ପାକିସ୍ତାନ ସପକ୍ଷରେ ମନ୍ତବ୍ୟ ଦେବା ପଡିଲା ମହଙ୍ଗା : କପିଲ ଶର୍ମା ଶୋ'ରୁ ବିତାଡିତ ହେଲେ ସିଦ୍ଧୁ

Published By : Prameya-News7 Bureau | February 16, 2019 IST

ଦିଲ୍ଲୀ ୧୬/୨ : ଜାମ୍ମୁ କାଶ୍ମୀର ପୁଲୱାମାରେ ଆତଙ୍କୀ ହମଲା ପରେ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ରହିଛି | ଘଟଣାକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଇଛି | କଂଗ୍ରେସ ନେତା ନବଜଟ ସିଂ ସିଦ୍ଧୁ ନିଜର ପ୍ରତିକ୍ରିୟା ରଖିଛନ୍ତି | ନିଜର ପ୍ରତିକ୍ରିୟା ପରେ ଟ୍ରାଲର ଶିକାର ହୋଇଛନ୍ତି ସିଦ୍ଧୁ | ଲୋକେ ତାଙ୍କୁ କପିଳ ଶର୍ମା ଶୋରୁ ବାହାର କରିବ ପାଇଁ ଦାବି କରିଛନ୍ତି | ଯାହାଫଳରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଶୋରୁ ବାହାର କରିଦେଇଛି ସୋନି ଟିଭି ଚାନେଲ | କପିଳ ଶର୍ମା ଶୋରେ ଏବେ ସିଦ୍ଧୁଙ୍କ ଜାଗାରେ ଅର୍ଚନା ପୁରଣ ସିଂ ଆସିବେ ବୋଲି ଜଣାପଡିଛି |
ସିଦ୍ଧୁ କହିଥିଲେ ଯେ, କିଛି ଲୋକଙ୍କ କାର୍ଯ୍ୟକଳାପ ଯୋଗୁଁ ପୁରା ଦେଶ ବଦନାମ ହେଉଛି | ଭାରତ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ପାଇଁ ଏକ ସ୍ଥାୟୀ ସମାଧାନ ବାହାର କରାଯିବ ଉଚିତ | ସେ କହିଛନ୍ତି ଯେ, ଏଭଳି ଆତଙ୍କବାଦୀଙ୍କର କୌଣସି ଦେଶ, ଜାତି, ଧର୍ମ ନଥାଏ | କିଛି ଲୋକଙ୍କ ପାଇଁ ପାକିସ୍ତାନକୁ ଦୋଷୀ ସାବ୍ୟସ୍ତ କରିବା ଅନୁଚିତ | ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ରାଗି ଯାଇଥିଲେ ଲୋକେ ଏବଂ ତାଙ୍କୁ କପିଳ ଶର୍ମା ଶୋ'ରୁ ବାହାର କରିବା ପାଇଁ ଦାବି କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.