ଜଳନ୍ଧର ୨୯।୧୨: ପଞ୍ଜାବର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଏବଂ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଉ ଏକ ନୂଆ ବିବାଦରେ ଫସିଛନ୍ତି । ନିକଟରେ ସିଦ୍ଧୁ ଶାହକୋଟ ସ୍ଥିତ ସଢାଓ୍ବାଲରେ କୃଷକ ଆନ୍ଦୋଳନରେ ସାମିଲ୍ ହେବାକୁ ପହଞ୍ଚିଥିଲେ । ସେଠାକୁ ସେ ଧାର୍ମିକ ଚିହ୍ନ ଥିବା ସାଲ ଘୋଡାଇ ହୋଇ ପହଞ୍ଚିଥିଲେ । ଏହାପରେ ସେ ଶିଖ୍ ମାନଙ୍କ ସମାଲୋଚନାର ଶିକାର ହୋଇଥିଲେ ।
{"id":384276,"sizeSlug":"large","linkDestination":"none"}ସିଦ୍ଧୁ ଏମଏସପିକୁ ନେଇ କୃଷକମାନଙ୍କୁ ସଚେତନ କରିବା ପାଇଁ ଆସିଥିଲେ । ଯାହାର ଭିଡିଓ ସେ ନିଜ ଫେସବୁକ୍ ଆକାଉଣ୍ଟରେ ସେୟାର କରିଥିଲେ । ଏହି ସମୟରେ ସିଦ୍ଧୁ ରୁମାଲା ସାହିବଙ୍କ ଭଳି ସାଲ୍ ଘୋଡାଇ ହୋଇଥିଲେ । ଯାହା ଉପରେ ଧାର୍ମିକ ଚିହ୍ନ ରହିଥିଲା । ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।
wp:html /wp:htmlସିଦ୍ଧୁ ଶିଖ୍ ମାନଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ଲୋକମାନେ ତାଙ୍କୁ ଅକାଳ ତକ୍ଷ ସାହିବରେ ସମନ କରିବାକୁ ଦାବି କରାଯାଉଛି । ସେପଟେ ଏସଜିପିସି ମହାସଚିବ ଭଗଓ୍ବନ୍ତ ସିଂହ ସିୟାଲକା କହିଛନ୍ତି ଯେ, ସିଦ୍ଧୁଙ୍କ ଏଭଳି କାର୍ଯ୍ୟକଳାପ ନିନ୍ଦନୀୟ । ଏହା ଶିଖ୍ ମାନଙ୍କ ଭାବନାକୁ କ୍ଷୁର୍ଣ୍ଣ କରୁଛି । ଏଥିପାଇଁ ତାଙ୍କୁ ଶିଖ୍ ପନ୍ଥଙ୍କୁ କ୍ଷମା ମାଗିବା ଉଚିତ୍ ।