Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପଞ୍ଜାବ ରାଜନୀତିର ‘ରାକ୍ଷୀ ସାଓ୍ଵନ୍ତ’ ସିଦ୍ଧୁ, ପିସିସି ମୁଖ୍ୟଙ୍କୁ ଆପ୍‌ର ଟାର୍ଗେଟ୍

17/09/2021 at 7:23 PM

ଚଣ୍ଡିଗଡ ୧୭।୦୯: ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ଏବେଠୁ ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ଆମ୍ ଆଦମୀ ପାର୍ଟି(ଆପ୍) ପଞ୍ଜାବର ସହ ପ୍ରଭାରୀ ତଥା ଦିଲ୍ଲୀର ବିଧାୟକ ରାଘବ ଚଡ୍ଡା ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାକ୍ଷୀ ସାଓ୍ଵନ୍ତ ଆଖ୍ୟା ଦେଇଛନ୍ତି। ଚଡ୍ଡା କହିଛନ୍ତି, ସିଦ୍ଧୁ ଭିତ୍ତିହୀନ ବୟାନ ଦେବା ରୋଗରେ ପୀଡିତ। ଏଥିପାଇଁ ସେ ଏଣୁତେଣୁ ଗପି ଚାଲିଛନ୍ତି। ସିଦ୍ଧୁଙ୍କୁ କୌଣସି କଥା ଗମ୍ଭୀର ଲାଗେ ନାହିଁ, ସେଥିପାଇଁ ପ୍ରତ୍ୟେକ ସ୍ଥାନରେ ଲୋକହସାର ପାତ୍ର ହୁଅନ୍ତି।

ଚଡ୍ଡା କହିଛନ୍ତି, ପ୍ରଥମେ ସିଦ୍ଧୁ ନିଜ ସରକାର ଏବଂ ସରକାରର ମୁଖିଆ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ବିରୋଧରେ ବୟାନବାଜି କରୁଥିଲେ। ହେଲେ ହାଇକମାଣ୍ଡଙ୍କ କଡା ତାଗିଦ୍ ପରେ ସେ ଏବେ ନିରବ ଅଛନ୍ତି। ଏବେ ଆଉ କିଛି ନମିଳିବାରୁ ସେ ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଅଯଥା ବୟାନବାଜି କରୁଛନ୍ତି।

ସେ  କହିଛନ୍ତି, ସିଦ୍ଧୁ କିଛି ଦିନ ପରେ ପୁଣି କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ବିରୋଧରେ ବୟାନବାଜି ଆରମ୍ଭ କରି ଦେବେ। ପ୍ରସଙ୍ଗ ଜରୁରୀ ହେଉ କି ନ ହେଉ ନବଜୋତ ସିଂହ ନିଜର ବୟାନବାଜିକୁ ନେଇ ଚର୍ଚ୍ଚାରେ ରହିବାର ଅଭ୍ୟାସ୍ ହୋଇ ଗଲାଣି।  ବିଗତ ଦିନରେ ମଧ୍ୟ ସିଦ୍ଧୁ ନିଜର ବୟାନ କାରଣରୁ ଗଣମାଧ୍ୟମରେ ଲୋକହସାର ପାତ୍ର ପାଲଟି  ସାରିଛନ୍ତି। କହିବାକୁ ଗଲେ ସିଦ୍ଧୁ ରାଜନୀତିର ରାକ୍ଷୀ ସାଓ୍ଵନ୍ତ।

   Related Posts