Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲଖିମପୁର ଖେରି ଗସ୍ତରେ ସିଦ୍ଧୁ: କହିଲେ, କାଲି ସୁଦ୍ଧା ଅଭିଯୁକ୍ତ ଗିରଫ ନହେଲେ କରିବେ ଅନଶନ

7/10/2021 at 3:00 PM

ମୋହାଲି ୦୭/୧୦ : ପଞ୍ଜାବ କଂଗ୍ରେସ ପ୍ରମୁଖ ନବଜ୍ୟୋତ ସିଂହ ସିଦ୍ଧୁ ଉତ୍ତର ପ୍ରଦେଶ ଲଖିମପୁର ଖେରି ହୋଇଥିବା କୃଷକଙ୍କ ହତ୍ୟା ମାମଲାକୁ ନେଇ ଗୁରୁବାର ଦିନ କଂଗ୍ରେସ ମାର୍ଚ୍ଚ ଆରମ୍ଭ କରିଛନ୍ତି। ସେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ଖେରି ଯାଉଛନ୍ତି। ଏହାସହ ସେ ଚେତାବନୀ ଦେଇଛନ୍ତି ଯେ ଯଦି ୮ ତାରିଖ ସୁଦ୍ଧା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ନ କରାଯାଏ ତାହେଲେ ସେ ଅନଶନରେ ବସିବେ।

ମୋହାଲି ବିମାନବନ୍ଦର ଛକରୁ ନବଜ୍ୟୋତ ସିଦ୍ଧୁଙ୍କ ଦଳ ଖେରି ଗସ୍ତରେ ବାହାରିଛି। ସେତେବେଳେ ସେଠାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ମଧ୍ୟ ଉପସ୍ଥିତ ଥିଲେ। ସିଦ୍ଧୁଙ୍କ ସହ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଓ କିଛି ବିଧାୟକ ମଧ୍ୟ ଏହି ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ସିଦ୍ଧୁ କହିଛନ୍ତି, ଯାହା ହେଲେ ବି ସେ କର୍ତ୍ତବ୍ୟପଥରେ ଛିଡା ରହିବେ।

ମୋହାଲିରୁ ଲଖିମପୁର ଗସ୍ତରେ ବାହାରିବା ସମୟରେ ସିଦ୍ଧୁ ଘୋଷଣା କରିଛନ୍ତି ଯେ, ଯଦି କାଲି ସୁଦ୍ଧା କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀଙ୍କ ପୁଅ ଗିରଫ ନ ହୁଏ ଓ ସେ ଯାଞ୍ଚରେ ସହଯୋଗ ନ କରନ୍ତି ତାହେଲେ ସେ ଅନଶନରେ ବସିବେ।

   Related Posts