Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବିଧାୟକଙ୍କୁ ଜୋତା ମାରିବା ଘଟଣାକୁ ନେଇ ମୋଦିଙ୍କ ଏକ ଭିଡିଓ ସେୟାର କଲେ ସିଦ୍ଧୁ : କହିଲେ “ବଡେ ମିଆଁ ତୋ ବଡେ ମିଆଁ…”

12/03/2019 at 3:31 PM

ଦିଲ୍ଲୀ ୧୨/୩ : ଉତ୍ତର ପ୍ରଦେଶର ସନ୍ଥ କବିର ନଗରରେ ବିଜେପି ସାଂସଦ ନିଜ ଦଳର ବିଧାୟକଙ୍କୁ ଜୋତାରେ ବାଡେଇବା ଘଟଣାକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁ | ମୋଦିଙ୍କୁ ଟାର୍ଗେଟ କରି ସିଦ୍ଧୁ ଟ୍ୱିଟରରେ ମୋଦିଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି | ସେ ଲେଖିଛନ୍ତି ଯେ, ମୋଦିଙ୍କ ବିନମ୍ବ୍ର ଭାବ ଏବଂ ବିବେକର ପରିଭାଷା କ’ଣ ଏୟୀ? ଦେଶ କଣ ଏହା ଆଶା କରୁଛି ? ଏଇଠି ଗଣତନ୍ତ୍ର ତାର ରୂପ ବଦଳାଇ ଭୟତନ୍ତ୍ର, ଲାଠିତନ୍ତ୍ର ହୋଇଗଲାଣି | ସଂସଦ ମହାଶୟ ଏବେ ଜୋତାତନ୍ତ୍ର କଲେଣି | ସେ ଆହୁରି କହିଛନ୍ତି, “ବଡେ ମିଆଁ ତୋ ବଡେ ମିଆଁ ଛୋଟେ ମିଆଁ ଶୁଭାନଲ୍ଲା” |


ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶର ସନ୍ଥକବିର ନଗର ଜିଲ୍ଲାରେ ବିଜେପି ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଏଥିରେ ଉତକ୍ଷିପ୍ତ ହୋଇ ସାଂସଦ ଶରଦ ତ୍ରିପାଠୀ ନିଜ ଦଳର ବିଧାୟକ ରାକେଶ ସିଂଙ୍କୁ ଜୋତାରେ ବାଡେଇଥିଲେ | ଏହାପରେ ଉଭୟ ନେତାଙ୍କ ସମର୍ଥକମାନେ ମଧ୍ୟ ପରସ୍ପର ସହ ଲଢ଼ିଥିଲେ | ଫାଉଣ୍ଡେସନ ଷ୍ଟୋନରେ ନିଜ ନିଜ ନାଁ ଲେଖାଇବା ନେଇ ଉଭୟ ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା | ଘଟଣା ପରେ ବହୁତ ହଂଗାମା ହୋଇଥିଲା | ଉପସ୍ଥିତଲୋକେ ଘଟଣାକୁ କୌଣସିମତେ ନିୟନ୍ତ୍ରଣ କରିଥିଲେ | ସ୍ଥାନୀୟ ପୋଲିସ ମଧ୍ୟ ଉଭୟ ନେତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲା | କିନ୍ତୁ ଉଭୟ ପକ୍ଷ କେହି ମଧ୍ୟ ଶାନ୍ତ ପଡିନଥିଲେ | ଏହି ବିବାଦକୁ ନେଇ ଲୋକେ ନାରାବାଜି ମଧ୍ୟ କରିଥିଲେ |


ଏହି ଘଟଣାର ଭିଡିଓ ପୁରା ଦେଶରେ ଭାଇରାଲ ହୋଇଥିଲା | ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ତ୍ରିପାଠୀ ଏବଂ ବାଘେଲ ପ୍ରଦେଶ ବିଜେପି ଅଧ୍ୟକ୍ଷ ମହେନ୍ଦ୍ରନାଥ ପାଣ୍ଡେଙ୍କ ସହ ଅଲଗା ଅଲଗା ସାକ୍ଷାତ କରିଥିଲେ | ପାଣ୍ଡେ ସାଂସଦ ତ୍ରିପାଠୀ ଏବଂ ବିଧାୟକ ବାଘେଲ ଏସବୁ ମାମଲାରୁ ଦୁରେଇ ରହିବାକୁ କହିଥିଲେ | ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପାଣ୍ଡେ |

   Related Posts