Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପ୍ରଶଂସା କଲେ ନବଜୋତ ସିଂ ସିଦ୍ଧୁ

1/03/2019 at 11:24 AM

ନୂଆଦିଲ୍ଲୀ ୧|୩: ଭାରତୀୟ ବାୟୁସେନା ପାଇଲଟ୍ ଅଭିନନ୍ଦନଙ୍କୁ ଛାଡିବା ପାଇଁ ଶେଷରେ ଘୋଷଣା କରିଛି ପାକିସ୍ତାନ । ଆଜି ଅଭିନନ୍ଦନ ଭାରତରେ ପହଞ୍ଚିବାର ସମ୍ଭାବନା ରହିଛି। ଅଭିନନ୍ଦନଙ୍କୁ ଛାଡିବା ଘୋଷଣା ପରେ ନବଜୋତ ସିଂ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ପ୍ରଶଂସା କରିଛନ୍ତି । ଶାନ୍ତି ପାଇଁ ଇମ୍ରାନ ଉଠାଇଥିବା ପଦକ୍ଷେପ ପ୍ରଶଂସାରଯୋଗ୍ୟ। ଏହାସହ ଇମ୍ରାନଙ୍କୁ ‘ଶାନ୍ତିର ମସିହା’ ବୋଲି ଦର୍ଶାଇଛନ୍ତି ସିଦ୍ଧୁ। ସିଦ୍ଧୁଙ୍କ ଏହି ବକ୍ତବ୍ୟ ଦେଶରେ ପୁଣିଥରେ ବିବାଦ ସୃଷ୍ଟି କରିଛି।

ନବଜୋତ ସିଂ ସିଦ୍ଧୁ ଟୁଇଟ କରି କହିଛନ୍ତି, ପ୍ରତ୍ୟେକଟି ଭଲ କାମ ନିଜ ପାଇଁ ରାସ୍ତା ନିଜେ ବନାଇ ଥାଏ। ଆପଣଙ୍କ ଏହି ଗୋଟିଏ ଭଲ ନିଷ୍ପତ୍ତି ହେତୁ କୋଟି କୋଟି ଲୋକେ ଖୁସି ହୋଇଛନ୍ତି । ଏହି ନିଷ୍ପତ୍ତିକୁ ନେଇ ଦେଶ ତଥା ଅଭିନନ୍ଦନଙ୍କ ଘରେ ଖୁସି ଲହରି ଦେଖିବାକୁ ମିଳିଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଘୋଷଣା କରିଛନ୍ତି ଯେ, ଭାରତୀୟ ବାୟୁସେନାର ଧରାପଡିଥିବା ପାଇଲଟ ଅଭିନନ୍ଦନଙ୍କୁ ‘ଶାନ୍ତି ପ୍ରତିଷ୍ଠା’ ଆଧାରରେ ଶୁକ୍ରବାର ଭାରତ ଛାଡି ଦିଆଯିବ। ଅଭିନନ୍ଦନଙ୍କୁ ଛାଡିବା ନେଇ ପାକିସ୍ତାନୀ ସଂସଦରେ ଘୋଷଣା କରିଥିଲେ ଇମ୍ରାନ ଖାନ୍ । ତାଙ୍କ ଘୋଷଣା ପରେ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି କହିଥିଲେ ଦୁଇ ଦେଶ ମଧ୍ୟରେ ତିକ୍ତତା କମାଇବା ପାଇଁ ଭାରତ ସହ କଥାବାର୍ତ୍ତା ହେବା ପାଇଁ ପ୍ରସ୍ତୁତ ଅଛୁ ।

   Related Posts