Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଦ୍ଧୁଙ୍କ ଝିଅ ରାବିୟାଙ୍କ ଆଗରେ ବଲିଉଡ ସୁନ୍ଦରୀ ଫିକା : ଇଣ୍ଟରନେଟରେ ପୂରା ହଟ୍

13/07/2020 at 12:53 PM

ମୁମ୍ବାଇ ୧୩/୭: ଭାରତର ଦିଗ୍ଗଜ କ୍ରିକେଟର ଏବଂ ରାଜନେତା ନବଜୋତ ସିଂହ ସିଦ୍ଧୁଙ୍କ ବିଷୟରେ ତ ଆପଣ ଭଲଭାବେ ଜାଣିଥିବେ। ଆଜି ଆମେ କହିବାକୁ ଯାଉଛୁ ନବଜୋତ ସିଂହ ସିଦ୍ଧୁଙ୍କ ଝିଅଙ୍କ ବିଷୟରେ। ନବଜୋତଙ୍କ ଝିଅଙ୍କ ନାଁ ରାବିୟା ସିଦ୍ଧୁ। ରାବିୟା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି।

ରାବିୟାଙ୍କ ଇନଷ୍ଟାଗ୍ରାମରେ ୪୯୦ଜାର ଫଲୋଅର୍ସ ଅଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଆକାଉଣ୍ଟ ମଧ୍ୟ ଭେରିଫାଏଡ। ତାଙ୍କ ପୂରା ଇନଷ୍ଟାଗ୍ରାମ୍ ତାଙ୍କ ସୁନ୍ଦର ସୁନ୍ଦର ଫଟୋରେ ଭରି ଯାଇଛି।

ରାବିୟା ପାଥଓ୍ବେଜ ଓ୍ବାର୍ଲଡ ସ୍କୁଲରୁ ପାଠ ପଢ଼ିଛନ୍ତି। ନବଜୋତଙ୍କ ଝିଅ ରାବିୟା ଦିଲ୍ଲୀରେ ରୁହନ୍ତି। ପଞ୍ଜାବରୁ ପାଠପଢ଼ା ସରିବା ପରେ ଫ୍ୟାଶନ ଡିଜାଇନିଂର କୋର୍ସ କରିବା ପାଇଁ ସେ ସିଙ୍ଗାପୁର ଏବଂ ଲଣ୍ଡନ ଚାଲି ଯାଇଥିଲେ।

ରାବିୟା ପେଶାରେ ଜଣେ ଫ୍ୟାଶନ୍ ଡିଜାଇନର ହୋଇଥିଲେ ମଧ୍ୟ ଦେଖିବାକୁ କୌଣସି ମଡେଲଠୁ କମ୍ ନୁହେଁ। ସେ ଷ୍ଟାଇଲ୍ ଏବଂ ସୌନ୍ଦର୍ଯ୍ୟରେ ବଲିଉଡର ଟପ୍ ଅଭିନେତ୍ରୀଙ୍କୁ ମଧ୍ୟ ଟକ୍କର ଦିଅନ୍ତି।

ରାବିୟା କେବଳ ସୋସିଆଲ ମିଡିଆରେ ନିଜ ବନ୍ଧୁଙ୍କ ଫଟୋ ସେୟାର କରିନଥାନ୍ତି ବରଂ ସେ ନିଜ ଦମଦାର ଫଟୋସୁଟ୍ ମଧ୍ୟ କରିଥାନ୍ତି। ତାଙ୍କ ଆକାଉଣ୍ଟରେ ତାଙ୍କର ବାପା-ମାଆଙ୍କ ସହ ଅନେକ ଫଟୋ ରହିଛି।

   Related Posts