Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ନବଜୋତ ସିଂ ସିଦ୍ଧୁଙ୍କ ଶକ୍ତି ପ୍ରଦର୍ଶନ : ୭୭ ରୁ ୬୨ ବିଧାୟକ ସପକ୍ଷରେ ଥିବା ଦାବି, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଆସନ ଟଳମଳ

21/07/2021 at 8:08 PM

ଅମୃତସର ୨୧/୦୭ : ପଞ୍ଜାବ ରାଜନୀତିରେ ଟ୍ବିଷ୍ଟ ଦେଖିବାକୁ ମିଳିଛି । ଦଳୀୟ କନ୍ଦଳ ମଧ୍ୟରେ ଶେଷରେ ନବଜୋତ ସିଂହ ସିଦ୍ଧୁ ହୋଇଛନ୍ତି ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ । ଦୀର୍ଘ ଦିନ ଧରି ଲାଗି ରହିଥିବା ଅମରିନ୍ଦର-ସିଦ୍ଧୁ ଶୀତଳ ଯୁଦ୍ଧ ମଧ୍ୟରେ ବାଜି ମାରି ନେଇଛନ୍ତି କ୍ରିକେଟରରୁ ରାଜନୀତିରେ ପାଦ ଦେଇଥିବା ସିଦ୍ଧୁ । କେବଳ ସେତିକି ନୁହେଁ ଦଳରେ ତାଙ୍କର ଅଖଣ୍ଡ କ୍ଷମତା ଯେ ରହିଛି ତାହା ମଧ୍ୟ ପ୍ରମାଣିତ ହୋଇଛି । ପଞ୍ଜାବ କଂଗ୍ରେସର ମୋଟ ୭୭ ବିଧାୟକଙ୍କ ମଧ୍ୟରୁ ସିଦ୍ଧୁଙ୍କ ସପକ୍ଷରେ ୬୨ ଜଣ ବିଧାୟକ ଥିବା ଦାବି କରିଛନ୍ତି ସିଦ୍ଧୁ । ଏହା ସହିତ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ୩ ଜଣ ସଦସ୍ୟ ମଧ୍ୟ ସିଦ୍ଧୁଙ୍କ ନିୟନ୍ତ୍ରଣ ପାଇଁ ତାଙ୍କୁ ଭେଟିଛନ୍ତି ।

ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଆସନ ଟଳମଳ ହେଲାଣି । କାରଣ ଅମରିନ୍ଦରଙ୍କ ସରକାରରେ ମନ୍ତ୍ରୀ ଏବଂ ବିଧାୟକ ଥିବା ୭୭ ରୁ ୬୨ ଜଣ ସିଦ୍ଧୁ ଟିମ​‌ରେ ସାମିଲ ହୋଇଛନ୍ତି । ଏ ନେଇ ନିଜେ ସିଦ୍ଧୁ ସୂଚନା ଦେବା ପରେ ଅମରିନ୍ଦରଙ୍କ ଆସନ ଯେ ଖୁବଶୀଘ୍ର ଯାଉଛି ତାହା ସ୍ପଷ୍ଟ ଜଣାପଡୁଛି ।

ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ହେବାପରେ ସିଦ୍ଧୁ ଅମୃତସର ପହଞ୍ଚିଥିଲେ ଏବଂ ସ୍ବର୍ଣ୍ଣ ମନ୍ଦିର ଦର୍ଶନ କରିଥିଲେ । ଏହି ଅବସରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ନବଜୋତ ସିଂହ ସିଦ୍ଧୁ । ତେବେ ସିଦ୍ଧୁଙ୍କ ଏହି ଶକ୍ତି ପ୍ରଦର୍ଶନ ଅମରିନ୍ଦରଙ୍କ ପାଇଁ କାଳ ହୋଇପାରେ । କାରଣ ସିଦ୍ଧୁଙ୍କ ଗଡରେ ବର୍ତ୍ତମାନ ୭୭ରୁ ୬୨ ବିଧାୟକ ଏବଂ ସେମାନଙ୍କ ମଧ୍ୟରେ ୩ ଜଣ ମନ୍ତ୍ରୀ ମଧ୍ୟ ରହିଛନ୍ତି । ତେଣୁ ଆଗାମୀ କିଛି ଦିନ ମଧ୍ୟରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ମଧ୍ୟ ବଦଳିବା ନେଇ ଆଭାସ ମିଳୁଛି ।

   Related Posts