ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନବଜ୍ୟୋତ ସିଂହ ସିଦ୍ଧୁ
14/07/2019 at 1:16 PM

ହରିୟାଣା ୧୪|୭: ପଞ୍ଜାବ ମନ୍ତ୍ରିମଣ୍ଡଳରୁ ନବଜ୍ୟୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ରାହୁଲ ଗାନ୍ଧିଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ଇସ୍ତଫା ନେଇ ସେ ଆଜି ଏକ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସିଦ୍ଧୁ ଟ୍ବିଟ୍ ରେ ଲେଖିଛନ୍ତି ଯେ, ସେ ଗତ ଜୁନ୍ ମାସ ୧୦ ତାରିଖରୁ ଇସ୍ତଫା ଦେଇଛନ୍ତି । ଏହାସହ ନିଜ ଇସ୍ତଫା ପତ୍ର ମଧ୍ୟ ସେ ଟ୍ବିଟରେ ସେୟାର କରିଛନ୍ତି ।
ଗତ କିଛି ମାସ ହେବ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସହ ନବଜୋତ ସିଂହ ସିଦ୍ଧୁଙ୍କର ମତଭେଦ ଲାଗି ରହିଥିଲା। ତାଙ୍କର ବିଭାଗ ବଦଳାଯାଇଥିବା ଯୋଗୁଁ ସେ ଅସନ୍ତୁଷ୍ଟ ଥିଲେ। ଏହାସହ ପଞ୍ଜାବର ପୂର୍ବତନ ବିଧାୟକ ତଥା ତାଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁଙ୍କୁ ଗତ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଟିକେଟ୍ ନମିଳିବା ପଛରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ ।