କ୍ୟାପଟେନ୍‌ଙ୍କୁ ସିଧୁଙ୍କ ଚ୍ୟାଲେଞ୍ଜ, ପାର୍ଟି ଅଦଳବଦଳ ଆକ୍ଷେପ ଅଭିଯୋଗର ପ୍ରମାଣ କରି ଦେଖାଅ

Published By : Prameya-News7 Bureau | May 22, 2021 IST

ଚଣ୍ଡିଗଡ ୨୨।୦୫: ପଞ୍ଜାବ କଂଗ୍ରେସରେ ଦଳୀୟ କନ୍ଦଳ ଥମିବାର ନାଁ ନେଉନାହିଁ। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଓ ବରିଷ୍ଠ ନେତା ନବଜୋତ ସିଂହଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି। ଏହା ମଧ୍ୟରେ କଂଗ୍ରେସ ନେତା ନବଜୋତ ସିଂହ ସିଧୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଯେ, ସେ ତାଙ୍କ ଉପରେ ଲଗାଇଥିବା ଦଳବଦଳ ଅଭିଯୋଗକୁ ପ୍ରମାଣ କରି ଦେଖାନ୍ତୁ।

ସିଧୁ ଧାର୍ମିକ ଗ୍ରନ୍ଥର ବେଅବଦି ମାମଲାରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ସମାଲୋଚନା କରି ଆସୁଛନ୍ତି। ଅମୃତସର ବିଧାୟକ କହିଛନ୍ତି, ସେ କାହାରି ସହ କୌଣସି ପଦ ପାଇଁ ଆଲୋଚନା କରି ନାହାନ୍ତି। ମାତ୍ର ତାଙ୍କୁ ଅନେକ ଥର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ପ୍ରସ୍ତାବ ଦିଆଯାଇଛି। ସେ ଟ୍ଵିଟରରେ ଏକ ଭିଡିଓ ଅପଲୋଡ୍ କରିଛନ୍ତି ଯେଉଁଥିରେ ସେ ସୋନିଆ ଗାନ୍ଧୀ, ପାର୍ଟି ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ନଜର ଆସିଛନ୍ତି।

wp:html /wp:html

ପଞ୍ଜାବ ଏବଂ ହରିୟାଣା ସର୍ବୋଚ୍ଚ  ନ୍ୟାୟାଳୟ ଗତ ମାସରେ ପଞ୍ଜାବ ପୋଲିସର ସ୍ଵତନ୍ତ୍ର ତଦନ୍ତ ଦଳ(ଏସଆଇଟି) ଦ୍ଵାରା କୋଟକପୁରା ଗୁଳିକାଣ୍ଡକୁ ନେଇ ପ୍ରସ୍ତୁତ କରିଥିବା ତଦନ୍ତ ରିପୋର୍ଟକୁ ରଦ୍ଦ କରିଥିଲେ। ଏହା ପରଠୁ ସିଧୁ ଏହି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ସମାଲୋଚନା କରୁଛନ୍ତି। ପଞ୍ଜାବର ଫରିଦକୋଟରେ ଧାର୍ମିକ ଗ୍ରନ୍ଥ ବେଅବଦି ବିରୋଧରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଗୁଳିମାଡ ହୋଇଥିଲା।

ପଞ୍ଜାବର ମୁଖ୍ୟମନ୍ତ୍ରୀ ସିଧୁଙ୍କୁ ସମାଲୋଚନା କରି ତାଙ୍କ ଅନୁଶାସନହୀନ ବ୍ୟବହାର ଉପରେ ପ୍ରଶ୍ନ ଉଠାଇଛନ୍ତି। ସିଧୁ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇ ପାରିବେ ବୋଲି କ୍ୟାପଟେନ୍ କହିଛନ୍ତି। ସିଧୁ ଶନିବାର ଟୁଇଟ୍‌ରେ କହିଛନ୍ତି, ଆପଣ ଏମିତି ଏକ ବୈଠକ ବିଷୟରେ ଜଣାନ୍ତୁ, ଯେଉଁଠି ମୁଁ ଅନ୍ୟ ପାର୍ଟିର ନେତାଙ୍କୁ ଭେଟିଛି। ମୁଁ ଏ ପର୍ଯ୍ୟନ୍ତ କୌଣସି  ପଦ ପାଇଁ ଅନୁରୋଧ କରି ନାହିଁ। ମୁଁ କେବଳ ପଞ୍ଜାବର ସମୃଦ୍ଧି ଚାହୁଁଛି ବୋଲି ସିଧୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.