିନ ରାଜ୍ୟ କଂଗ୍ରେସ ପ୍ରଭାରୀ ହରୀଶ ରାଓ୍ବତ କ୍ୟାପ୍ଟେନ ସିଂହଙ୍କୁ ଭେଟି ମାନସ ଭଞ୍ଜନ କରିବା ପରେ ଅତିକମରେ ଦଳୀୟ ନେତୃତ୍ବଙ୍କ ନିଷ୍ପତ୍ତି ମାନିନେବେ ବୋଲି କହିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ।

ରବିବାର ସମସ୍ତ ଆଶା ଆଶଙ୍କା ଉପରେ ବିରାମ ଟାଣି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଞ୍ଜାବର ପିସିସି ସଭାପତି ଭାବେ ନବେଜୋତ ସିଂହ ସିଦ୍ଧୁଙ୍କୁ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ଆଜି ସିଦ୍ଧୁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ସିଂହଙ୍କ ଗୃହ କ୍ଷେତ୍ରକୁ ଯାଇ ବିଧାୟକଙ୍କ ସମର୍ଥନ ଲୋଡ଼ିଥିଲେ। ତାଙ୍କ ସପକ୍ଷରେ ବିଧାୟକଙ୍କ ସମର୍ଥନ ବଢ଼ୁଥିବା ନେଇ ତାଙ୍କର ଜଣେ ସହଯୋଗୀ ମଧ୍ୟ କହିଥିଲେ। କିନ୍ତୁ ଅନ୍ୟପଟେ ୧୦ ବିଧାୟକ ଏମିତି ଥିଲେ ଯିଏକି ସିଦ୍ଧୁଙ୍କୁ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କରିଥିବା ଅପମାନଜନକ ଟ୍ବିଟ୍‌ ପାଇଁ କ୍ଷମା ମାଗିବାକୁ ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.