Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପଞ୍ଜାବ କଂଗ୍ରେସ ବିବାଦ ଚରମରେ: ମାନିବାକୁ ନାରାଜ ସିଦ୍ଧୁ, ପ୍ରତ୍ୟାଖାନ କଲେ ଉପ ମୁଖ୍ୟମନ୍ତ୍ରୀ ପଦ

16/06/2021 at 11:48 PM

ଅମୃତସର ୧୬।୦୬ : ପଞ୍ଜାବ କଂଗ୍ରେସ ବିବାଦ ଏବେ ଚରମ ସୀମାରେ। ଆଗକୁ ବିଧାନସଭା ନିର୍ବାଚନ। ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ନବଜୋତ ସିଂହ ସିଦ୍ଧୁଙ୍କ ଭିତରେ ଥିବା ଅନ୍ତଃକନ୍ଦଳ ଏବେ ଆହୁରି ଉଗ୍ର ରୂପ ଧାରଣ କରିଛି। ଯାହା କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦୁଇ ନେତାଙ୍କ କଳି ମେଣ୍ଟାଇବାକୁ କଂଗ୍ରେସ ଟିମ୍ ପଠାଇଥିବା ବେଳେ କୌଣସି ସମାଧାନର ବାଟ ବାହାରିପାରି ନାହିଁ।

ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଅମରିନ୍ଦରଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ଏହା ସତ୍ତ୍ଵେ ବି ସିଦ୍ଧୁଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଅଫର କରିଥିଲା କଂଗ୍ରେସ। ହେଲେ ସିଦ୍ଧୁ ଏହାକୁ ପ୍ରତ୍ୟାଖାନ କରିଛନ୍ତି। ସେ ଅମରିନ୍ଦରଙ୍କ ଅଧିନରେ କାର୍ଯ୍ୟ କରିବାକୁ ଚାହୁଁନଥିବା ରୋକ୍‌ଠୋକ୍ କହିଛନ୍ତି ବୋଲି ସୂଚନା ମିଳିଛି। ଆଗକୁ ନିର୍ବାଚନ ଥିବାରୁ ଦୁଇ ନେତାଙ୍କ ମଧ୍ୟରେ ଏଭଳି କଳି କଂଗ୍ରେସ ହାଇକମାଣ୍ଡଙ୍କ ପାଇଁ ମୁଣ୍ଡ ବିନ୍ଧା କାରଣ ପାଲଟିଛି।

ପଞ୍ଜାବ କଂଗ୍ରେସର କଳି ମେଣ୍ଟାଇବା ପାଇଁ ଏକ ୩ ଜଣିଆ କମିଟି ଗଠନ କରିଥିଲା କଂଗ୍ରେସ। ଏଥିରେ ଥିଲେ ମଲ୍ଲିକାର୍ଜୁନ ଖଡ଼ଗେ, ହରିଶ ରାୱତ ଓ ଜୟପ୍ରକାଶ ଅଗ୍ରୱାଲ। ଏହି କମିଟି ସଦସ୍ୟଙ୍କୁ ଭେଟି ନିଜର ଅସନ୍ତୋଷ ଜାହିର କରିଛନ୍ତି ସିଦ୍ଧୁ। କନ୍ଦଳର ତୁରନ୍ତ ସମାଧାନ ସହିତ ଅମରିନ୍ଦରଙ୍କ ଅଧିନରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିଲେ ବି ସେ କାମ କରିବେ ନାହିଁ ବୋଲି ସିଦ୍ଧୁ କହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସୂଚନା ଅନୁସାରେ, ସିଦ୍ଧୁ କଂଗ୍ରେସ କମିଟି ପାଖରେ ଅଭିଯୋଗ କରିଛନ୍ତି ଯେ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଦୌ ଯୋଗ୍ୟ ନୁହନ୍ତି। ତା ସହିତ କଂଗ୍ରେସ ବିଧାୟକ, ଦଳୀୟ ସଦସ୍ୟ ଓ ନେତାମାନଙ୍କୁ ଅଣଦେଖା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏବେ ସିଦ୍ଧୁଙ୍କ ଜିଦ୍ଦି ଓ ଅମରିନ୍ଦରଙ୍କର ଲୋକପ୍ରିୟତାକୁ ଆଗରେ ଦ୍ୱନ୍ଦ୍ୱରେ ପଡ଼ିଛି କଂଗ୍ରେସ। ତେବେ ଏହି ଘଟଣାରେ କନ୍ଦଳ ମେଣ୍ଟାଇବା ପାଇଁ ଗଠିତ ହୋଇଥିବା କମିଟି ଯେଉଁ ନିଷ୍ପତ୍ତି ନେବ ଦଳ ତାହା କରିବ ବୋଲି ଶୁଣିବାକୁ ମିଳିଛି।

   Related Posts