Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସିଦ୍ଧୁ ରିଟର୍ଣ୍ଣ୍‌ସ : ଲମ୍ବା ବ୍ରେକ୍ ପରେ ସଡକକୁ ଓହ୍ଲାଇଲେ, କୃଷି ବିଧେୟକ ବିରୋଧରେ ଦେଲେ ରଣ ହୁଙ୍କାର

23/09/2020 at 3:59 PM

ନୂଆଦିଲ୍ଲୀ ୨୩।୦୯: କେନ୍ଦ୍ର ସରକାରଙ୍କ ଦ୍ଵାରା ସଂସଦର ଉଭୟ ଗୃହରେ ଗୃହୀତ କୃଷି ବିଧେୟକ  ବିରୋଧରେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ବୁଧବାର ପଞ୍ଜାବର ଅମୃତସରରେ କଂଗ୍ରେସ ପାର୍ଟି ପକ୍ଷରୁ  ବିରୋଧ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ପୂର୍ବତନ କ୍ରିକେଟ୍‌ର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ମଧ୍ୟ ସଡକକୁକ ଓହ୍ଲାଇ କୃଷି ବିଧେୟକ ବିରୋଧରେ ହୁଙ୍କାର ଭରିଛନ୍ତି।

ପଞ୍ଜାବ ଓ ହରିୟାଣାରେ ଏହି ବିଧେୟକ ବିରୋଧରେ ସବୁଠୁ ଅଧିକ ପ୍ରଦର୍ଶନ କରାଯାଉଛି। ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଏକଜୁଟତା ଦେଖିବାକୁ ମିଳିଛି। ଏପରିକି ଅନେକ କୃଷକ ସଂଗଠନ ମଧ୍ୟ ବିଧେୟକ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଉଲ୍ଲେଖନୀୟ ନବଜୋତ ସିଂହ ସିଦ୍ଧୁଙ୍କୁ ଦୀର୍ଘ ଦିନ ପରେ କୌଣସି ବଡ ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦରଙ୍କ ସହିତ ତାଙ୍କର ମତଭେଦ ଏବଂ ମନୋମାଳିନ୍ୟ କାରଣରୁ ପଞ୍ଜାବ ରାଜନୀତିରେ ସିଦ୍ଧୁ କମ ସକ୍ରିୟ ଅଛନ୍ତି। କିନ୍ତୁ କରୋନା ସଙ୍କଟ ସମୟରେ ସେ କ୍ରମାଗତ ସାମାଜିକ ଗଣମାଧ୍ୟମରେ ନିଜର ଭିଡିଓ ଅପଲୋଡ୍ କରି ଅନେକ ପ୍ରସଙ୍ଗରେ ଟିପ୍ପଣୀ କରିଛନ୍ତି।

ଲୋକସଭା ନିର୍ବାଚନ ସମୟରେ ନବଜୋତ ସିଂହ ସିଦ୍ଧୁ ଓ ଅମରିନ୍ଦର ସିଂହଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ପଞ୍ଜାବରେ ଖରାପ ନିର୍ବାଚନୀ ପରିଣାମ ପାଇଁ ଅମରିନ୍ଦର ସିଂହ ସିଦ୍ଧୁଙ୍କୁ ଦାୟୀ କରିଥିଲେ। ଲମ୍ବା ବିବାଦ ପରେ ୨୦୧୯ ଜୁଲାଇରେ ସିଦ୍ଧୁ ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହି ଦିନଠୁ ଦୀର୍ଘ ଦିନ ଧରି ଶାନ୍ତ ରହିଥିଲେ।

   Related Posts